ଲକ୍‌ଡାଉନ୍‌: ୩୦ ହଜାର ଲୋକଙ୍କ ଭରସା ଆହାର କେନ୍ଦ୍ର

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ବର୍ତ୍ତମାନ ଲକ୍‌ଡାଉନ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସାହାରା ଆହାର କେନ୍ଦ୍ର। ରାଜ୍ୟରେ ୩୦ଟି ଜିଲାରେ ଡାକ୍ତରଖାନା ପରିସର ଓ ଏହାର ଆଖପାଖରେ ଥିବା ୬୭ଟି ଆହାର କେନ୍ଦ୍ର ମାଧ୍ୟମରେ ଦୈନିକ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। କରୋନା ପାଇଁ ରାଜ୍ୟ ସରକାର ଆହାର କେନ୍ଦ୍ରଗୁଡିକ ଉପରେ କଟକଣା ଲଗାଇଥିଲେ। ତେବେ ଡାକ୍ତରଖାନା ପରିସର ଓ ଏହାର ନିକଟରେ ଥିବା ଆହାର କେନ୍ଦ୍ରର ଗୁରୁତ୍ୱକୁ ଉପଲବ୍ଧ କରି ସେହି ସବୁ ଆହାର କେନ୍ଦ୍ର ଖୋଲା ରଖାଯାଇଛି। ତେବେ ଉକ୍ତ ୬୭ଟି ଆହାର କେନ୍ଦ୍ରରେ ନିୟମିତ ଖାଦ୍ୟ ପରିବେଷଣ କରାଯାଉଛି। ସମସ୍ତ ଆହାର କେନ୍ଦ୍ରରେ ଦିନବେଳା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଖାଦ୍ୟ ଖାଇଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି। ଏହି ସବୁ ଆହାର କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଗରିବ ଲୋକ ମଧ୍ୟ ଖାଦ୍ୟ ପାଇ ପାରୁଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ସମସ୍ତ ସତର୍କତା ମୂଳକ ପଦକ୍ଷେପକୁ ଆହାର କେନ୍ଦ୍ରରେ ପାଳନ କରାଯାଉଥିବା ପ୍ରକାଶ । ବିଶେଷକରି ଲୋକମାନେ ଦୂରତା ରକ୍ଷାକରି ଧାଡିରେ ଆସିବା, ଆହାର କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ବାହାରେ ରଖାଯାଇଥିବା ସାବୁନରେ ଭଲଭାବେ ହାତ ଧୋଇବା, ପଇସା କାହା ହାତକୁ ନ ଦେଇ ଉଦ୍ଦିଷ୍ଟ ବାକ୍ସରେ ପକାଇବା, ଖାଦ୍ୟ ଖାଇବା ସମୟରେ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ଖାଇସାରିବା ପରେ ଲୋକମାନେ କେନ୍ଦ୍ର ପରିସରରେ ହାତ ନ ଧାଇ ଯେଭଳି ବାହାରେ ଆସି ଦୂରତା ରକ୍ଷାକରି ହାତ ଧୋଇବେ ସେଥିନେଇ ସ୍ବତନ୍ତ୍ର ହାତ ଧୋଇବା ବ୍ୟବସ୍ଥା କରାଯାଇଛି । ଲକଡାଉନ ସରିବା ପର୍ଯ୍ୟନ୍ତ ଏହି ସମସ୍ତ ୬୭ ଆହାର କେନ୍ଦ୍ରରେ ଲୋକଙ୍କୁ କିଭଳି ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସୁରକ୍ଷିତ ଭାବେ ଉନ୍ନତମାନର ଖଦ୍ୟ ପରିବେଷଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ ।


Enter your email to get our daily news in your inbox.

All Right Reserved By Dharitri.Com

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ରେ ପୌର ନିର୍ବାଚନ। ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର। ଭୁବନେଶ୍ୱର ମହାନଗର ନିଗମ ମଇଦାନରେ...

ହାଜତ ମୃତ୍ୟୁ: ବିରୋଧୀ କମ୍ପିଲେ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଶୁକ୍ରବାର ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ସରଗରମ ହୋଇଛି। ପୁରୀ ଓ ସୁନ୍ଦରଗଡ ବୀରମିତ୍ରପୁରରେ ହାଜତ ମୃତ୍ୟୁ ମାମଲାକୁ ନେଇ ଅଧିବେଶନର ପ୍ରଥମ...

ନିଖୋଜ ଛାତ୍ରଙ୍କ ମୃତଦେହ ହୋଟେଲରୁ ମିଳିଲା

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଦୁଇଦିନ ଧରି ନିଖୋଜ ଥିବା କଟକ ଜେକେବିକେ କଲେଜ ଛାତ୍ର ଅଭିଷେକ କୁମାର ନାୟକଙ୍କ ମୃତଦେହ ବୁଧବାର ଭୁବନେଶ୍ୱରରୁ ମିଳିଛି। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ...

ଆରମ୍ଭ ହେଲା ବିଧାନସଭା: ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧି କଂଗ୍ରେସ ସଦସ୍ୟ...

ଖୋଲା ବଜାରରେ କରୋନା ଟିକା ମିଳୁ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଖୋଲା ବଜାରରେ କରୋନା ଟିକା ମିଳୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଲା ବଜାରରେ ଟିକା ମିଳିଲେ...

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚରରେ ୧୨ କି.ମି. ବୁହା ହେଲେ ଗର୍ଭବତୀ

ଭବାନୀପାଟଣା,୨୨।୮(ସ୍ବ.ପ୍ର.): ରାସ୍ତା ଓ ପୋଲ ନ ଥିବାରୁ ଜଙ୍ଗଲ ରାସ୍ତା ଦେଇ ନାଳ ପାର କରି ଜଣେ ଗର୍ଭବତୀଙ୍କୁ ୧୨ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା...

ମର୍ନିଂଓ୍ବାକ୍‌ ବେଳେ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ମାରିଲା ହାତୀ

କଣିହାଁ,୨୨ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ତାଳଚେର ରେଞ୍ଜ କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ଏକଘରିଆ ଗ୍ରାମ ନିକଟରେ ତାଳଚେର ପାଳଲହଡ଼ା ମୁଖ୍ୟ ରାସ୍ତାରେ ଶୁକ୍ରବାର ମର୍ନିଂ ଓ୍ବାକ୍‌...

କଟକଣାରେ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ କରୋନା କଟକଣା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି। ଯେଉଁ ବିଧାୟକମାନେ କରୋନା ସଂକ୍ରମିତ...

Advertisement
Archives

Model This Week