ଲକ୍‌ଡାଉନ୍‌ ସମୟରେ ବି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ କମୁନି: ରାଜଧାନୀର ୨ ଘରୁ ଲୁଟିନେଲେ ଟଙ୍କା, ଅଳଙ୍କାର

କଲେଜରୋଡ୍‌,୧୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଯେଭଳି ନ ବ୍ୟାପେ ସେନେଇ କମିଶନରେଟ୍‌ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚେକିଂ ଜାରିରଖିଛି। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ କମୁନି। ଘରେ ସମସ୍ତେ ଥିବା ବେଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୨ଟି ଘରୁ ଟଙ୍କା, ସୁନା ଅଳଙ୍କାର ଓ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଝାରପଡ଼ା କେନାଲରୋଡ ବୈରାଗୀ ନଗରରେ ରହୁଥିବା ନଳିନୀକାନ୍ତ ବେହେରାଙ୍କ ଘରେ ପଶି ଆଲମିରା ଭାଙ୍ଗି ପ୍ରାୟ ୪ ଲକ୍ଷ ୬ ହଜାର ଟଙ୍କା, ୨ଟି ମୋବାଇଲ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ନିଶା ଔଷଧ ସ୍ପ୍ରେ କରି ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ନଳିନୀକାନ୍ତ ଏତଲାରେ ଦର୍ଶାଇଛନ୍ତି। ସେହିଭଳି ଲେନ୍‌ ୨ରେ ରହୁଥିବା ବୈଦନାଥ ଦାସଙ୍କ ଘର ଝରକା ପଟେ ଗୋଟିଏ ମୋବାଇଲ ଓ ପର୍ସ ଚୋରି ଯାଇଥିବା ରବିବାର ବୈଦନାଥ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଅନୁସନ୍ଧାନ ଜାରିରଖିଛି। ସେହିପରି ଶୁକ୍ରବାର ମଧ୍ୟ ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରେ ଥିବା ଏକ ପାନଦୋକାନ ତାଲା ଭାଙ୍ଗି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ବିଶ୍ୱାସ ଜିତିଛି ଛାପା ଗଣମାଧ୍ୟମ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ନୁହେଁ। ଆମ ଦେଶର ଗଣତନ୍ତ୍ର ୩ଟି ସ୍ତମ୍ଭ ଉପରେ ଛିଡ଼ାହୋଇଛି। ହେଲେ ଦେଶର ଏବେକାର ପରିସ୍ଥିତିରେ ଗଣମାଧ୍ୟମର ଭୂମିକା...

ବିଡିଏ କାର୍ଯ୍ୟାଳୟକୁ ଲୋକଙ୍କ ପ୍ରବେଶ ନିଷେଧ: ଅନ୍‌ଲାଇନ୍‌ ନଚେତ ଟୋଲ ଫ୍ରି ନଂରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଭିଡ ଯୋଗୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହାକୁ ଏଡ଼ାଇବା ଲାଗି ଏବଂ ଲୋକମାନଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ବଜାୟ ରଖିବାକୁ...

ଆଜି ବିଶ୍ୱ ଐତିହ୍ୟ ଦିବସ: ଐତିହ୍ୟର ସଂରକ୍ଷଣ ସୃଷ୍ଟିକରିଛି ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଐତିହ୍ୟର ଗନ୍ତାଘର ଓଡ଼ିଶା। କୋଣାର୍କର ସୂର୍ଯ୍ୟମନ୍ଦିର ହେଉ କି ରାଜ୍ୟରେ ରହିଥିବା ବହୁ ପୁରାତନ ରାଜପ୍ରାସାଦ, ସବୁଠି ଦେଖିବାକୁ ମିଳିଥାଏ ଉତ୍କଳୀୟ ଐତିହ୍ୟ...

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ...

ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ରେ ପହଞ୍ଚିଥିବା ରାଜ୍ୟ...

ଅତିଥି ବେଶରେ ଆସି ବିବାହ ଉତ୍ସବରୁ ଗହଣା ବ୍ୟାଗ୍‌ ଲୁଟିଲେ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆପଣ କୌଣସି ମଣ୍ଡପରେ ବିବାହ ପାର୍ଟି କରୁଛନ୍ତି କି। ସେଠାକୁ ଏକାଧିକ ଅତିଥିଙ୍କୁ ଆମନ୍ତ୍ରିତ କରୁଛନ୍ତି କି। ତେବେ ଅଜଣା ଅତିଥିଙ୍କୁ ସାବଧାନ ହୋଇଯାଆନ୍ତୁ।...

ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୪।୬(ବ୍ୟୁରୋ):ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ୦.୯ କି.ମି. ଉପରେ ଏକ ଟ୍ରପ୍‌ଲାଇନ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ବିହାର...

କେୟାର ହସ୍ପିଟାଲରେ ଲୋକଙ୍କୁ ପାର୍କିଂ ମନା

ଭୁବନେଶ୍ୱର, ୩୧ା୧୦: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ଆପାର୍ଟମେଣ୍ଟ, ମଲ୍‌ରେ ଲୋକଙ୍କ ଗାଡ଼ି ରଖିବା ଆବଶ୍ୟକ ପାର୍କିଂ ସ୍ଥାନ ରଖିବାକୁ ବାଧ୍ୟ। ଏବେ...

Play 250+ Trending Games
Archives

Model This Week

Why Dharitri