ଲୋକବାଦ୍ୟ ପରମ୍ପରା ପଶ୍ଚିମ ଓଡିଶାର ପରିଚୟ

ସୋନପୁର,୧୯।୧(ନି.ପ୍ର.) ପଶ୍ଚିମ ଓଡିଶାର ସଂସ୍କୃତି, ଲୋକବାଦ୍ୟ ଓ ପରମ୍ପରା ମହାନ। ଏଠାରେ ସମାଜ ଭିତ୍ତିକ ଲୋକବାଦ୍ୟ ରହିଛି। ପର୍ବ ପର୍ବାଣୀ ଅନୁସାରେ ବାଦ୍ୟର ପରିକଳ୍ପନା। ତେବେ ପ୍ରଥମେ ବାଦ୍ୟ ପରେ ପରମ୍ପରା ଆରମ୍ଭ ହୋଇଛି ଏବଂ ବାଦ୍ୟ ଅନୁସାରେ ନୃତ୍ୟର ନାମକରଣ। ଲୋକବାଦ୍ୟ ପରମ୍ପରା ହେଉଛି ପଶ୍ଚିମ ଓଡିଶାର ସ୍ବତନ୍ତ୍ର ପରିଚୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ଦ୍ୱିତୀୟ ସନ୍ଧ୍ୟାର ପ୍ରଥମ କଥାଚକ୍ରରେ ପଶ୍ଚିମ ଓଡିଶାର ଲୋକବାଦ୍ୟ ପରମ୍ପରା ଶୀର୍ଷକ ବିଷୟ ବସ୍ତୁ ଥିଲା। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ଲେଖକ ଡ. ଅଟଳ ବିହାରୀ ପଣ୍ଡା ବିଶିଷ୍ଟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ପଶ୍ଚିମ ଓଡିଶା ହେଉଛି କଳାର ସ୍ଥାନ। ଏଠାରେ ବିଭିନ୍ନ ପ୍ରକାର ଲୋକକଳା ଓ ପରମ୍ପରା ଦେଖିବାକୁ ମିଳେ। ପରମ୍ପରା, ପର୍ବପର୍ବାଣୀ ସହିତ ଲୋକବାଦ୍ୟର ସ୍ବତନ୍ତ୍ରତା ରହିଛି। ଏହା ଖୁବ୍‌ ପ୍ରାଚୀନ ବୋଲି ଡ. ପଣ୍ଡା କହିଥିଲେ। ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଆଲୋଚକଭାବେ ଯୋଗଦାନ କରି ବାଦ୍ୟଯନ୍ତ୍ରର ଆବଶ୍ୟକତା ଓ ପ୍ରାଚୀନ କାଳରେ ଆଦିମ ଅଧିବାସୀ କିଭଳି ଧ୍ୱନି ସୃଷ୍ଟି କରୁଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଡ. ମିଶ୍ର ଆହୁରି କହିଥିଲେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରକାର ଲୋକବାଦ୍ୟ ରହିଛି। ପୁରାତନ ସମୟରୁ ସ୍ଥାନୀୟ ଅଧିବାସୀ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଲୋକବାଦ୍ୟ ଗବେଷକ ରବିରତ୍ନ ସାହୁ ଅନ୍ୟତମ ଆଲୋଚକଭାବେ ଯୋଗଦେଇ ଲୋକବାଦ୍ୟର ପ୍ରକାର, ଶବ୍ଦ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଞ୍ଚଳର ଲୋକବାଦ୍ୟ ପରମ୍ପରାକୁ କିଭଳି ଉଜ୍ଜ୍ୱିବୀତ କରାଯାଇ ପାରିବ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ସେ ସମ୍ପର୍କରେ ନିଜର ମତ ରଖିଥିଲେ। ନାଟ୍ୟଶ୍ରୀ ଗଦାଧର ବାରିକ ସଭାରେ ଅଧ୍ୟକ୍ଷତା କରିଥିଲେ। ଶ୍ୟାମା ଓଁ ମିଶ୍ର ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଶିକ୍ଷାବିତ୍‌ ବ୍ରଜମୋହନ ଦାନୀଙ୍କ କବିତା ସଙ୍କଳନ ସମ୍ପର୍କର ଚିତ୍ରମାଳାକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଲକ୍ଷ୍ମୀନାରାୟଣ ସହୁ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲରେ ହେବ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

କୋରାପୁଟ,୫।୯,(ସ୍ବ.ପ୍ର): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ପୁଣି ଜିଲାରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାର ମୋଟ...

