ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୩୦।୩: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରଯାଇଛି। ତେବେ ଏହି ଲକ୍‌ଡାଉନ୍‌ର ଅବଧି ଆଗକୁ ବୃଦ୍ଧି ପାଇବ ବୋଲି ଯେଉଁ ଗୁଜବ ସୃଷ୍ଟି ହୋଇଛି ତା’କୁ ନେଇ ସରକାର ସୋମବାର ପ୍ରତିକ୍ରୟା ରଖିଛନ୍ତି। ଏହି ଗୁଜବକୁ ଖଣ୍ଡନ କରିବା ସହ ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିବାକୁ ଏପର୍ଯ୍ୟନ୍ତ କୌଣସି ଯୋଜନା କରାଯାଇନାହିଁ ବୋଲି ନିଜ ସଫେଇରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା। ଏହି ଖବର ଶୁଣି ସରକାର ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବୋଲି ରାଜୀବ କହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହା ଏପ୍ରିଲ ୧୪ରେ ଶେଷ ହେଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର କ୍ୟାବିନେଟ ସଚିବ ରାଜୀବ ଗାବାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେରାନାକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ରାଜୀବ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଲାଗୁ କରିବା ପାଇଁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲର ଅର୍ଥ ଆର’ ରୁ ରିଗ୍ରେଟଫୁଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାହୁଲ...

ରାହୁଲଙ୍କ ଚିକିତ୍ସା, ପାଠପଢା ଖର୍ଚ୍ଚ ବହନ କରିବେ ସରକାର

ରାୟପୁର,୧୫।୬: ଛତିଶଗଡରେ ବୋରଓ୍ବେଲରେ ଖସିପଡିଥିବା ରାହୁଲ ସାହୁଙ୍କୁ ଦୀର୍ଘ ୧୦୪ ଘଣ୍ଟାର କଶରତ ପରେ ୬୦ ଫୁଟ ଗାତ ଭିତରେ ବାହାର କରାଯାଇଛି। ଏବେ ତାଙ୍କୁ...

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ପୋଲିସକୁ ବଡ ସଫଳତା: ଟଳିପଡିଲେ ୧୩ ନକ୍ସଲ

ପୁନେ,୨୧।୫: ମହାରାଷ୍ଟ୍ରରେ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ବଡ ସଫଳତା ମିଳିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଗାଡଚିରୋଲିରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର...

ରାଜନୀତି କରିବେ ନା ନାହିଁ, ସ୍ପଷ୍ଟ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୭।୭: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ହେଉଥିବା କଳ୍ପନାଜଳ୍ପନା ଏବେ ଶେଷ ହୋଇଛି। ପ୍ରଶାନ୍ତ କିଶୋର ଏହି ସମସ୍ତ କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ...

ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…

ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ...

ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ମାଗିଲେ ମୋଦି

ନୂଆଦିଲ୍ଲୀ,୧୬।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ମଙ୍ଗଳବାର ସଂସଦର ଲାଇବ୍ରେରୀ ବିଲଡିଂରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ...

Advertisement
Archives

Model This Week