ଲକ୍‌ଡାଉନ କଟକଣାକୁ କୋହଳ କଲା ମୁମ୍ବାଇ ବିଏମ୍‌ସି

ମୁମ୍ବାଇ,୯।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘ ଅଢ଼େଇ ମାସ ପରେ ଲକ୍‌ଡାଉନ ନିୟମକୁ କୋହଳ କରିବାକୁ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍‌ସି) ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ବର୍ତ୍ତମାନ ମୁମ୍ବାଇ ମଲ୍‌କୁ ଛାଡ଼ିଦେଲେ ବାକି ବଜାର ଅନ୍ୟ ସ୍ଥାନରେ ଥିବା ଦୋକାନଗୁଡ଼ିକ ଅଡ୍‌ ଇଭିନ ନମ୍ବର ଆଧାରରେ ଖୋଲାଯିବ। ଏହି ସବୁ ଦୋକାନଗୁଡ଼ିକୁ ପୁରା ସମୟ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସପ୍ତାହରେ ଥରେ ଏହି ସମସ୍ତ ଦୋକାନ ବନ୍ଦ ରହିବ। ସୋମବାରଠାରୁ ଶନିବାର ଯାଏଁ ଦୋକାନ ଖୋଲାରହିବ ଏବଂ ରବିବାର ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଖବରକାଗଜ ଛାପିବାକୁ ଓ ବିକ୍ରି ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ହକରମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଜରୁରୀ ବୋଲି ଉକ୍ତ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ନାଲିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଗାଳି ଦେଉଥିବା ଭିଡିଓ ଭାଇରାଲ

ଲକ୍ଷ୍ନୌ, ୫ା୪- ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗଣମାଧ୍ୟମ ସଂସ୍ଥା ‘ଏଏନ୍‌ଆଇ’ କ୍ୟାମେରାମ୍ୟାନଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି କରୁଥିବା ଏକ ଭିଡିଓ...

ମାଳଦ୍ୱୀପ ପୂର୍ବତନ ଉପରାଷ୍ଟ୍ରପତିଙ୍କ ରାଜନୈତିକ ଶରଣ ଆବେଦନକୁ ଅଗ୍ରାହ୍ୟ କଲେ ଭାରତ ସରକାର

ଚେନ୍ନାଇ,୩।୮: ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦେବ୍‌ ଅବଦୁଲ୍‌ ଗଫୁରଙ୍କ ରାଜନୈତିକ ଶରଣ ଆବେଦନକୁ ଭାରତ ସରକାର ଅଗ୍ରାହ୍ୟ କରିଛନ୍ତି। ଫଳରେ ସେ ତାମିଲ୍‌ନାଡୁର ଥୁଥୁକୁଡ଼ିଠାରୁ...

ଲକ୍‌ଡାଉନ୍‌ ବେଳେ ୮୦ ଛାତ୍ରୀଛାତ୍ରଙ୍କୁ ଏକତ୍ରିତ କରି ଟ୍ୟୁଶନ କରୁଥିଲେ ଶିକ୍ଷକ: ବାନ୍ଧିନେଲା ପୋଲିସ

ରାଜନଗର,୨୬।୩: କରୋନା ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ସହ ସ୍କୁଲ କଲେଜ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା।...

ରାଜ୍ୟ ସଭା ନିର୍ବାଚନ: ୪ ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

କୋଲକାତା,୮।୩: ରାଜ୍ୟ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ଅର୍ପିତା ଘୋଷ,...

ଦାଦନଙ୍କ ପାଇଁ ବ୍ୟବସ୍ଥା କର

ନୂଆଦିଲ୍ଲୀ, ୩୦ା୪: ସମ୍ପ୍ରତି ମହାମାରୀ କରୋନା ଆମକୁ ଦେଶର ଶ୍ରମିକମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହି ଭାଇରସ୍‌ ଗୋଟିଏପଟେ ଶ୍ରମିକଙ୍କ ସ୍ବାସ୍ଥ୍ୟକୁ...

ଶ୍ରମିକ ସ୍ପେଶାଲ ଟ୍ରେନ୍‌କୁ ନେଇ ଜାରି ହେଲା ଗାଇଡଲାଇନ୍‌

ନୂଆଦିଲ୍ଲୀ,୩।୫: ଲକ୍‌ଡାଉନ ଯୋଗୁ ସାରା ଦେଶରେ ଫସି ରହିଥିବା ଶ୍ରମିକ, ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ ଆଦିଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍‌...

କୃଷି ଆଇନ: ରିପୋର୍ଟ ଦାଖଲ କଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧।୪(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବିଶେଷଜ୍ଞ କମିଟି କେନ୍ଦ୍ରର ବିବାଦୀୟ କୃଷି ଆଇନ ଉପରେ ବୁଧବାର ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିଛି।...

ମହାକାଶ ଅଭିଯାନ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଉପରେ ଭାରତର ନଜର

ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍‌କ୍ଷେପଣ କରାଯିବ। ତେବେ ଏହାପରେ...

Advertisement


Archives

Model This Week