Posted inଜାତୀୟ

ଶାହା-ମମତା ବାକ୍‌ଯୁଦ୍ଧ

କୋଲକାତା, ୧୦ା୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଶାହା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭାଜପା ଲୋକଙ୍କ ମନରୁ ଭୟ ଦୂରକରିବା ଲାଗି ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି। ଏଠାରେ ପ୍ରତିହିଂସାମୂଳକ ରାଜନୀତି ଦେଖିବାକୁ ମିଳୁଛି। ଭାଜପାର ଭର୍ଚୁଆଲ ଜନ ସମ୍ବାଦ ରାଲିରେ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ଗରିବଙ୍କ ଲାଗି ଉଦ୍ଦିଷ୍ଟ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉନାହିଁ। ଏଠାକାର ସରକାର ନାଗରିକତ୍ୱ ସଂଶୋଧନ ବିଲ୍‌କୁ ବିରୋଧ କରି ଲୋକମାନଙ୍କୁ ରାଜନୈତିକ ଶରଣାର୍ଥୀ ଭାବେ ଦେଖିବାକୁ ଚାହୁଁଛି। ମୋଦି ସରକାର ଦେଶ ଲାଗି ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶର ସୁରକ୍ଷା ଓ ଲୋକଙ୍କ ହିତ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ହେଲେ ଏଠାକାର ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଇ ଚାଲିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ଲାଗି ସେମାନଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଅଣାଯାଇଥିବା ବେଳେ ମମତା ସେମାନଙ୍କୁ ଅପମାନିତ କରିଛନ୍ତି, ସେଇମାନେ ହିଁ ତାଙ୍କୁ ବାହାରିଯିବାର ରାସ୍ତା ଦେଖାଇବେ ବୋଲି ଶାହା କହିଛନ୍ତି।
ଅପରପକ୍ଷରେ ମମତା ଏହାର ଜବାବରେ ଶାହାଙ୍କୁ ସମାଲୋଚନା କରି ଭାରତକୁ ବିପଦରେ ପକାଇଥିବା କହିଛନ୍ତି। ଭାଜପା ସମର୍ଥକ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବେଳେ ଆମେ ଏହାକୁ ପୁନଃ ଅବସ୍ଥାପିତ କରିଛୁ। ଲୋକଙ୍କମାନଙ୍କ ବିକାଶକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଶାନ୍ତି ଓ ସୌହାର୍ଦ୍ଦ୍ୟ ମଧ୍ୟରେ ସମସ୍ତଙ୍କ ରହିବାର ଅଧିକାର ଅଛି। ରାଜନୀତି ନାଁରେ ଲୋକଙ୍କ ଅସୁବିଧାକୁ ଅଣଦେଖା କରାଯାଇ ପାରିବନାହିଁ କି ଦେଶକୁ ବିପଦ ମୁହଁକୁ ଠେଲାଯାଇପାରିବ ନାହିଁ ବୋଲି ମମତା ଟୁଇଟ୍‌ କରି ଜଣାଇଛନ୍ତି। ପ୍ରକାଶଥାଉ କି, ପୂର୍ବରୁ ମଧ୍ୟ ଶାହା-ମମତାଙ୍କ ରାଜନୈତିକ ବାକ୍‌ଯୁଦ୍ଧ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ଭାଜପା ଶକ୍ତିବୃଦ୍ଧି କରିଥିବା ବେଳେ ଟିଏମ୍‌ସି ସରକାରକୁ ଶାହାଙ୍କ ସମାଲୋଚନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଘରୋଇ ବିମାନ ସେବା ବାତିଲ

ନୂଆଦିଲ୍ଲୀ, ୨୪ା୩: କରୋନା ଭାଇରସ୍‌ ଯୋଗୁ ଆସନ୍ତା ୨୫ରୁ ସମସ୍ତ ଘରୋଇ ବିମାନ ବନ୍ଦରହିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଘୋଷଣା...

୩୧ ଯାଏ ଲକ୍‌ଡାଉନ ବଢ଼ାଇବ ମହାରାଷ୍ଟ୍ର

ମୁମ୍ବାଇ,୧୫।୫: ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧି ମେ’ ୩୧ ପର୍ଯ୍ୟନ୍ତ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।...

ପିଲାଙ୍କ ସହ ମିଶିଲେ ମୋଦି

ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ପାଳୁଛି ୭୩ତମ ସ୍ବାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲାଠାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ...

ପରୀକ୍ଷାରେ ଭଲ ନମ୍ବର ଆଣିବା ନୁହେଁ ଗୁରୁତ୍ୱପୂର୍ଣ୍ଣ; ବିଫଳତା ପରେ ନ ଅଟକି ଆଗେଇବା ଉଚିତ: ମୋଦି

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ...

ରାମମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି

ଅଯୋଦ୍ଧା, ୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାମେଶ୍ୱରମରୁ ବାହାରିଥିବା ରାମରଥ ଯାତ୍ରା ୪,୫୫୫ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ...

ସୁକମାରେ ଆଇଇଡ଼ି ବିସ୍ଫୋରଣ: ଜଣେ ଯବାନ ଶହୀଦ୍‌, ୧୦ କମାଣ୍ଡୋ ଆହତ

ସୁକମା,୨୯।୧୧: ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ୧୦ କମାଣ୍ଡୋ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର...

ଜେଲ୍‌ ଯିବେ ନାହିଁ ଚିଦାମ୍ବରମ

ନୂଆଦିଲ୍ଲୀ,୨।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ତାଙ୍କ ଓକିଲ କପିଲ ଶିବ୍ବଲ କୋର୍ଟଙ୍କୁ...

କଂଗ୍ରେସରେ ଘର କଳି ବଢ଼ିଲା: ଅସନ୍ତୁଷ୍ଟଙ୍କୁ ଦଳରୁ ବାହାରି ଯିବାକୁ ପରାମର୍ଶ !

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସରେ ଘର କଳି ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଅସନ୍ତୁଷ୍ଟମାନେ ବାହାରି...

Advertisement
Archives

Model This Week