ଲକ୍‌ଡାଉନ୍‌ ଉଲ୍ଲଂଘନ: ୬ ଗିରଫ, ୧୫୦ ଲିଟର ମଦ ଜବତ

ଭଟଲି,୨୪ା୪(ଡି.ଏନ୍‌.ଏ.): କାରୋନା (କୋଭିଡ-୧୯) ମୁକାବିଲା ଲାଗି ସମଗ୍ର ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରି ସ୍ଥଳେ ଲକ୍‌ଡାଉନକୁ ଉଲ୍ଲଂଘନ କରି କେତେକ ଅସାଧୁ ବ୍ୟବସାୟୀ ଜଙ୍ଗଲ ତଥା ନିଜ ଘରେ ମହୁଲ ପୋଚକୁ ବ୍ୟବହାର କରି ଦେଶୀ ରନ୍ଧା ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ବେଳେ ଭଟଲି ପୋଲିସ ହାତରେ ଧରାପଡ଼ିଛି।

ଗୁରୁବାର ଭଟଲି ପୋଲିସ କୋଭିଡ଼-୧୯ ସଚେତନତା ପାଇଁ ପାଟ୍ରୋଲିଂ କରୁଥିବାବେଳେ ସନ୍ଦେହକରି ଭଟଲି ନିକଟସ୍ଥ ସୁକୁଡ଼ା ପାଖରେ ଏକ ବୋଲେରୋକୁ ଅଟକାଇଥିଲା। ପରେ ସେଥିରେ ୧୩୦ ଲିଟର ଦେଶୀ ରନ୍ଧା ମଦ ଥିବା ଜାଣିପାରି ଉଭୟ ଗାଡ଼ି ଓ ମଦକୁ ଜବତ କରିଥିଲା। ଏହି କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଣେଶ ସ୍ବାଇଁ, ଜିତେନ୍ଦ୍ର ବାରିକ, ସୁବ୍ରତ ଭୁଏ ଏବଂ ସାଗର ମେହେର। ଏ ନେଇ ଥାନାରେ କେସ ନଂ. ୭୮/୨୦ ରେ ଏକ ମାମଳା ରୁଜୁ ହୋଇଛି।

ସେହିପରି ଅନ୍ୟ ଦୁଇଜଣ ଏକ ବାଇକ ଯୋଗେ ୨୦ ଲିଟର ଦେଶୀ ରନ୍ଧା ମଦ ଆଣୁଥିବାବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଲେ ଖଗେଶ୍ୱର ଭୁଏ ଏବଂ ମଦନ ଭୁଏ। ସେମାନଙ୍କ ନିକଟରୁ ବାଇକ ଏବଂ ମଦ ଜବତ କରାଯାଇଛି। ଏ ନେଇ ଥାନା କେସ ନଂ. ୭୭/୨୦ରେ ମାମଳା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ

କୋଡ଼ିଙ୍ଗା/ନବରଙ୍ଗପୁର,୩୦ା୪(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ ଏକୋରୀ ପଞ୍ଚାୟତ ଅଧୀନ ନୂନପାଣି ଗ୍ରାମରେ କରୋନା ସନ୍ଦିଗ୍ଧମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରାତିରେ...

ଟ୍ରକ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ: ଫେରାର୍‌ ଟ୍ରକ୍‌ର ନମ୍ବର ପ୍ଲେଟ୍‌ ଜବତ

ଝାରସୁଗୁଡା ଅଫିସ୍‌,୨୦।୧୧: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ପୋଖରାସାଲେ ମହିକାନୀ ଛକ ନିକଟରେ ରବିବାର ଏକ ଟ୍ରକ୍‌ ଧକ୍କାରେ ଜଣେ...

ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ନେଇଗଲେ ୭୬ ହଜାର ଟଙ୍କା

ହରଭଙ୍ଗା,୧୪।୯ -ବୌଦ୍ଧ ଜିଲା ପୁରୁଣା କଟକ ଥାନା ତିଳେଶ୍ୱର ବଜାର ମଧ୍ୟରୁ ସୋମବାର ଶିକ୍ଷକ ପ୍ରତାପ କିଶୋର ବେହେରାଙ୍କ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୭୬୩୦୦...

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଗୁପ୍ତ ବିଧି

ପୁରୀ ଅଫିସ,୨୯ା୭:ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ସେଠାରେ ଶ୍ରଦ୍ଧାଳୁମାନେ ଠାକୁରମାନଙ୍କୁ ଉପାସନା କରୁଛନ୍ତି। ଏମିତି କି ଅନେକ...

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୧ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି।...

ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ

ରାଉରକେଲା ଅଫିସ,୩୧ା୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ ସଫଳ ହୋଇଛି। ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲା ବିମାନବନ୍ଦରରେ ୭୨ ସିଟ୍‌...

ପ୍ରେମ ପାଇଁ ହାରିଲେ ଜୀବନ

ଖଡ଼ିଆଳ,୧୭।୩(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଗୁରୁବାର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ନହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ...

ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ

କୁଆଁରମୁଣ୍ଡା,୩୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ...

Advertisement
Archives

Model This Week