ଶାଲଓ୍ବାର କମିଜ୍‌ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍‌ କ୍ୟାପଟେନ୍‌

ବକିଂଘମ୍‌,୩୧।୫: ପାକିସ୍ତାନ କିକ୍ରେଟ ଟିମ୍‌ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍‌ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ ଏବେ ଟ୍ରୋଲ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ ଆଇସିସ ଓ୍ବାଲ୍ଡ କପ୍‌ ସମାରୋହ ପୂର୍ବରୁ ଅନ୍ତର୍ଜାତୀୟ ଟିମ୍‌ରୁ ୧୦ ଜଣ କ୍ୟାପଟେନ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ଙ୍କୁ ଭେଟିବାକୁ ଯାଇଥିଲେ। ସବୁ ଟିମ୍‌ର କ୍ୟାପଟେନ ଫର୍ମାଲ ଡ୍ରେସ୍‌ରେ ଥିବା ବେଳେ ପାକିସ୍ତାନ କ୍ୟାପଟେନ ସରଫରାଜଙ୍କ କିନ୍ତୁ ପାରମ୍ପରିକ ପୋଷାକ ଉପରେ ବ୍ଲେଜର ପିନ୍ଧିଥିଲେ। ଏନେ ଟୁଇଟରରେ କିଛି ଲୋକ ତାଙ୍କୁ ଟ୍ରଲ କରିଥିବା ବେଳେ ଏହି ପାରମ୍ପରିକ ପରିଧାନକୁ ନେଇ କିଛି ଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଅପରପକ୍ଷରେ ଏହି ସମାଲୋଚନା ଉପରେ ପ୍ରତିକ୍ର୍ରିୟା ରଖିଛନ୍ତି ସରଫରାଜ। ସେ କହିଛନ୍ତି, ସଲଓ୍ବାର କମିଜ ତାଙ୍କର ପାରମ୍ପରିକ ପରିଧାନ ହୋଇଥିବା ବେଳେ ତାଙ୍କୁ ବୋର୍ଡ ପକ୍ଷରୁ ଏହି ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ହୋଇଥିଲା। ତେଣୁ ସେ ରାଷ୍ଟ୍ରୀୟ ପରିଧାନକୁ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଟା କରିଥିଲେ। ଯେଉଁଠି ଅନ୍ୟ ଟିମ୍‌ର କ୍ୟାପଟେନ ଫର୍ମାଲ ପୋଷାକ ପିନ୍ଧିଥିଲେ ସେଠାରେ ସେ ପାରମ୍ପରିକ ପୋଷାକ ପିନ୍ଧି ନିଜକୁ ଗର୍ବ ଅନୁଭବ କରିଥିଲେ ବୋଲି କହିଛନ୍ତି ପାକିସ୍ତାନ କ୍ୟାପଟେନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri