ଲକ୍‌ଡାଉନ୍‌: ସଲମାନ୍‌ଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଛନ୍ତି ୟୁଲିଆ, ମାଛ ଧରି ଶେୟାର କଲେ ଭିଡିଓ

ମୁମ୍ବାଇ : ବର୍ତ୍ତମାନ ସଲମାନ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଫାର୍ମହାଉସ୍‌ରେ ରହିଛନ୍ତି। କାରଣ ସଲମାନ୍‌ ତାଙ୍କ ଫାର୍ମହାଉସ୍‌କୁ ବୁଲିବାକୁ ଆସି ଲକ୍‌ଡାଉନ୍‌ ଯୋଗୁ ଫସିଯାଇଛନ୍ତି। ଏହି ସମୟରେ ସଲମାନ୍‌ ଫାର୍ମହାଉସ୍‌ରେ ଯାହା କିଛି କରୁଛନ୍ତି ଫ୍ୟାନ୍‌ମାନଙ୍କୁ ସୋସିଆଲ ମିଡିଆରେ ଶେୟାର କରି ଜଣାଉଛନ୍ତି। ତାଙ୍କ ସହିତ ତାଙ୍କର ଅତି ଘନିଷ୍ଠ ବନ୍ଧୁ ତଥା କଥିତ ପ୍ରେମିକା ୟୁଲିଆ ବନ୍ତୁର ମଧ୍ୟ ଅଛନ୍ତି। ୟୁଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ମାଛ ଧରୁଥିବା ଦେଖିବାକୁ ମିଳିଛି। ଭିଡିଓଟିରେ ୟୁଲିଆଙ୍କ ବ୍ୟତୀତ କିଛି ଲୋକ ଜାଲ ପକାଇ ମାଛ ଧରୁଥିବା ନଜର ଆସିଛନ୍ତି। ଭିଡିଓରେ ୟୁଲିଆ କହିଛନ୍ତି, ‘ଖାଇବାର ଅଛି ଯଦି ପରିଶ୍ରମ କର, ଆଜି ଏ ହେଉଛି ଆମ ଲଞ୍ଚ୍‌’।

ୟୁଲିଆଙ୍କ ଏହି ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ। ଏହା ପୂର୍ବରୁ ୟୁଲିଆଙ୍କ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ୟୁଲିଆ ଫାର୍ମହାଉସ୍‌ରେ ଚାଟ୍‌ ଶୋ’ କରୁଥିଲେ। ପଛରୁ ସଲମାନ୍‌ ଆସି ତାଙ୍କ ଚେୟାର ଉପରେ ହାତ ରଖି କିଛି କହୁଥିବାର ଦେଖିବାକୁ ମିଳିଥିଲା। ଏଥିରୁ ଜଣାପଡୁଥିଲା ୟୁଲିଆ ତାଙ୍କୁ ଚାଲିଯିବାକୁ କହୁଥିଲେ। ଏହା ପରେ ସଲମାନ୍‌ ଚାଲିଯାଇଥିଲେ। ୟୁଲିଆ ଜଣେ ମଡେଲ, ହୋଷ୍ଟ, ରେଡିଓ ପ୍ରେଜେଣ୍ଟର ଏବଂ ସିଙ୍ଗର ମଧ୍ୟ। ସଲମାନଙ୍କ ସହ ୟୁଲିଆଙ୍କ ସମ୍ପର୍କକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଉଛି। ସଲମାନ୍‌ଙ୍କ ସହ ତାଙ୍କ ଫାର୍ମହାଉସ୍‌ରେ ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌, ସୋହେଲଙ୍କ ପୁଅ ନିର୍ବାଣ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ...

ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା...

ଏମିତି କଲେ ଦୀପିକା ପାଦୁକୋନ: ଉତ୍ସାହିତ ହୋଇପଡ଼ିଲେ ପ୍ରଶଂସକ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ଦିନ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ନିକଟରେ ସେ ଜଣେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ...

କାହିଁକି ଫେରି ପାରୁ ନାହାଁନ୍ତି ରାମ

ମୁମ୍ବାଇ: ଟେଲିଭିଜନ ପରଦାରେ ଦିନେ ଚହଳ ପକାଇଥିବା ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇରହିଛି। ଯେତେବେଳେ ଏହା ପ୍ରସାରଣ ହେଉଥିଲା...

ନିଜଠାରୁ ୧୪ ବର୍ଷ ବଡ଼ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଗାୟିକା, ବର୍ଷେ ପରେ ଘଟିଥିଲା ଏମିତି…

ମୁମ୍ବାଇ: ଆଜି ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ...

ଶାହରୁଖ୍‌ଙ୍କ ସିକ୍ରେଟ୍‌ ଖୋଲିଲେ ଗୌରୀ

ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାଁ ଏବଂ ସ୍ତ୍ରୀ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ଷ୍ଟାଇଲିସ୍‌ କପଲ୍‌ ଭାବେ ଜଣାଶୁଣା। କୌଣସି ପାର୍ଟିରେ ହେଉ କି ଇଭେଣ୍ଟ...

ପ୍ଲାଜମା ଦାନ କଲେ ଗୁରମିତ

ମୁମ୍ବାଇ: ଟେଲିଭିଜନ ଅଭିନେତା ଗୁରମିତ ଚୌଧୁରି ଏବେ ଅନ୍ୟପାଇଁ ସହାୟତାର ହାତ ବଢାଇଛନ୍ତି । କିଛିଦିନ ତଳେ କରୋନାରେ ପୀଡ଼ିତ ହୋଇଥିଲେ ଗୁରମିତ ଓ ତାଙ୍କ...

ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ...

Advertisement


Archives

Model This Week

Why Dharitri