ଏଏସ୍‌‌ଆଇ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ,୨୫।୬: ଏଏସ୍‌‌ଆଇ ପକ୍ଷରୁ ଗୁରୁବାର ଶ୍ରୀମନ୍ଦିର ଯାଞ୍ଚ କରାଯାଉଛି। ଡାକ୍ତର ଏନ୍‌.ସି. ପାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଯାଞ୍ଚ କରୁଛନ୍ତି। ବିଶେଷକରି ଗର୍ଭଗୃହର...

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର ଅଫିସ,୧୮ ।୯: ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର-ହଳଦୀପଦା ରାସ୍ତାର ଚିରକୁଣି ଚଟାଣରେ ଶୁକ୍ରବାର ବନ୍ୟାଜଳ ସ୍ରୋତରେ ଏକ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଇଛି...

କ୍ଷତି ବଢ଼ିବା ପରେ ଚେତିଲା ପ୍ରଶାସନ: ମାସକ ମଧ୍ୟରେ କର୍ମଚାରୀଙ୍କୁ ମିଳିବ ବକେୟା

ଭଞ୍ଜନଗର,୧୯।୬(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଜୋନର ଅସ୍ଥାୟୀ କର୍ମଚାରୀମାନେ ବକେୟା ଦରମା ଦାବି ନେଇ ଗତ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଜୋନ୍‌ର କ୍ଷତି ବଢ଼ିବା ପରେ ପ୍ରଶାସନ...

୫ ବର୍ଷର ଶିଶୁକୁ ଝୁଣି ମାରିଲେ କୁକୁରପଲ

କୋକସରା,୨୪।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଖୁଣ୍ଟିଆ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁର ଏକ ୫ ବର୍ଷର ଶିଶୁକୁ କୁକୁରପଲ ଗୋଡ଼ାଇ ଗୋଡ଼ାଇ...

୧,୪୧,୮୯୯ ମାମଲା ଫଇସଲା

କଟକ ଅଫିସ,୧୪।୧୧: ରାଜ୍ୟର ୩୦ଟି ଜିଲାସ୍ତରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଓ ବ୍ଲକ ସ୍ତରରେ ମୋଟ ୨,୯୦,୧୭୩ଟି ମାମଲା...

ସୁନ୍ଦରଗଡ ଜିଲାରେ କରୋନା ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଲା: ବିଶ୍ରା ଅଞ୍ଚଳରେ ଆହୁରି ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧି ବଢିଲା

ସୁନ୍ଦରଗଡ,୨୦।୪(ଡି.ଏନ୍‌.ଏ.) ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୬ଟି ଜିଲାକୁ ହାଇରିସ୍କ ଜିଲା ଭାବେ ଘୋଷଣା କରାଯାଇଛି। ଏଥି ମଧ୍ୟରେ ସୁନ୍ଦରଗଡ ଜିଲା ରହିଛି। ଗତ ୧୧...

ଗଞ୍ଜାମ ଜିଲାକୁ ଭୋଜି ଖାଇବାକୁ ଯାଇ ଦମ୍ପତି କରୋନା ଆକ୍ରାନ୍ତ: ପିଣ୍ଡିକି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆର.ଉଦୟଗିରି,୬।୭(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ପିଣ୍ଡିକି ଗ୍ରାମର ଏକ ଦମ୍ପତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ଗ୍ରାମକୁ ୭ ଦିନ ଲାଗି କଣ୍ଟେନମେଣ୍ଟ...

Advertisement
Archives

Model This Week