ଶିଶୁର ବିକାଶରେ ହିଁ ଦେଶର ବିକାଶ ସମ୍ଭବ

ଫୁଲବାଣୀ ଅଫିସ, ୧୩ା୫-କନ୍ଧମାଳ ଜିଲା ବନ୍ଧଗଡଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଶିଶୁମାନଙ୍କ ସୁରକ୍ଷା, ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ଓ ଶିଶୁ ସୁରକ୍ଷା କମିଟିର ଭୂମିକା ଉପରେ ସେ ଅଭିଭାଷଣ ରଖିଥିଲେ। ଅନନ୍ୟା ପ୍ରକଳ୍ପ ଯୋଗୁ କ.ନୂଆଗଁା ବ୍ଲକ୍‌ରେ ୧୦୦ଟି ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ଏହି କମିଟି ସିଧାସଳଖ ଶିଶୁମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ସେମାନଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି। ଏଭଳି କାର୍ଯ୍ୟ ପ୍ରତି ବ୍ଲକରେ ହେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ସଦସ୍ୟ ବାଗ୍ମୀଶ୍ରୀ ଦାସ, ଚାଇଲ୍ଡ ଲାଇନ୍‌ କୋର୍ଡିନେଟର ଦୋଳଗୋବିନ୍ଦ ମହାରଣା, ଶିକ୍ଷକ ସୀମାଞ୍ଚଳ ମୁଖୀ, ତନ୍ମୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିଶୁର ବିକାଶରେ ହିଁ ଦେଶର ବିକାଶ ହୋଇପାରିବ ବୋଲି କହିଥିଲେ। ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ପ୍ରତ୍ୟେକ ଗ୍ରାମ ଶିଶୁ ସୁରକ୍ଷା କମିଟି ଯଦି ନିଜ ଗ୍ରାମର ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବ ତେବେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ସେହିପରି ବାଲ୍ୟ ବିବାହ ରୋକିବା ଆମର କର୍ତ୍ତବ୍ୟ, କେବଳ ଝିଅମାନଙ୍କୁ ସଚେତନ ନ କରି ବାଲ୍ୟ ବିବାହର କୁପରିଣାମ ବିଷୟରେ ଘରେ ଘରେ ପୁରୁଷ ସଦସ୍ୟଙ୍କ ସମେତ ପୁଅମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି ସ୍ବାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ କହିଥିଲେ। ଏହି ଅବସରରେ ‘ବିଶ୍ୱ ମାତୃ ଦିବସ’ ମଧ୍ୟ ପାଳିତ ହୋଇଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ଶିଶୁ ସୁରକ୍ଷା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। କର୍ମୀ ବୈଦ୍ୟନାଥ ଖଟୁଆ, ପ୍ରଦୀପ କୁମାର ସ୍ବାଇଁ, ସର୍ବେଶ୍ୱର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ

ପୋଲସରା,୨୫।୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୋଲସରା ସହରର ହାଇସ୍କୁଲ ଛକରେ ସୋମବାର ସକାଳେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ...

ମା’ ବାଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଡିମ୍ବୁଳା ଯାତ୍ରାରେ ମୁଣ୍ଡନ ହେଲେ ୧୦ ହଜାରରୁ ଊର୍ଦ୍ଧ୍ବ ଶିଶୁ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ପ୍ରତିବର୍ଷ ଭଳି ଚଳିତବର୍ଷ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ପୀଠରେ ରବିବାର ରାତିରୁ ଆରମ୍ଭ ହୋଇଥିଲା ପ୍ରସିଦ୍ଧ...

ଅବକାରୀ କାର୍ଯ୍ୟାଳୟରୁ ସିଜ୍‌ ମଦ ଚୋରି

ଗୋପାଳପୁର,୨୪ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗୋଳନ୍ଥରା ଚଟିସ୍ଥିତ ଅବକାରୀ କାର୍ଯ୍ୟାଳୟରୁ ସିଜ୍‌ ହୋଇ ରଖାଯାଇଥିବା ବିଦେଶୀ ମଦ ସୋମବାର ସନ୍ଧ୍ୟାରେ ଚୋରି ହୋଇଛି। ଏନେଇ ଗୋଳନ୍ଥରା ପୋଲିସ...

ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ...

୧୯ ବର୍ଷ ପରେ ବି ସରିନି ବାହାନା ନାଳ ପୁନରୁଦ୍ଧାର

ବ୍ରହ୍ମପୁର ଅଫିସ,୧୦।୮: ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି। ଲକ୍ଷାଧିକ ଚାଷୀଙ୍କୁ ଆଶ୍ୱସ୍ତି କରି ଗ୍ରାମାଞ୍ଚଳରେ ରୁଆ ବେଉଷଣ ଲାଗି ଅନୁକୂଳ ସ୍ଥିତି ଉପୁଜିଛି। ତେବେ...

ପରିବାର ଲୋକେ ମନାକରିବାରୁ ସୁଧାର ଗୃହ ଗଲେ ଉଦ୍ଧାର ମହିଳା

ଆସିକା,୮।୭(ଡି.ଏନ୍‌.ଏ.): ଗାଙ୍ଗପୁର ଥାନା ଚଞ୍ଚରାପଲ୍ଲୀ ଗ୍ରାମର ସାଇବାଣୀ ଗୌଡ ୫ବର୍ଷ ହେଲା ନିଖୋଜ ଥିଲେ। ତାଙ୍କୁ ଗାଙ୍ଗପୁର ପୋଲିସ ହରିୟାଣାର ଶିର୍ଶା ଜିଲା ଅନ୍ତର୍ଗତ ଏଲାନାବାଗରୁ...

ବେପରୁଆ ଗାଡ଼ି ଚାଳନା: ୨୩୭୦ ଜଣଙ୍କ ଡିଏଲ୍‌ ରଦ୍ଦ

ଛତ୍ରପୁର,୧ା୧୧(ଡି.ଏନ.ଏ)- ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଗଞ୍ଜାମ ଜିଲାରେ ୨,୩୭୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ବେପାରୁଆ ଗାଡିଚାଳନା, ହେଲ୍‌ମେଟ୍‌ ନ ପିନ୍ଧି ଓ...

ଚୋରି ହୋଇଗଲା ବିବାହ ପାଇଁ ରଖିଥିବା ପିତଳ, କଂସା ବାସନ

ବ୍ରହ୍ମପୁର ଅଫିସ,୧୬।୬: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ତୃତୀୟ ଲାଇନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୩ ବସ୍ତା ପିତଳ ଓ କଂସା...

Advertisement
Archives

Model This Week