ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଶହୀଦ ଯବାନଙ୍କୁ ସଲାମ କରିଛନ୍ତି।

ବଲିଉଡ ଅଭିନେତା ବରୁଣ ଧାୱନ ଟୁଇଟ୍‌ କରି କହିଛନ୍ତି, ‘ଆମ ସାହସୀ ସୈନ୍ୟଙ୍କ ଶହୀଦ ହେବାର ଖବର ଶୁଣିବା ପରେ ହୃଦୟ ଭାଙ୍ଗି ଯାଇଛି। ସେହି ହିରୋମାନଙ୍କ ବଳିଦାନ ପାଇଁ ଆମେ ସର୍ବଦା ଋଣୀ ହେବୁ।

ଅକ୍ଷୟ କୁମାର ଟୁଇ୍‌ଟ କରି ଲେଖିଛନ୍ତି, ‘ଗଲଓ୍ବାନ୍‌ ଉପତ୍ୟକାରେ ଶହୀଦ ଯବାନଙ୍କ କଥା ଶୁଣି ଦୁଃଖିତ। ଅବିଶ୍ୱସନୀୟ ସେବା ପାଇଁ ଆମେ ସେମାନଙ୍କ ନିକଟରେ ଆମେ ଚିର ଋଣୀ ହେବୁ। ସେମାନଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା।”

ଅଜୟ ଦେବଗନ ତାଙ୍କ ଟୁଇଟରେ ଲେଖିଛନ୍ତି, “ଭାରତର ସୀମା ତଥା ସମ୍ମାନ ରକ୍ଷା କରିବା ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ଯବାନଙ୍କୁ ନମସ୍କାର। ଜୟ ଯବାନ, ଜୟ ଭାରତ। ବୀର ଯବାନ।”

ଅଭିନେତ୍ରୀ ରବିନା ଟଣ୍ଡନ ଲେଖିଛନ୍ତି, “ଓମ ଶାନ୍ତି, ମୋର ସାହସୀ ଭାଇମାନେ। ସେମାନଙ୍କ ପରିବାରକୁ ସାନ୍ତ୍ୱନା। ଆମେ ସର୍ବଦା ଆପଣଙ୍କ ନିକଟରେ ଋଣୀ ହେବୁ।”

ହ୍ରିତିକ ରୋଶନ ଲେଖିଛନ୍ତି, “ସୀମାରେ ଶହୀଦ ହୋଇଥିବା ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ସେମାନଙ୍କ ପରିବାର ପ୍ରତି ପ୍ରାର୍ଥନା ଏବଂ ସମବେଦନା।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବେ ‘କସୌଟି ଜିନ୍ଦେଗୀର ଖଳନାୟିକା, ଆମନା ହେବେ ନୂଆ କୋମଲିକା

ମୁମ୍ବାଇ: ବଦଳିବେ ଲୋକପ୍ରିୟ ଟେଲି ଧାରାବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଖଳନାୟିକା। ପୂର୍ବରୁ କୋମଲିକା ଚରିତ୍ରରେ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ...

ଅନୁଷ୍କାଙ୍କ ସହ ଭଜନ-କୀର୍ତ୍ତନରେ ସାମିଲ ଥିବା ନଜର ଆସିଲେ ବିରାଟ

ଲଗାତାର ବିରାଟ କୋହଲି ଖରାପ ପ୍ରଦର୍ଶନ କରୁଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଏହା ଦେଖିବାକୁ...

ହିରୋ ହେବାକୁ ଚାହିଁଥିଲେ ଅମ୍‌ରୀଶକ ପୁରୀ, ହେଲେ ମିଳିଲା ‘ସୁପର ଭିଲେନ’ ଟ୍ୟାଗ

ଅମ୍‌ରୀଶ ପୁରୀ, ଯିଏ ବଲିଉଡ୍‌ର ଜଣାଶୁଣା ଭିଲେନଙ୍କ ମଧ୍ୟରୁ ଅନ୍ୟତମ। ନିଜର ଡାଏଲଗ କହିବା ଶୈଳୀ, ଭୟାନକ ଗେଟଅପ ଏବଂ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ସହିତ ବର୍ଷ...

ଉତ୍ତର ପ୍ରଦେଶରେ ଜିଏସ୍‌ଟି ଫ୍ରି ହେଲା ‘ତାନାଜୀ’

ଲକ୍ଷ୍ନୌ,୧୪।୧: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଲିଉଡ୍‌ ନାୟକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’କୁ ରାଜ୍ୟରେ ଜିଏସ୍‌ଟି ଫ୍ରି...

ରଜନୀକାନ୍ତଙ୍କ ଭବ୍ୟ ବଙ୍ଗଳା: ଦେଖିଲେ ଘଡ଼ିଏ ଚାହିଁବ

ହାଇଦ୍ରାବାଦ: ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ହିଟ୍‌ ଭେଟିଦେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାର ରଜନୀକାନ୍ତ। ତାଙ୍କୁ ପ୍ରଶଂସକ ଭଗବାନଙ୍କ ଭଳି ପୂଜିଥାନ୍ତି। ବୟସାଧିକ ହୋଇଥିଲେ...

ମୁମ୍ବାଇ ରାସ୍ତାରୁ ଫଳ କିଣିଲେ ଏହି ଅଭିନେତ୍ରୀ

ଏବେ ସମ୍ପୂର୍ଣ୍ଣ ଭାବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରଙ୍କୁ ମଧ୍ୟ ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ...

ସାଥୀ ଅଭିନେତା ବିଳମ୍ବରେ ଆସିବାରୁ ବେଲ୍ଟ ଧରି ଗୋଡ଼ାଇଥିଲେ ଏହି ବଲିଉଡ ଷ୍ଟାର

ବଲିଉଡ୍‌ ଷ୍ଟାରମାନେ ଫିଲ୍ମ ସେଟ୍‌ରେ ବିଳମ୍ବରେ ପହଞ୍ଚିବା କିଛି ନୂଆ କଥା ନୁହେଁ। କିନ୍ତୁ ଜଣେ ଏଭଳି ଅଭିନେତା ଥିଲେ କୋ ଷ୍ଟାର ବିଳମ୍ବରେ ସେଟ୍‌କୁ...

ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ବାୟୋପିକ୍ ନିର୍ମାଣ କରିବେ ସଞ୍ଜୟ ଗୁପ୍ତା!

ମୁମ୍ବାଇ: ଫରଦିନ ଖାଁ ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ‘ବିସ୍ଫୋଟ’ର କାମ ଶେଷ ହେବା ପରେ ଏବେ ସଞ୍ଜୟ ଗୁପ୍ତା ଆଉ ଏକ ଫିଲ୍ମ...

Advertisement
Archives

Model This Week