ଲକ୍‌ଡାଉନ୍‌ କଟକଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫୁ: ଆଡ଼ମ୍ବରରେ କଲେ ପୁଅର ବିବାହ

ବେଙ୍ଗାଲୁରୁ,୧୭।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ବନାଇ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଅପିଲ୍‌ ମଧ୍ୟ କରାଯାଉଛି। ହେଲେ ଏହାକୁ ସାଧାରଣ ଜନତା ତ ଛାଡ଼ ରାଜନେତା ମଧ୍ୟ ମାନୁ ନ ଥିବା ଦେଖିବାକୁ ମିଳିଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ସହ ଆଡ଼ମ୍ବରରେ ପୁଅର ବିବାହ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ରାମନଗର ଜିଲାରେ ଥିବା ଫାର୍ମ ହାଉସ୍‌ରେ କୁମାରସ୍ବାମୀ ପୁଅ ନିଖିଲ ଓ ରେବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖାଯାଇଥିବା ବେଳେ ଏଥିରେ ପରିବାରର ମାତ୍ର ୭୦ଜଣ ସାମିଲ ହେବେ ବୋଲି ଜିଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା। ବିବାହ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ହୋଇଥିଲା। ଏହି ସମୟରେ ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖାଯାଇ ଅତିଥିଙ୍କ ବସିବା ପାଇଁ ଚେୟାରର ଆୟୋଜନ କରାଯାଇଥିଲା।

କିନ୍ତୁ ଠିକ୍‌ ମଙ୍ଗଳସୂତ୍ର ପିନ୍ଧାଇବା ସମୟରେ ଅର୍ଥାତ୍‌ ପରିବାରର ସମସ୍ତ ଲୋକ ବର କନ୍ୟାଙ୍କୁ ଘେରିଯାଇଥିଲେ। ପ୍ରାୟ ୧ଘଣ୍ଟା ଧରି ସେମାନେ ବର କନ୍ୟାଙ୍କୁ ଘେରି ରହିଥିବା ନଜର ଆସିଛି। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ମୁତାବକ ପୁର୍ବରୁ କୁମାରସ୍ବାମୀଙ୍କୁ ଏହି ବିବାହ ସ୍ଥଗିତ କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେ ଜ୍ୟୋତିଷଙ୍କ କଥା ମାନି ଲକ୍‌ଡାଉନ୍‌ ଓ କରୋନା ସଙ୍କଟ ମଧ୍ୟରେ ଆଡ଼ମ୍ବରରେ ପୁଅ ନିଖିଲର ବିବାହ କରାଇଥିଲେ। ଅପରପକ୍ଷେ ଏହି ବିବାହ କାର୍ଯ୍ୟକ୍ରମ ଉପରେ ସ୍ଥାନୀୟ ପୋଲିସ ନଜର ରଖିବା ସହ ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୂର୍ବରୁ କର୍ନାଟକ ସରକାର ନିର୍ଦ୍ଦେଶ ଦେଇଥିଲେ। ଲକ୍‌ଡାଉନ୍‌ ସମୟରେ ଏଭଳି କେତେକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଭିଡିଓ କନ୍‌ଫରେନ୍ସିଂରେ ଯୁବକ ଯୁବତୀ ବିବାହ କରୁଥିବା ଦେଖିବାକୁ ମିଳିଛି। ହେଲେ ରାଜନେତାଙ୍କ ଏହି ସାହି ବିବାହ ଆୟୋଜନ ସବୁ ମହଲରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri