ଲକ୍‌ଡାଉନ୍‌ ସମୟରେ ଫସଲ ଅମଳ କରିପାରିବେ ଚାଷୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ଚାଷୀ ଫସଲ କାର୍ଯ୍ୟ ମଧ୍ୟ କରିପାରୁ ନାହାନ୍ତି। ଏଥିଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା କରି ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। ତେଣୁ ଚାଷୀମାନଙ୍କ ପାଇଁ ଶନିବାର କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଚାଷୀ ଫସଲ ସହ ଜଡିତ ଥିବା ସମସ୍ତ କାର୍ଯ୍ୟ କରିପାରିବେ ।  କୃଷି କାର୍ଯ୍ୟ ପାଇଁ ରାସ୍ତାରେ ଟ୍ରାକ୍ଟର ମଧ୍ୟ ନେଇପାରିବେ ବୋଲି ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏତଦ୍‌ ବ୍ୟତୀତ ଲକ୍‌ଡାଉନ୍‌ ସମୟରେ ମଣ୍ଡି ଓ କ୍ରୟ ଏଜେନ୍ସୀକୁ ମଧ୍ୟ ସରକାର ଛାଡ କରିଛନ୍ତି। ବର୍ତ୍ତମାନ ରବି ଫସଲର ଅମଳ ସମୟ। ତେବେ ଅମଳ ସମୟରେ ଯେପରି କୌଣସି ବାଧା ନ ଉପୁଜିବ ତାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ନଈରେ ଡଙ୍ଗାରେ ଓଢ଼ଣୀ ଉଡ଼ାଇ ନାଚୁଥିଲେ ମହିଳା, ଆଉ ତା’ ପରେ…

ଭୋପାଳ,୧୦।୧: ମଧ୍ୟପ୍ରଦେଶର ଖରଗୋନ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନର୍ମଦା ନଦୀରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି...

କରୋନା ଅଗ୍ନିପରୀକ୍ଷାରେ ଦେଶ ସଫଳ ହୋଇଛି: ମୋଦି

ନୂଆଦିଲ୍ଲୀ,୨୩।୨: କରୋନା ମହାମାରୀ ବିରୋଧରେ ଲଢ଼େଇରେ ଦେଶକୁ ସଫଳତା ମିଳିଛି। ଏହା ଏକ ଅଗ୍ନି ପରୀକ୍ଷା ସଦୃଶ ଥିଲା। ତେବେ ଭାରତ ଯୋଜନାବଦ୍ଧ ଭାବେ ବିପଦରୁ...

ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଅଭାବ: ବିଶ୍ରାମାଗାରରେ ଅମ୍ଳଜାନ ଲାଗି ହେଉଛି ଚିକିତ୍ସା

ପୁଣେ,୭।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି। ରାଜ୍ୟର ଅଧିକାଂଶ ଜିଲାରେ ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ପୁଣେରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ...

୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪...

ପୋଲାଣ୍ଡ-ହଙ୍ଗେରୀ ରାସ୍ତା ଦେଇ ଆସିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୪।୨: ରୁଷିଆ ୟୁକ୍ରେନ ଲଢ଼େଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ୟୁକ୍ରେନ ସଙ୍କଟକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ଏକ ଖବରଦାତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି।...

ଆଉ ଦୁଇ ଦିନ ରିମାଣ୍ଡରେ ରହିବେ ଚିଦାମ୍ବରମ

ନୂଆଦିଲ୍ଲୀ,୩।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ସିବିଆଇ କଷ୍ଟୋଡିରେ ରଖାଯିବ। ମଙ୍ଗଳବାର ଆଇଏନ୍‌ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ...

ଆତଙ୍କବାଦୀ ଶିବିରରୁ ଚାଇନା ପିସ୍ତଲ ଜବତ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଥିବା ଏକ ଆତଙ୍କବାଦୀ ଶିବିରକୁ ବିଏସ୍‌ଏଫ୍‌ ଏବଂ ସେନାର ମିଳିତ ଅପରେଶନରେ ଧ୍ୱଂସ ହୋଇଛି। ଏଠାରୁ ବିପୁଳ ପରିମାଣର...

ଅବିବାହିତା କନ୍ୟା ରଖିପାରିବେନି ମୋବାଇଲ୍‌ ଫୋନ୍‌: ଧରା ପଡ଼ିଲେ ପିତାଙ୍କୁ ଦେବାକୁ ପଡ଼ିବ ଦେଢ଼ଲକ୍ଷ ଜରିମାନା

ଅହମ୍ମଦାବାଦ୍‌,୧୭।୭: ଗୁଜରାଟର ବନାସକାଣ୍ଠା ଅନ୍ତର୍ଗତ ଦନ୍ତିଓ୍ବାଡ଼ାରେ ଅବିବାହିତା କନ୍ୟା ମୋବାଇଲ୍‌ ଫୋନ୍‌ ରଖିପାରିବେନି ବୋଲି ନିୟମ ପ୍ରଚଳନ ହୋଇଛି। ଏହାକୁ ସ୍ଥାନୀୟ ଠାକୁର ସମ୍ପ୍ରଦାୟ ପକ୍ଷରୁ...

Advertisement
Archives

Model This Week