ଶରୀର ଦାନ କରିବେ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଶରୀର ଦାନ କରିବେ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ। ମୃତ୍ୟୁ ପରେ ସେ ତାଙ୍କ ଶରୀରକୁ କଟକ ଏସ୍‌ସିବି ମେଡିକାଲ କଲେଜକୁ ଦାନ କରିବେ ବୋଲି ୯୯ତମ ଜନ୍ମ ଦିବସ ଅବସରରେ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ସକାଳେ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସମୟରେ ପଟ୍ଟନାୟକ ମନ୍ତ୍ରୀଙ୍କୁ ଏନେଇ ଜଣାଇଥିଲେ। ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ତାଙ୍କର ଦେହାନ୍ତ ପରେ ଶରୀର ଦାନ କରିବା ନିଷ୍ପତ୍ତିକୁ ମନ୍ତ୍ରୀ ସ୍ବାଗତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ୧୯୨୨ ମେ’ ୧୧ ତାରିଖରେ ପୁରୀ ଜିଲା ନିମାପଡାଠାରେ ଜନ୍ମଗ୍ରହଣ କରିଥିବା ଭବାନୀ ଚରଣ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ କାର୍ଯ୍ୟ କରିବାସହ ୧୯୬୧, ୧୯୬୬ ଏବଂ ୧୯୭୮ରେ ୩ଥର ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନରେ ରହିବ ‘ନୋଟା’

ଭୁବନେଶ୍ୱର,୧୧।୨(ବ୍ୟୁରୋ): ପଞ୍ଚାୟତ ପରେ ପୌର ନିର୍ବାଚନ ହେବ । ଏଥର ପୌର ନିର୍ବାଚନରେ ଭୋଟ ଫାଇଁ ଇଭିଏମ୍‌ର ବ୍ୟବହାର କରାଯିବ। ସେଥିରେ ‘ଏନ୍‌ଓଟିଏ’ ନୋଟା ବିକଳ୍ପ...

ଲକ୍‌ଡାଉନ୍‌ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି କରୋନା: ଆଜି ଭୁବନେଶ୍ୱରରେ ଚିହ୍ନଟ ହେଲେ ୧୧୯୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜଧାନୀରେ ଲକ୍‌ଡାଉନ୍‌ ସତ୍ତ୍ୱେ କମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୧୯୬ ନୂଆ...

ଦଳ ଭିତରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଛି କହିଲେ ରାଧାରାଣୀ

ଭୁବନେଶ୍ୱର, ୧୦।୬(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ପ୍ରଦର୍ଶନ କିପରି ଥିଲା ସେ ନେଇ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ...

ଭୁବନେଶ୍ୱର ବସ୍ତି ନାଁ ଶୁଣିଲେ ଭୟ ଘାରୁଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟର ଆଉ ଏକ ହଟ୍‌ସ୍ପଟ୍‌ ପାଲଟିବାକୁ ଯାଉଛି ରାଜଧାନୀ। ବସ୍ତି ପାଇଁ ବିଗିଡି ଗଲାଣି ସ୍ଥିତି। ସାଲିଆ ସାହି ବସ୍ତିରୁ ପଜିଟିଭ୍‌ ଠାବ ହେବାର...

ଅମିତ ଶାହଙ୍କ ସହ କଥା ହେଲେ ଗଜପତି ମହାରାଜା

ପୁରୀ ଅଫିସ୍‌,୨୨।୧: ପୁରୀ ରଥଯାତ୍ରା ହେବ କି ନାହିଁ ସେନେଇ ସୁପ୍ରିମକୋଟ୍‌ଙ୍କ ରାୟ ଆଜି ଆସିବ। ରାୟ ଆସିବା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ଏଚ୍‌ଏସ୍‌ଆର୍‌ପି ଅବଧି ମାସେ ବଢ଼ିଲା

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧।୧୦: ଜନ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚଏସ୍‌ଆରପି) ଲଗାଇବା ଅବଧି ଆଉ ୧ ମାସ ବୃଦ୍ଧି କରିଛନ୍ତି।...

୩ଥର ଇସ୍ତଫା ଗ୍ରହଣ କରିବାକୁ କହିଲିଣି: ନିରଞ୍ଜନ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଅନ୍ୟପଟେ ବିଳମ୍ବରେ ହୋଇଥିବା ପାଟକୁରା ନିର୍ବାଚନରେ ମଧ୍ୟ...

ବିନା ବାଜାରେ ଗଲେ ବର : ୭ ଡିଜେ, ୫ ଜେନେରେଟର ଜବତ

ପୁରୁଣା ଭୁବନେଶ୍ୱର,୮।୭(ଡି.ଏନ.ଏ.): ରାଜଧାନୀରେ ବିନା ବାଜାରେ ରବିବାର ରାତିରେ ବର ଯାଇଥିବା ଦେଖିବାକୁ ମିଳିଛି। ସହରାଞ୍ଚଳରେ ରାତି ୧୦ଟା ପରେ ଡିଜେ ବାଜିବାକୁ ବାରଣ ରହିଛି।...

Advertisement
Archives

Model This Week