ଶାଲଓ୍ବାର କମିଜ୍‌ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍‌ କ୍ୟାପଟେନ୍‌

ବକିଂଘମ୍‌,୩୧।୫: ପାକିସ୍ତାନ କିକ୍ରେଟ ଟିମ୍‌ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍‌ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ ଏବେ ଟ୍ରୋଲ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ ଆଇସିସ ଓ୍ବାଲ୍ଡ କପ୍‌ ସମାରୋହ ପୂର୍ବରୁ ଅନ୍ତର୍ଜାତୀୟ ଟିମ୍‌ରୁ ୧୦ ଜଣ କ୍ୟାପଟେନ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ଙ୍କୁ ଭେଟିବାକୁ ଯାଇଥିଲେ। ସବୁ ଟିମ୍‌ର କ୍ୟାପଟେନ ଫର୍ମାଲ ଡ୍ରେସ୍‌ରେ ଥିବା ବେଳେ ପାକିସ୍ତାନ କ୍ୟାପଟେନ ସରଫରାଜଙ୍କ କିନ୍ତୁ ପାରମ୍ପରିକ ପୋଷାକ ଉପରେ ବ୍ଲେଜର ପିନ୍ଧିଥିଲେ। ଏନେ ଟୁଇଟରରେ କିଛି ଲୋକ ତାଙ୍କୁ ଟ୍ରଲ କରିଥିବା ବେଳେ ଏହି ପାରମ୍ପରିକ ପରିଧାନକୁ ନେଇ କିଛି ଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଅପରପକ୍ଷରେ ଏହି ସମାଲୋଚନା ଉପରେ ପ୍ରତିକ୍ର୍ରିୟା ରଖିଛନ୍ତି ସରଫରାଜ। ସେ କହିଛନ୍ତି, ସଲଓ୍ବାର କମିଜ ତାଙ୍କର ପାରମ୍ପରିକ ପରିଧାନ ହୋଇଥିବା ବେଳେ ତାଙ୍କୁ ବୋର୍ଡ ପକ୍ଷରୁ ଏହି ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ହୋଇଥିଲା। ତେଣୁ ସେ ରାଷ୍ଟ୍ରୀୟ ପରିଧାନକୁ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଟା କରିଥିଲେ। ଯେଉଁଠି ଅନ୍ୟ ଟିମ୍‌ର କ୍ୟାପଟେନ ଫର୍ମାଲ ପୋଷାକ ପିନ୍ଧିଥିଲେ ସେଠାରେ ସେ ପାରମ୍ପରିକ ପୋଷାକ ପିନ୍ଧି ନିଜକୁ ଗର୍ବ ଅନୁଭବ କରିଥିଲେ ବୋଲି କହିଛନ୍ତି ପାକିସ୍ତାନ କ୍ୟାପଟେନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଲନ ମସ୍କଙ୍କ ଆଉ ଏକ ତମାସା

ୱାଶିଂଟନ,୧୦ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ପ୍ଲାଟଫର୍ମକୁ ନେଇ ଅନେକ ପରୀକ୍ଷଣ କରିବାରେ ଲାଗି ପଡିଛନ୍ତି । ସେଥିପାଇଁ ଟୁଇଟର ଓ...

ଦକ୍ଷିଣ କୋରିଆ ତିଆରି କରୁଛି କରୋନା କିଟ୍‌: ୧୦ ମିନିଟ୍‌ରେ ମିଳିବ ରିପୋର୍ଟ !

ସିଓଲ,୨୨।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ସଂକ୍ରମିତଙ୍କଠାରେ ଭୂତାଣୁ ଚିହ୍ନଟ ପାଇଁ କରାଯାଉଥିବା ପରୀକ୍ଷାରେ ଅଧିକ...

ଡୁରାଣ୍ଡ କପ୍‌:‘ଗୋକୁଳମ କେରଳ, ଗୋଆ ବିଜୟୀ

କୋଲକାତା, ୧୫।୮ (ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଡୁରାଣ୍ଡ କପ୍‌ର ୧୨୯ତମ ସଂସ୍କରଣରେ ବୁଧବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ଗୋକୁଳମ୍‌ କେରଳା ଓ ଏଫ୍‌ସି ଗୋଆ...

ଆଇପିଏଲ୍‌ରେ : ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବାରୁ ହୋଲ୍ଡର ଦୁଃଖିତ

ଦୁବାଇ,୨୨।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବା ଦୁଃଖଦାୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର...

ବିଜୟ ପଥେ ବାଇଡେନ୍

ଓ୍ବାଶିଂଟନ/ନ୍ୟୁୟର୍କ,୫ା୧୧-ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ଜିତିବ ତାକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି। ଭୋଟ ଗଣତିର ଦ୍ୱିତୀୟ ଦିନରେ ବାଇଡେନ୍‌ ବିଜୟର ଧାରା...

ମୋତେ ବହୁତ ଦିନ ଅପେକ୍ଷା କରାଇଛ, କୋହଲିଙ୍କୁ କାହିଁକି ଏମିତି କହିଲେ ଦ୍ରାବିଡ

ଅହମ୍ମଦାବାଦ,୧୪।୩: ଅଷ୍ଟ୍ରେଲିଆ ବିପକ୍ଷ ଅହମ୍ମଦାବାଦ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଛନ୍ତି। ୧୨୦୫ ଦିନ ପରେ ସେ ଏହି ଫର୍ମାଟରେ ଏକ...

ଶ୍ରୀଲଙ୍କାରେ ଆହୁରି ବିଗିଡିଲା ଆର୍ଥିକ ସଙ୍କଟ, ଭୋକରେ ମରୁଛନ୍ତି ପୋଲିସ ଘୋଡ଼ା

କଲମ୍ବୋ,୧୦ ।୧୨: ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଶ୍ରୀଲଙ୍କାର ଆର୍ଥିକ ସଙ୍କଟ । ମନୁଷ୍ୟ ସହ ଏହାର ପ୍ରଭାବ ପ୍ରାଣୀମାନଙ୍କ ଉପରେ ବି ପଡୁଛି...

ନାଡାଲଙ୍କ ୧,୦୦୦ତମ ବିଜୟ

ପ୍ୟାରିସ(ଏପି):ମହାନ୍‌ ଟେନିସ ଖେଳାଳି ରାଫାଲ ନାଡାଲଙ୍କ ମ୍ୟାଚ ବିଜୟ ହାସଲ ସଂଖ୍ୟା ୧,୦୦୦ରେ ପହଞ୍ଚତ୍ଛି। ପ୍ୟାରିସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବୁଧବାର ଫେଲିସିଆନୋ ଲୋପେଜଙ୍କୁ ୪-୬,...

Advertisement
Archives

Model This Week