ଲକ୍‌ଡାଉନ୍‌ ନିୟମ ପାଳନ କରାଇବାକୁ ରାସ୍ତାକୁ ଓହ୍ଲାଇଲେ ଯମରାଜ

କୁର୍ନୁଲ,୧।୪: କରୋନା ଭାଇରସ୍‌କୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି। କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କେବଳ ସାମାଜିକ ଦୂରତ୍ୱ ଏକମାତ୍ର ଉପାୟ। ଫଳରେ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଦେଶର ଅଧିକାଂଶ ଲୋକ ଏହାକୁ ପାଳନ କରୁଥିବା ବେଳେ ଆଉ କେତେକ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ଏନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସ ପକ୍ଷରୁ ଭିନ୍ନ ଉପାୟ କରାଯାଉଛି। କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାର ଧୋନେ ଅଞ୍ଚଳରେ। ଲୋକଙ୍କୁ ସାମାଜିକ ଦୂରତ୍ୱ ବିଷୟରେ ସଚେତନ କରାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ଖୋଦ ଯମରାଜ। ବୁଧବାର ସ୍ଥାନୀୟ କଳାକାରମାନେ ଯମରାଜା, ଚିତ୍ରଗୁପ୍ତ ଓ କରୋନା ବେଶରେ ପୋଲିସଙ୍କ ସହ ମିଶି ରାସ୍ତାରେ ବୁଲି ବୁଲି ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ଲକ୍‌ଡାଉନ୍‌ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଯଦି କିଏ ଘରୁ ବାହାରନ୍ତି ତେବେ ତାଙ୍କୁ ଯମରାଜା ଉଠେଇ ନେଇଯିବେ ବୋଲି ଚେତାବନୀ ଦେବା ସହ ଏହି ମାଧ୍ୟମରେ ସମସ୍ତଙ୍କୁ ଏକ ବାର୍ତ୍ତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ହେଲା ବିବାହ

ରାୟପୁର,୧୬।୨: ଛତିଶଗଡ଼ରେ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ଜଣେ ୬୭ ବର୍ଷ ବୟସ୍କା ମହିଳା ୭୩ ବର୍ଷ ବୟସ୍କ ପୁରୁଷଙ୍କ ବିବାହ କରିଛନ୍ତି। ସ୍ଥାନୀୟ...

୮ ବିଦେଶିନୀଙ୍କ ସମେତ ୩୫ ଗିରଫ

ନୋଇଡ଼ା,୨ା୭: ଉତ୍ତରପ୍ରଦେଶର ନୋଇଡ଼ାରେ ଥିବା ସ୍ପା ସେଣ୍ଟର ଉପରେ ପୋଲିସ ଚଢାଉ କରି ୩୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୮ ବିଦେଶିନୀଙ୍କୁ ମିଶାଇ...

ଚିଠିକୁ ଅପେକ୍ଷା କରିଛି ଅବକାରୀ ବିଭାଗ

କଟକ ଅଫିସ,୫।୫: ମେ’ ୪ ଠାରୁ ମଦ ଦୋକାନ ଖୋଲିବ ବୋଲି ଘୋଷଣା ହେବା ସତ୍ତ୍ବେ କଟକ ଜିଲାରେ ଏହା ସମ୍ଭବ ହୋଇପାରିନାହିଁ। ବିଭିନ୍ନ ଠିପି...

ମୋଦି ସରକାରଙ୍କ ୧୦୦ ଦିନ: ନଜରରେ ଥିଲା କଶ୍ମୀର

ନୂଆଦିଲ୍ଲୀ,୯।୯(ଆଇଏଏନ୍‌ଏସ୍‌): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରିଛି। ଏହାକୁ ନେଇ ଭାଜପା...

ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କଲା ଏହି ଫଟୋ

ନୂଆଦିଲ୍ଲୀ, ୧୨।୮: ଏବେ ଭାରତର କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବନ୍ୟାରେ ଏପର୍ଯ୍ୟନ୍ତ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ...

ଦିଅଁ ନ ଥିବା ମନ୍ଦିର…

ମନ୍ଦିରରେ ସାଧାରଣତଃ ଦିଅଁ ରହିଥାନ୍ତି। ତେବେ ଦିଲ୍ଲୀର ଉଦୟପୁରରେ ଅବସ୍ଥିତ ବାହାଇ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ଏହି ମନ୍ଦିର ନିଜର ଅଦ୍ଭୁତ ନିର୍ମାଣଶୈଳୀ ପାଇଁ...

ଦିଲ୍ଲୀରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀରେ ବୁଧବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ଏହି ବର୍ଷା ଆହୁରି ୪-୫ ଦିନ ଲାଗି ରହିବାର ସମ୍ଭାବନା ରହିଛି ବୋଲି...

ଅଗଷ୍ଟରେ ଆସିବ କରୋନାର ନୂଆ ଔଷଧ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୨୮।୭: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଏହାର ଟିକା ଆସିନାହିଁ। କେବଳ କିଛି ଔଷଧ...

Coronavirus Update


Archives

Model This Week

Why Dharitri