ଲକ୍‌ଡାଉନ୍‌ ଯୋଗୁ ମହଙ୍ଗା ମାଡ଼: ପିଆଜ ନୁହେଁ ଏବେ କନ୍ଦାଉଛି ଆଳୁ

ବିଜେପୁର,୨୬।୩(ଡି.ଏନ୍‌.ଏ.): କରୋନା ଯୋଗୁ ସାରା ରାଜ୍ୟ ଲକ୍‌ଡାଉନ୍‌। ହେଲେ ପରିବା, ରାସନ, ମାଛ, ମାଂସ ଦୋକାନ ଖୋଲା ରହିଛି। ହେଲେ ଏହାର ଫାଇଦା ନେବାକୁ ଅସାଧୁ ବେପାରୀ କୁତ୍ରିମ ଅଭାବ ସୁଷ୍ଟି କରୁଛନ୍ତି। ଫଳରେ ଏବେ ପିଆଜ ଅପେକ୍ଷା ଆଳୁ ଲୋକଙ୍କୁ କନ୍ଦାଉଛି। ପିଆଜ କାଟିଲେ ସିନା ଆଖିରୁ ଲୁହ ବାହାରେ ହେଲେ ଏବେ ଆଳୁ ଦର ଶୁଣି ଲୋକଙ୍କ ଆଖିରୁ ଲୁହ ଝରୁଛି। ବରଗଡ଼ ଜିଲା ବିଜେପୁର ଏନ୍‌ଏସି ସଦର ମହକୁମାରେ ଏଭଳି ପରିସ୍ଥିତି ସୁଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଗତ ସୋମବାର ଏଠାରେ ଆଳୁ ୧୫ରୁ ୨଼୦ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଗୁରୁବାର ଆଳୁ ୩୦ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହାଠାରୁ ଆଳୁର ଦର ଅଧିକ ହେଉଛି। ତେଣୁ ଗରିବଙ୍କ ପାଇଁ ଏହା ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଦିନ ମଜୁରିଆ ହାତ ବାନ୍ଧି ବସିଥିବାବେଳେ ଆଳୁର ଅହେତୁକ ଦର ବୁଦ୍ଧି ସେମାନଙ୍କ ଆଖିରୁ ନିଦ ହଜାଇ ଦେଲାଣି। ହୋଲସେଲ୍‌ ବେପାରୀ ଆଳୁ ୫୦କିଗ୍ରା ବସ୍ତା ପିଛା ୯୦୦ ନେଉଥିବାବେଳେ ଏବେ ୧୨୦୦ଟଙ୍କା ନେଉଛନ୍ତି। ତେଣୁ ଆମେ ଏଭଳି ବିକ୍ରି କରିବାକୁ ବାଧ୍ୟ ହେଉଛୁ ବୋଲି ଖୁଚୁରା ବେପାରୀମାନେ ପ୍ରତିକ୍ରିୟା ରଖୁଛନ୍ତିି। ଏ ନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ ଏହା ଆମ କାମ ନୁହେଁ ବୋଲି ହାତ ଟେକି ଦେଉଛନ୍ତି। ତେଣୁ ଏଦିଗରେ ଜିଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତବାର୍ଷିକୀରେ ନୀଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

ବାସୁଦେବପୁର,୨୫ା୫(ଡି.ଏନ୍‌.ଏ.)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାସୁଦେବପୁରର ପୂର୍ବତନ ବିଧାୟକ ସ୍ବର୍ଗତ ନୀଳମଣି ରାଉତରାୟଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ସକାଳେ ବାସୁଦେବପୁରସ୍ଥିତ...

ମାସକରେ ୧୪ ଗାଡ଼ି ଚୋରି, ବାଦ୍‌ପଡ଼ିନି ପୋଲିସ ଗାଡ଼ି

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସହରରେ ଏବେ ଘୂରି ବୁଲୁଛନ୍ତି ସକ୍ରିୟ ଗାଡ଼ି ଚୋର ଗ୍ୟାଙ୍ଗ। ଗତ ଏକ ମାସ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ବ୍ରହ୍ମପୁର ସହରରୁ ପ୍ରାୟ...

ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ...

କମ୍‌ ଦିନରେ ପାଚିଲା ଧାନ, ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୧୬।୧୧: ଜଗତ୍‌ସିଂହପୁର ଜିଲାର ବହୁ ଚାଷୀ ଏବେ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରି ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କ ବିଲରେ ଆଣ୍ଠୁଏ ଲେଖାଏ ପାଣି ରହିଥିବାବେଳେ...

ପୋଲିସ ଉପରକୁ ଅଣ୍ଡାମାଡ଼

ବାରିପଦା ଅଫିସ,୧୧।୧୧: ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବୁଧବାର ବାରିପଦା ସ୍ଥିତ ଏସ୍‌ପି ଅଫିସ ଘେରାଉ ସମୟରେ ଅଭାବନୀୟ ଘଟଣା ଘଟିଛି। ଭାଜପା...

ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନରେ ପଶିଲା ହାତୀ

ବାରଙ୍ଗ,୨।୫(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ମାତିଛି ମାକେନା ହାତୀ। ଚନ୍ଦକା ଜଙ୍ଗଲର ଏହି ମାକେନା ହାତୀ ଶନିବାର ବିଳମ୍ବିତ ରାତିରେ ନନ୍ଦନକାନନର ସୁରକ୍ଷା ପ୍ରାଚୀର...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳା ମୃତ

ଟାଙ୍ଗୀ(ଖୋର୍ଦ୍ଧା)/ଚିଲିକା,୧୮।୧୦(ଡି.ଏନ.ଏ.):  ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ହରିପୁର ଗ୍ରାମପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମରେ ଗୁରୁବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳା ପ୍ରାଣ ହରାଇଛନ୍ତି।...

ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ/ଶେରଗଡ଼, ୨୦ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୁଡ଼ାନ୍ତ ହୋଇଛି। ଏ ନେଇ ତଦାରଖ...

Advertisement
Archives

Model This Week