ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, ଶାହାରୁଖ

ପାଟନା,୨୬।୧: ବିହାର ଶିକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ସେଠାକାର ଜଣେ ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀ ଭାଇରାଲ ହେବାରେ ଲାଗିଛି। ସରକାରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ପାଠପଢାଇବା ଶୈଳୀକୁ କେବଳ ସାଧାରଣ ଜନତା ନୁହେଁ ବଲିଉଡ୍‌ ଅଭିନେତା ଶାହାରୁଖ ଖାଁ ଓ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି। ବାଙ୍କା ଜିଲାର ବୌଶି ସ୍ଥିତ ଏକ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷୟିତ୍ରୀ ରୁବି କୁମାରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ରୁବି କୁମାରୀ ଇଂରାଜୀ ପଢାଇବା ସହ ପିଲାମାନଙ୍କୁ ଗଣିତ ମଧ୍ୟ ପଢାଉଛନ୍ତି। ତାଙ୍କର ଗଣିତ ପଢାଇବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ୭ ଜାନୁୟାରୀ ୨୦୨୦ରେ ରୁବି କୁମାରୀ ଏହି ଭିଡିଓଟିକୁ ନିଜ ଫେସବୁକରେ ଅପଲୋଡ କରିଥିଲେ। ଏହାପରେ ଏହି ଭିଡିଓକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟୁଇଟ୍‌ କରିଥିଲେ। ମହିନ୍ଦ୍ରାଙ୍କର ଟୁଇଟ୍‌ ଭିଡିଓକୁ ବଲିଉଡ୍‌ ଅଭିନେତା ଶାହାରୁଖ ଖାଁ ରିଟୁଇଟ୍‌ କରବା ଫଳରେ ଏବେ ଏହା ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ରୁବି ପିଲାମାନଙ୍କୁ ୯ର ଗୁଣନ ସମ୍ପର୍କରେ ପଢାଉଛନ୍ତି। ସେ କହିଛନ୍ତି ଆମ ହାତରେ ରହିଛି କାଲକୁଲେଟର। ତେବେ ରୁବିଙ୍କର ପାଠପଢାଇବାର ଶୈଳୀ ଏବେ ଭାଇରାଲ ହେବାରୁ ସେ କହିଛନ୍ତି, ତାଙ୍କୁ ଆଦୌ ଜଣା ନ ଥିଲା କି ଭିଡିଓଟି ଭାଇରାଲ ହେବ ବୋଲି। ପିଲାଟି ଦିନରୁ ତାଙ୍କର କିଛି ନୂଆ କରିବାର ଇଚ୍ଛା ଥିବାରୁ ସେ ଏହାକୁ ନେଇ ସବୁ ସମୟରେ ଚେଷ୍ଟା ଜାରି ରଖିଥାଆନ୍ତି। ତେବେ ରୁବିଙ୍କର ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷଥର ଶେୟାର କରାଯାଇଥିବା ବେଳେ ୪୨ ଲକ୍ଷ ଲୋକ ଏକାକୁ ଲାଇକ୍‌ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପଦଯାତ୍ରା କଲେ ବିରୋଧୀ, ଲୋକଙ୍କ କଣ୍ଠରୋଧ କରୁଛନ୍ତି ସରକାର, କହିଲେ ରାହୁଲ…

ନୂଆଦିଲ୍ଲୀ,୧୨।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। ବର୍ତ୍ତମାନ ବିରୋଧୀ ଦଳମାନେ ପାର୍ଲାମେଣ୍ଟ ବାହାରେ ସରକାରଙ୍କୁ ଘେରି ରହିବାକୁ କରିଛନ୍ତି। ଗୁରୁବାର ଦିନ ବିରୋଧୀ ଦଳ...

ରାହୁଲଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ଖୁସବୁ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସରକାର ବୁଧବାର ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ କିଛି ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ...

ସ୍ଥିତିରେ ସୁଧାର ଆସିଲେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସ୍ଥିତିରେ ସୁଧାର ଆସିଲେ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ...

କରୋନା ଉତ୍ପତ୍ତିର ସନ୍ଧାନ କରନ୍ତୁ ସରକାର-ଦୋଷୀଙ୍କୁ ମିଳୁ ଦଣ୍ଡ: ସଂସଦୀୟ କମିଟି…

ନୂଆଦିଲ୍ଲୀ, ୧୩।୯ : ସ୍ବାସ୍ଥ୍ୟ ସମ୍ବଧିତ ସଂସଦୀୟ କମିଟି କରୋନା ଭୂତାଣୁର ଉତ୍ପତ୍ତି ଜାଣିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି। କମିଟି କହିଛି ଯେ...

‘ପେ ସିଏମ୍‌’ ପୋଷ୍ଟର ବିବାଦ ମାମଲାରେ ୨ଗିରଫ

ବେଙ୍ଗାଲୁରୁ,୨୨।୯: ‘ପେ ସିଏମ୍‌ ପୋଷ୍ଟର’ ବିବାଦ ମାମଲାରେ କନର୍ର୍ାଟକ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ପୋଷ୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ...

ସାବାଳିକା ଝିଅ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ହେଲେ ପିତା ଦେଇପାରିବେନି ଭରଣପୋଷଣ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୨୮।୧ : କେରଳ ହାଇକୋର୍ଟ ଦୋହରାଇଛନ୍ତି ଯେ ଜଣେ ସାବାଳିକା ଅବିବାହିତା ଝିଇ, ସିଆରପିସିର ଧାରା ୧୨୫(୧) ଅନୁଯାୟୀ ତାଙ୍କ ପିତାଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ...

୨୦୧୯ ଲୋକ ସଭା ନିର୍ବାଚନରେ ପରାଜିତ ହୋଇଥିବା ୧୪୪ ଆସନ ନେଇ ରଣନୀତି ପ୍ରସ୍ତୁତ…

ନୂଆଦିଲ୍ଲୀ, ୬।୯ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ଜେପି...

ସୁଲଭ ଶୌଚାଳୟରେ ଶ୍ରମିକଙ୍କ ଆଇସୋଲେଶନ

ଚାମ୍ବା (ହିମାଚଳପ୍ରଦେଶ),୩୦।୪ : ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର। ସୁଲଭ...

Advertisement
Archives

Model This Week