ଲୋକଙ୍କ ସମସ୍ୟା ସମାଧାନ କର: ବିଧାୟକ

ବଇଣ୍ଡା,୩୧।୫(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଗୁରୁବାର ବିଧାନସଭାରେ ନୂତନ ଭାବେ ଶପଥ ନେବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଆସି କାର୍ଯ୍ୟ ଆରମ୍ଭ କରିଛନ୍ତି। ଅପରାହ୍ନରେ କିଶୋରନଗର ବ୍ଲକ ବଇଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ପରେ ବୈଠକରେ ବିଧାୟକ ସାଏ ଯୋଗଦେଇ କହିଲେ, ନବୀନ ସରକାର ଓଡ଼ିଶାରେ ୫ମ ଥର ସରକାର କରି ଇତିହାସ ସୃଷ୍ଟି କରିଛନ୍ତି। ତେଣୁ କିଭଳି ଗ୍ରାମାଞ୍ଚଳର ବିକାଶ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଣୁ ସମସ୍ତ ବିଜେଡି କର୍ମୀମାନେ ଏକଜୁଟ୍‌ ହୋଇ କାମ କରିବା ସହ ଲୋକଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ, ନୁନୁକାପଶି ସରପଞ୍ଚ ଜଳଧର ସାହୁ, ଗାଁ ବଇଣ୍ଡା ସରପଞ୍ଚ ମାନସ ସାହୁ, ପୂର୍ବତନ ସରପଞ୍ଚ ଆନୁକୁଲ୍ୟ ବେହେରା, ରଞ୍ଜନ ପ୍ରଧାନ, କୁମୁଦଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ଇତିହାସ ରଚିଲା ବିଜେଡି

ଅନୁଗୋଳ ଅଫିସ,୨।୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚଳିତବର୍ଷ ଅନୁଗୋଳ ଜିଲାରେ ବିଜୁ ଜନତା ଦଳ (ବିଜେଡି) ନୂଆ ଇତିହାସ ରଚିଛି। ଜିଲାର ମୋଟ୍‌ ୨୮ ଜିଲା...

ଅନୁଗୋଳରେ ବାରବାଟୀ କ୍ରେଜ୍‌: ଉପସଭାପତିଙ୍କ ଘରେ ପ୍ରବଳ ଗହଳି

ଅନୁଗୋଳ ଅଫିସ, ୨୦।୧୨- କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ସିରିଜ୍‌ର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ...

ପ୍ରି-ବିଡିଂ ବୈଠକ ହୋଇନି

ଅନୁଗୋଳ ଅଫିସ, ୧୭ା୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ମାନବ ସମ୍ବଳ କାର୍ଯ୍ୟ ପାଇଁ କରାଯାଇଥିବା ପେପର ଟେଣ୍ଡରରେ କୌଣସି...

ସାଇବର ଅପରାଧରେ ବେନାମୀ ସିମ୍‌

ଅନୁଗୋଳ ଅଫିସ, ୮ା୧୦ ଠକେଇ ପାଇଁ ଇଣ୍ଟରନେଟ୍‌କୁ ମାଧ୍ୟମ କରୁଛନ୍ତି ଠକ। କେତେବେଳେ ମୋବାଇଲ ଆପ୍‌ ତ ଆଉ କେତେବେଳେ ଗିଫ୍ଟ ଲୋଭ ଦେଖାଇ ଲୋକଙ୍କ...

କୋଇଲା ଡିପୋକୁ ବିରୋଧ, ରାସ୍ତା ଅବରୋଧ

ବଇଣ୍ଡା,୧୩ା୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ଗୁଣ୍ଡୁରୀମୁଣ୍ଡା ନିକଟରେ ନିର୍ମାଣ ହୋଇଥିବା କୋଇଲା ଡିପୋକୁ ଗୁଣ୍ଡୁରୀମୁଣ୍ଡା ସମେତ ୫ଟି ଗ୍ରାମବାସୀ ବିରୋଧ କରିଛନ୍ତି।...

ସଂକ୍ରମଣ ରୋକିବାକୁ ଏନ୍‌ଟିପିସିର ସତର୍କତା

ତାଳଚେର, ୨୯।୩(ନି.ପ୍ର.) – କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା କଣିହଁାସ୍ଥିତ ଏନ୍‌ଟିପିସି ପକ୍ଷରୁ ଓଡ଼ିଶା ତଥା ଦେଶର ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ...

ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍‌ : ଜଣେ ମୃତ, ଜଣେ ଗୁରୁତର

ତାଳଚେର,୩।୧୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ନିକଟସ୍ଥ ଶିବରାମପୁର-କନ୍ଧବେରେଣି ରାସ୍ତାରେ ଶନିବାର ରାତିରେ ଏକ ମାରୁତି ଭାରସାମ୍ୟ ହରାଇ ପୋଲ ତଳକୁ ଖସି...

Advertisement
Archives

Model This Week