ଲଣ୍ଡନରୁ ଫେରିବା ପରେ ଆଇସୋଲେଶନ୍‌ରେ ଅନୁପ ଜଲୋଟା

ମୁମ୍ବାଇ: ମହାମାରୀ ରୂପ ନେଇଥିବା ଭୟଙ୍କର କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସାରା ବିଶ୍ୱ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ସଂକ୍ରମଣ ବୃଦ୍ଧ ଓ ପିଲାଙ୍କୁ ସବୁଠାରୁ ଅଧିକ ସଂକ୍ରମିତ କରୁଛି। ଇତିମଧ୍ୟରେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ୬୬ ବର୍ଷୀୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ଏକ ହୋଟେଲରେ ଆଇସୋଲେଶନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଏନେଇ ସୋସିଆଲ ମିଡିଆରେ ଅନୁପ ଏକ ଫଟୋ ଶେୟାର କରିବା ସହ ଆଇସୋଲେଶନ୍‌ରେ ଥିବା ନେଇ ସୂଚନା ଦେଇଛନ୍ତି। ଏହି ଫଟୋରେ ତାଙ୍କୁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଅନୁପ ଲଣ୍ଡନରୁ ମୁମ୍ବାଇକୁ ଫେରିଥିଲେ। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ଡାକ୍ତରୀ ଦଳର ତାଙ୍କୁ ସ୍କାନିଂ କରିଥିଲେ। ଏହାପରେ ତାଙ୍କୁ ହୋଟେଲ ମିରାଜରେ ଆଇସୋଲେଶନ୍‌ କରି ରଖାଯାଇଥିଲା। କେବଳ ତାଙ୍କୁ ନୁହେଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉକ୍ତ ହୋଟେଲରେ ଆଇସୋଲେଶନ୍‌ କରି ରଖାଯାଇଛି। ଏକ ୨୫ଜଣିଆ ଡାକ୍ତରୀ ଦଳ ସେମାନଙ୍କର ପରୀକ୍ଷା କରୁଥିବା ସୂଚନା ମିଳିଛି। ତେବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଦିଆଯାଉଥିବା ମେଡିକାଲ କେୟାରକୁ ଅନୁପ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟିଭିରେ ନଜର ଆସିବେ ସୁଶାନ୍ତ-ଅଙ୍କିତା ଯୋଡି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କ ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଏବଂ...

‘ଗୋଲମାଲ’ ଭଳି ଫିଲ୍ମ ପସନ୍ଦ କରନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ। ଅପ୍‌କମିଙ୍ଗ ଫିଲ୍ମ ‘ବାଲା’କୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ...

ଅଙ୍କିତାଙ୍କ ଅଧା ଘରକୁ ନେଇଯାଇ ପାରନ୍ତି ସୁଶାନ୍ତଙ୍କ ପରିବାର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ସିବିଆଇ ହାତରେ। ସିବିଆଇ ଏବେ ଏହାର ଯାଞ୍ଚ ଆରମ୍ଭ କରିଛି। ଏହି ମାମଲାକୁ...

ଓଡ଼ିଶୀ ନାଚି ଟ୍ରୋଲ ହେଲେ ଦୀପିକା ସିଂହ

ମୁମ୍ବାଇ: କେବଳ ଓଡ଼ିଶା ନୁହେଁ ଓଡ଼ିଶୀକୁ ବହୁତ ଭଲ ପାଆନ୍ତି ଟେଲି ଅଭିନେତ୍ରୀ ଦୀପିକା ସିଂହ। ସେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ। ତେବେ ଦୀପିକାଙ୍କୁ...

କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ...

ଶୁଟିଂ ସେଟ୍‌ରେ ଆହତ ହୋଇଛନ୍ତି ଏହିସବୁ ଅଭିନେତା

ଫିଲ୍ମ ଶୁଟିଂ ସମୟରେ ବଲିଉଡ୍‌ର ଅଭିନେତାମାନେ ଥରେ ନୁହେଁ ବହୁବାର ଆହତ ହୋଇଛନ୍ତି। ତଥାପି ଫିଲ୍ମ ହିଟ୍‌ ହୋଇଛି। ଜାଣନ୍ତୁ କେଉଁ ଅଭିନେତାମାନେ ଶୁଟିଂ ସେଟ୍‌ରେ...

ଅଧିକ ପ୍ରଶ୍ନ କରିବାରୁ ଫିଲ୍ମରୁ ବିଦା ହେଲେ ବିଦ୍ୟା

ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଚରିତ୍ରକୁ ସର୍ବଦା ଜୀବନ୍ତ କରି ପରଦା ଉପରେ ଉପସ୍ଥାପନା କରିଥାନ୍ତି। ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରିଥାନ୍ତି। ହେଲେ...

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଚିୟର୍‌ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର

ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ...

Coronavirus Update


Archives

Model This Week

Why Dharitri