ଶନିବାର ଜାତୀୟ ଶୋକ ପାଳନ କରିବ ଚାଇନା

ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିଲେ। ଏହି କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆସନ୍ତା ଶନିବାର ଚାଇନା ଜାତୀୟ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ମାସରେ ଏଠାରେ ପ୍ରଥମେ କରୋନା ଭାଇରସ ଦେଖାଦେଇଥିବା ବେଳେ ଏବେ ଏହା ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଏବେ ଇଟାଲି ଓ ଆମେରିକାର ସ୍ଥିତି ସଙ୍ଗିନ ହୋଇ ପଡିଛି। ଭାରତ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୨୪ ଘଣ୍ଟାରେ ୪ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୧।୫: ଚିନ୍ତାରେ ପକାଇଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୪,୨୧୩ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ...

ଛିଡିଛି ଦାସତ୍ୱର ଶୃଙ୍ଖଳ ତାଲିବାନକୁ ମିଳିଛି ପାକିସ୍ତାନ, ଚାଇନା, ଇରାନର ସମର୍ଥନ: ଇମ୍ରାନ

ଇସଲାମାବାଦ,୧୬ ।୮: ଆଫଗାନିସ୍ତାନରେ ନିର୍ବାଚିତ ସରକାରଙ୍କୁ ଅଡୁଆରେ ପକାଇ କ୍ଷମତାର ଶକ୍ତି ହାସଲ କରିବାକୁ ଯାଉଥିବା ତାଲିବାନକୁ ପାକିସ୍ତାନ, ଚାଇନା ଓ ଇରାନର ସମର୍ଥନ ମିଳିଛି...

ବେକାବୁ କରୋନା: ଦିନକରେ ୬୨ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନାର ଦେ।ହରା ମାଡ଼ ଆରମ୍ଭ ହୋଇଛି। ଧୀରେଧୀରେ ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ନୂଆ ଆକ୍ରାନ୍ତଙ୍କ ପ୍ରତିଦିନ ସଂଖ୍ୟା ବଢ଼ିବାରେ ଲାଗିଛି।...

କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨ ପ୍ରତିଶତ ଟପିଲା

ନୂଆଦିଲ୍ଲୀ, ୨୭।୯: ଭାରତରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶରେ କରୋନା...

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିୟର୍ସ ମୋର୍ଗାନଙ୍କ ସହ ଚାଲିଥିବା ସାକ୍ଷାତକାରରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି। କାରଣ ଗତ ୨୦୨୦ ରାଷ୍ଟ୍ରପତି...

ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ।...

ସାନିଟାଇଜ୍‌ ହେଲା ଡାକ୍ତରଖାନା

ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ଭ୍ୟାରିଆଣ୍ଟ୍‌ର ଭୟଙ୍କର ବେଗ ଯୋଗୁ ଭାକ୍ସିନ୍‌ ହୋଇପାରେ ପ୍ରଭାବହୀନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଚେତାବନୀ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ...

Advertisement
Archives

Model This Week