ଲକ୍‌ଡାଉନ୍‌ ପରେ ବିନା ରେଜିଷ୍ଟ୍ରେଶନରେ ଓଡ଼ିଶା ମନା: ଫେରିବା ପାଇଁ ୨୪ରୁ କରିପାରିବେ ରେଜିଷ୍ଟ୍ରେଶନ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଖୋଲିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ରାଜ୍ୟକୁ ଫେରିବେ। ଆକଳନ ଅନୁଯାୟୀ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି। ତେବେ ସେମାନେ କିଭଳି ଆସିପାରିବେ ସେନେଇ ପଞ୍ଚାୟତିରାଜ ସଚିବ ବିସ୍ତୁତ ସୂଚନା ଦେଇଛନ୍ତି। ସେମାନଙ୍କୁ ପ୍ରଥମେ ରେଜିଷ୍ଟ୍ରେଶନ କରିବାକୁ ପଡ଼ିବ। ଏଥିପାଇଁ ୨୪ତାରିଖରୁ ସ୍ବତନ୍ତ୍ର ପୋର୍ଟାଲ ଖୋଲିବେ। ଏଥିରେ ସେମାନେ ନିଜେ ବା ତାଙ୍କର କେହି ଏହି ପଞ୍ଜୀକରଣ କରାଇପାରିବେ। ତାଙ୍କର କେହି ସମ୍ପର୍କୀୟ ମଧ୍ୟ ପଞ୍ଚାୟତ ଅଫିସରରେ ଫର୍ମ ଦେଇପାରିବେ। ପଞ୍ଜୀକରଣ ପରେ ଯେବେ ଆସିବେ, ବିଭକ୍ତିକରଣ କରାଯାଇପାରିବ। ପଞ୍ଚାୟତଓ୍ବାରୀ ଆସିବେ, ଷ୍ଟେଶନକୁ ଗାଡ଼ି ନେଇ ପ୍ରବାସୀଙ୍କୁ ଅଣାଯିବ। ପଞ୍ଚାୟତ ଅଧିକାରୀ ଷ୍ଟେଶନ ଯିବେ। ଗାଡ଼ି କରି ସେମାନଙ୍କୁ ଆଣିବେ। ସେମାନେ ଘରକୁ ଯାଇପାରିବେ ନାହିଁ। ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବେ। ୧୪ ଦିନ ମଧ୍ୟରେ ସେମାନଙ୍କର ସାମ୍ପୁଲ ଟେଷ୍ଟ କରାଯିବ। ପ୍ରବାସୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ମନା। ସେମାନେ ସରକାରୀ କ୍ୱାରାଣ୍ଟାଇନ୍‌ରେ ରହିବେ। ସ୍ବାସ୍ଥ୍ୟ କର୍ମୀ ପଞ୍ଚାୟତ କ୍ୟାମ୍ପ ଯିବେ, ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ।

ପ୍ରକାଶ ଯେ, ସରପଞ୍ଚ ନିଜ ପଞ୍ଚାୟତକୁ ଆସିବାକୁ ଥିବା ଲୋକମାନଙ୍କ ସମ୍ଭାବନାକୁ ଦୃଷ୍ଟିରେ ରଖି କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରିବାକୁ ପଡ଼ିବ। ରାଜ୍ୟ ସରକାର ଏଥିପାଇଁ ୨୪ତାରିଖରେ ଏକ ପୋର୍ଟାଲ ଖୋଲିବେ। ସେଥିରେ ଆସୁଥିବା ସମସ୍ତ ଲୋକଙ୍କ ଆତ୍ମୀୟ ଓ ପରିବାର ପଞ୍ଜୀକରଣ କରିବେ ତାହା ସୁନିଶ୍ଚିତ କରିବା ସରପଞ୍ଚଙ୍କ ଦାୟିତ୍ୱ। ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡ଼ାଲ ଅଫିସର ରହିବା ସହ ବିଡିଓମାନେ ପଞ୍ଚାୟତରେ ତଦାରଖ ପାଇଁ ଏକ ୫ଜଣିଆ ଟିମ୍‌ ଗଠନ କରିବାକୁ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କ୍ଷମତା ଦେବା ପରେ ସେମାନେ ଗ୍ରାମାଞ୍ଚଳରେ ଜଣେ ଜଣେ କୋଭିଡ ଯୋଦ୍ଧା ଭାବେ କାମ କରିବେ ବୋଲି ବୁଧବାର ଆୟୋଜିତ ଶପତପାଠ ଉତ୍ସବରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ନିଯୁକ୍ତି ଦାବିରେ ୩ଦିନ ହେଲା ସ୍କୁଲରେ ତାଲା

ଦେବଗଡ଼,୧।୩(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତ ଅନ୍ତର୍ଗତ ନବଡିହି କରଡାପାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି...

୯ ମାସ ଅପେକ୍ଷାର ଅନ୍ତ: ଆଜିଠୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୨୭ା୧୨: ପୁରୀ ଶ୍ରୀମନ୍ଦିର ପରେ ରବିବାରଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର। ଏଥିପାଇଁ ଏକାମ୍ରକ୍ଷେତ୍ର ପୂରା ପ୍ରସ୍ତୁତ ରହିଥିବାବେଳେ ଦୀର୍ଘମାସ ପରେ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨ ଛୁଇଁଲା: ମୃତ୍ୟୁ ସଂଖ୍ୟା ୧୦; ୪୪ ହେଲେଣି ସୁସ୍ଥ

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ଅଲାରନାଥଙ୍କ ଦର୍ଶନ କଲେ ୫ଟି ସଚିବ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ। ଗୁରୁବାର ଅପରାହ୍ନରେ  ଦର୍ଶନ କରିବା ସହ ମନ୍ଦିରର ସ୍ଥିତି ସମୀକ୍ଷା କରିଥିବା...

ଏପ୍ରିଲ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ: ମନ୍ତ୍ରୀ

ଭୁବନେଶ୍ବର, ୧୯।୩(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଆଣିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବଜେଟ ବିଧାନସଭାରେ ଶନିବାର ଗୃହୀତ ହୋଇଯାଇଛି।...

ବନ୍ଦ ହେବାକୁ ଯାଉଛି ୧୮୯୦ରୁ ସେବା ଯୋଗାଉଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୦ା୩(ବ୍ୟୁରୋ): ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ...

ପୁଣି ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଶନିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ୧୫ ତାରିଖ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳରେ ପହଞ୍ଚତ୍ବ।...

କୋଟିଏ ଲୋକଙ୍କ ପିଛା ଉତ୍ତରାଖଣ୍ଡରେ ୩୦୮ ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ...

Advertisement
Archives

Model This Week