Posted inଫୁରସତ

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍‌ରେ ବି ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ତେଣିକି ସେ ପୁରୁଷ ହୁଅନ୍ତୁ କି ମହିଳା। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି କିଛି ପୋଷାକ ବିଷୟରେ ଉଲ୍ଲେଖ କରାଗଲା, ଯେଉଁଥିରେ ଦେଶୀ ଲୁକ୍‌ର ଝଲକ ସହ ଷ୍ଟାଇଲିଶ୍‌ ବି ଲାଗିବେ..

ଧଳା ରଙ୍ଗର ପୋଷାକକୁ ଦିଅନ୍ତୁ ଟ୍ରାଇ କଲର୍‌ ଲୁକ୍‌: ଯଦି ଆପଣ ଏହି ବିଶେଷ ଦିବସ ଅବସରରେ ଧଳା ରଙ୍ଗର ସାଲଓ୍ବାର ପିନ୍ଧିବାକୁ ଇଚ୍ଛା ରଖିଥାନ୍ତି, ତା’ହେଲେ ତା’ସହିତ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବା ଚୁନି ପକାଇପାରିବେ। ଏହା ତ୍ରିରଙ୍ଗାର ଅନୁଭୂତି ଦେବା ସହ ଭିଡ଼ ଭିତରେ ବି ଆପଣଙ୍କୁ ଭିନ୍ନ ଲୁକ୍‌ ଦେଇ ପାରିବ।

ଶାଢିରେ କେମିତି ଲାଗିବେ ଖାସ୍‌: ଯଦି ଆପଣଙ୍କର ଶାଢି ପିନ୍ଧିବା ପସନ୍ଦ, ତା’ହେଲେ ସାଧାରଣତନ୍ତ୍ର ଦିବସ ଅବସରରେ ଆପଣ ଚାହିଁଲେ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌ ମ୍ୟାଚିଂ କରି ପିନ୍ଧିପାରିବେ। ନଚେତ୍‌ ଆପଣଙ୍କ ପାଖରେ ନିଅନ୍‌ ଟ୍ରେଣ୍ଡର ବି ତ ଅପ୍ସନ ରହିଛି। ଅର୍ଥାତ୍‌ ନିଅନ୍‌ ଗ୍ରୀନ୍‌ କିମ୍ବା ଅରେଞ୍ଜ କଲର୍‌ର ଶାଢିକୁ ପିନ୍ଧି ଏହି ଦିନରେ ଆପଣ ନିଜକୁ ଦେଶଭକ୍ତିର ରଙ୍ଗରେ ରଙ୍ଗେଇ ପାରିବେ।

ଜ୍ୟାକେଟ୍‌ରେ ବି ଦେଶଭକ୍ତିର ଝଲକ: ଏହି ବିଶେଷ ଅବସରରେ ଆପଣ ସାଲଓ୍ବାର ପିନ୍ଧନ୍ତୁ କି ଶାଢି ଅବା କୌଣସି ଟ୍ରାଡିଶନାଲ୍‌ ଆଉଟ୍‌ଫିଟ୍‌, ତା’ ସହିତ ମ୍ୟାଚିଂ କରି ପ୍ରିଣ୍ଟେଡ୍‌ ଜ୍ୟାକେଟ ପିନ୍ଧିଲେ ବି ଲୁକ୍‌ ଖାସ୍‌ ଲାଗିଥାଏ। ଏପରି କି ଆଜିକାଲି ମାର୍କେଟ୍‌ରେ ଜ୍ୟାକେଟ୍‌ବାଲା ସାଲଓ୍ବାର୍‌ ସୁଟ୍‌ ବି ମିଳିଲାଣି। ଆପଣ ଚାହିଁଲେ ତାକୁ ବି ଟ୍ରାଏ କରିପାରିବେ। ଆଉ ଯଦି ଦେଶୀ ଲୁକ୍‌ ସହ ତ୍ରିରଙ୍ଗାର ଅନୁଭୂତି ନେବାକୁ ଚାହୁଁଥାନ୍ତି, ତା’ହେଲେ ସେହି ଅନୁଯାୟୀ ନିଜ ପସନ୍ଦରେ କେଉଁ ରଙ୍ଗର ସାଲଓ୍ବାର, ଶାଢି କିମ୍ବା ଜ୍ୟାକେଟ୍‌ କିଣିବେ ତାହା ଆପଣଙ୍କ ଉପରେ ହିଁ ନିର୍ଭର କରିଥାଏ।

ନେହେରୁ ଜ୍ୟାକେଟ୍‌: ମହିଳାମାନଙ୍କ ଭଳି ପୁରୁଷମାନେ ବି ଏହିଦିନ ଟିକେ ଖାସ୍‌ ଦେଖାଯିବା ପାଇଁ ଅନେକ କିଛି ଟ୍ରାଏ କରିଥାନ୍ତି। ତେବେ ସେମାନଙ୍କ ପାଇଁ ସବୁଠୁ ବେଷ୍ଟ ଅପ୍ସନ ହେଉଛି ନେହେରୁ ଜ୍ୟାକେଟ୍‌। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କ ସମୟରେ ବହୁବାର ଏହି ଧରଣର ଜ୍ୟାକେଟ୍‌ ପିନ୍ଧିବାରେ ନଜର ଆସିଥିଲେ ା ତେଣୁ ପରବର୍ତ୍ତୀ ସମୟରେ ତାଙ୍କ ନାମାନୁସାରେ ଏହି ଜ୍ୟାକେଟ୍‌ର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ। ତେଣୁ ସାଧାରଣତନ୍ତ୍ର ଦିବସ ଭଳି ବିଶେଷ ଅବସରରେ ପୁରୁଷମାନେ ଜିନ୍ସ ଓ ଧଳା ରଙ୍ଗର କୁର୍ତ୍ତା ସହ ଅରେଞ୍ଜ କିମ୍ବା ଗ୍ରୀନ୍‌ କଲର୍‌ର ନେହେରୁ ଜ୍ୟାକେଟ୍‌ ଟ୍ରାଏ କରିପାରିବେ ନଚେତ୍‌ ଫର୍ମାଲ୍‌ ଡ୍ରେସ୍‌ରେ ବି ଏହି ଜ୍ୟାକେଟ୍‌କୁ ପିନ୍ଧି ଦେଶୀ ଲୁକ୍‌ ପାଇପାରିବେ।

ପଗଡ଼ିରେ ବି ଲାଗିବେ ଖାସ୍‌: ଜିନ୍ସ ଓ ଧଳା ରଙ୍ଗର କୁର୍ତ୍ତା ସହ ପୁରୁଷମାନେ ଚାହିଁଲେ ଟ୍ରାଇ କଲର୍‌ର ପଗଡ଼ିକୁ ମୁଣ୍ଡରେ ବାନ୍ଧି ଦେଶୀ ଲୁକ୍‌ ବି ପାଇପାରିବେ।

ଫର୍ମାଲ୍‌ କୁର୍ତ୍ତା: ଧଳା, ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଯେକୌଣସି ଫର୍ମାଲ୍‌ କୁର୍ତ୍ତା ପିନ୍ଧି ପୁରୁଷମାନେ ଏହି ଦିନ ଖାସ୍‌ ଲାଗିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri