Posted inଜାତୀୟ

ଶପଥ ଗ୍ରହଣ ପରେ ମନଖୋଲି କଥା ହେବେ ଗୋଗୋଇ

ନୂଆଦିଲ୍ଲୀ,୧୭।୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା (୧)ର ଉପଧାରା (କ)ରେ ପ୍ରଦତ୍ତ କ୍ଷମତାର ପ୍ରୟୋଗ ବଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟ ସଭାକୁ ମନୋନୀତ କରିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। କେ.ଟି.ଏସ. ତୁଲସୀଙ୍କ ଅବସର ପରେ ରାଜ୍ୟ ସଭାରେ ଗୋଟିଏ ମନୋନୀତ ସଦସ୍ୟ ଆସନ ଖାଲିପଡ଼ିଥିବା ବେଳେ ଗୋଗୋଇଙ୍କୁ ଏଥିପାଇଁ ବଛା ଯାଇଥିଲା। ଏହାକୁ ନେଇ କଂଗ୍ରେସ ସମେତ ଆଉ କିଛି ଦଳ ବିରୋଧ ମଧ୍ୟ କରିଥିଲେ। ଏ ସର୍ମ୍ପରେ ଗୋଗୋଇଙ୍କୁ ପଚରାଯିବାରୁ ସେ କହିଛନ୍ତି, ବୁଧବାର ସେ ଦିଲ୍ଲୀ ଗସ୍ତ କରିବାର ଯୋଜନା ରହିଛି। ତେବେ ରାଜ୍ୟ ସଭାରେ ଶପଥ ଗ୍ରହଣ କରିବା ପରେ ସେ ଗଣମାଧ୍ୟମକୁ ସବୁକଥା କହିବେ, ଯେ ସେ କାହିଁକି ରାଜ୍ୟ ସଭା ଯିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ରାୟକୁ ଜଷ୍ଟିସ୍‌ ଗାଙ୍ଗୁଲିଙ୍କ ନାପସନ୍ଦ

କୋଲକାତା,୧୧ା୧୧: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ପ୍ରଦାନ କରିଥିବା ରାୟକୁ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ଗାଙ୍ଗୁଲି ନାପସନ୍ଦ କରିଛନ୍ତି। ବିବାଦୀୟ ଜମିରେ...

ଆଦିବାସୀ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ନୂଆଦିଲ୍ଲୀ,୧୧ା୬:ସୁପ୍ରିମକୋର୍ଟ ବୁଧବାର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅପରାଧ ସମୟରେ ଅଭିଯୁକ୍ତା ଜନନୀ...

ଆମେରିକା, ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ: ଗୋଟିଏ ଦିନରେ ସର୍ବାଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ପରେ ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣର ଗତି ଦିନକୁ...

ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ...

ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ଟପିଲା

ନୂଆଦିଲ୍ଲୀ, ୨୦।୯: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏଭଳି ହୋଇଥିବା ଟ୍ରାଇ...

ରାଜୀବ କୁମାରଙ୍କୁ ଆଶ୍ୱସ୍ତି: ମିଳିଲା ଆଗୁଆ ଜାମିନ

କୋଲକାତା,୧।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଶାରଦା ଚିଟଫଣ୍ଡ ମାମଲାରେ...

ପୋଲିସ ବାବୁଙ୍କ ମୁଣ୍ଡରୁ ଉକୁଣି ବାଛୁଚି ମାଙ୍କଡ଼: ଭିଡିଓ ଭାଇରାଲ

ଲକ୍ଷ୍ନୌ,୯।୧୦: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ମାଙ୍କଡ଼ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରୁ ଉକୁଣି...

ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ

ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ...

Play 250+ Trending Games
Archives

Model This Week

Why Dharitri