ଲକ୍‌ଡାଉନ୍‌ କୋହଳ ପରେ ଗାଡ଼ି ବିକ୍ରି ବଢ଼ିଛି

କଟକ ଅଫିସ,୮।୬: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଓଡ଼ିଶାରେ ଯାନବାହନ ବିକ୍ରି ବଢ଼ିଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଏହି ସୂଚନା ଦେଇଛି। ମାର୍ଚ୍ଚ ୨୨ରେ ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିବା ପରଠାରୁ ଏଯାବତ୍‌ ତାହା ଜାରି ରହିଛି। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡ଼ି ଶୋ’ରୁମ୍‌ ମେ’ ୩ ଯାଏ ବନ୍ଦ ଥିଲା। କଟକଣା କୋହଳ ହେବା ପରେ ମେ’ ୪ରେ ଶୋ’ରୁମ୍‌ ସବୁ ଖୋଲିଥିଲା। ଦୀର୍ଘ ଦିନ ପରେ ଶୋ’ରୁମ୍‌ ଖୋଲିବାରୁ ଗାଡ଼ି ବିକ୍ରି ବଢ଼ିଛି। ମେ’ ମାସରେ ମୋଟ ୧୫ ହଜାର ୧୯୩ଟି ଗାଡ଼ି ବିକ୍ରି ହୋଇଛି। ସେଥିରେ ୧୨ ହଜାର ଦୁଇଚକିଆ ଯାନ ରହିଛି। ହୋଣ୍ଡା ମୋଟର୍‌ ସାଇକେଲ ଓ ସ୍କୁଟର୍‌ ପକ୍ଷରୁ ୪ ହଜାର ୪୮୪, ହିରୋ ମୋଟର୍‌ କର୍ପ ପକ୍ଷରୁ ୪ ହଜାର ୧୯୬, ଟିଭିଏସ୍‌ ପକ୍ଷରୁ ୨ ହଜାର ୨୨୮, ରୋୟାଲ୍‌ ଏନଫିଲ୍‌ଡର ୫୭୬ଟି ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି। ଏସ୍‌ଟିଏ କହିଛି ଯେ, ପ୍ରତି ମାସରେ ରାଜ୍ୟରେ ପ୍ରାୟ ୬୦ ହଜାର ଗାଡ଼ି ବିକ୍ରି ହୁଏ। କିନ୍ତୁ ଲକ୍‌ଡାଉନ୍‌ ସତ୍ତ୍ୱେ ୧୫ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ବିକ୍ରି ହେବା ଉତ୍ସାହଜନକ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଗ୍ରୁପ୍‌ ଟଙ୍କା ନେଇ ଯୁବକ ଫେରାର

ଡୁଙ୍ଗୁରିପାଲି,୮।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମର ଜଣେ ଯୁବକ ୨୦ ଜଣ ମହିଳା ଅର୍ଥ ଲଗାଣକାରୀ ସଂସ୍ଥାରୁ ପାଇଥିବା ଗ୍ରୁପ...

ଚିକିତ୍ସା ଲାଗି ଟଁକା ବାଧକ୍‌:ତୃତୀୟାର ନାକେ ବଢ଼ୁଛେ ଆବୁ

ବିନିକା, ୧୭ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନଂ. ଓ୍ବାର୍ଡ ମିଶ୍ରପଡ଼ାର ତୃତୀୟା କର(୬୦)। ସେ ଗୁଟେ ବିରଲ କିସମର ରୋଗ୍‌ରେ...

୩ ଜିଲାରେ ଟେଷ୍ଟିଂ, ଟିକାକରଣ, ଘରକୁ ଘର ସର୍ଭେ ବନ୍ଦ

ଭୁବନେଶ୍ୱର, ୨୪।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ଟି ଜିଲାରେ କୋଭିଡ୍‌-୧୯ ଟେଷ୍ଟିଂ, ଟିକାକରଣ ଓ ଘରକୁ ଘର ସର୍ଭେ ବାତିଲ କରିଛନ୍ତି।...

ଓଡ଼ିଶାରେ ସଂକ୍ରମଣ ହାର ସର୍ବନିମ୍ନ: ପ୍ରତି ୧୦୦ ନମୁନାରେ ୧.୦୮% ପଜିଟିଭ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ମହାମାରୀ କରୋନା ପାଇଁ ସାରା ଭାରତ ବର୍ତ୍ତମାନ ଲକ୍‌ଡାଉନରେ ରହିଛି। ଏହାସତ୍ତ୍ୱେ ଦେଶରେ ଦିନକୁ ଦିନ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

ବେଆଇନ ପଥର ବୋଝେଇ ୮ ଡମ୍ପର ଜବତ: ଆଦାୟ ହେଲା ୧.୪୪ ଲକ୍ଷ ଜରିମାନା

ଜଳେଶ୍ୱର, ୯।୧(ସ୍ବ.ପ୍ର.)-ବିଭିନ୍ନ ସମୟରେ ଜଳେଶ୍ୱର ତହସିଲ ଅଞ୍ଚଳରେ ବେଆଇନ ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ...

ଅପହୃତ ଏଏସ୍‌ଆଇଙ୍କୁ ହତ୍ୟା କଲେ ମାଓବାଦୀ, ଅଟକାଇଲେ ଯାତ୍ରୀବାହୀ ଟ୍ରେନ୍‌; ଲଗାଇଲେ ପୋଷ୍ଟର

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଜଣେ ପୋଲିସ ଏଏସ୍‌ଆଇଙ୍କୁ ଅପହରଣର ତିନିଦିନ ପରେ ମାଓବାଦୀମାନେ ଶୁକ୍ରବାର ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ଡିଆରଜି...

ରାସ୍ତା ତାଡ଼ିଲେ, ମରାମତି କଥା ଭୁଲିଗଲେ

ରସୁଲପୁର,୨୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ପାନୀୟ ଜଳ ଯୋଗାଣ ଯୋଜନା...

ଧାନକିଣାରେ ସ୍ବଚ୍ଛତା ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୨୨।୬: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଗସ୍ତରେ ଆସି ଯୋଗାଣ, ସମବାୟ ସଂସ୍ଥା ଏବଂ ହସ୍ତଶିଳ୍ପ...

Advertisement
Archives

Model This Week