ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ବରଗଡ଼ ଅଫିସ,୨୫।୩: ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ୨୧ଦିନ ପାଇଁ ହୋଇଥିବା ଏହି କଟକଣାରୁ ଫଳ, ତେଜରାତି, ଔଷଧ, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ମୁକ୍ତ କରାଯାଇଛି । ତେବେ ଏଭଳି ସ୍ଥିତିରେ ଉପରୋକ୍ତ ଦୋକାନଗୁଡ଼ିକରେ କିଛି ଦୋକାନୀ ଚଢ଼ାଦରରେ ସାମଗ୍ରୀ ବିକିବା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ମଙ୍ଗଳବାର ଯେଉଁ ଦରରେ ମିଳୁଥିଲା, ବୁଧବାର ସକାଳକୁ ତାହାର ଦର ଦୁଇଗୁଣା ବଢ଼ିଯାଇଛି। ଏବେ ଆଳୁ କିଗ୍ରା ପ୍ରତି ୩୫ରୁ ୪୦ଟଙ୍କାରେ ବିକ୍ରି ହେଉଛି। ମଙ୍ଗଳବାର ଏହା କିଗ୍ରା ପ୍ରତି ୨୦/୨୫ ଟଙ୍କାରେ ମିଳୁଥିଲା। ସେହିପରି ପିଆଜ ଦର କିଗ୍ରା ପ୍ରତି ୨୦/୨୫ରୁ ୩୫/୪୦ ଟଙ୍କାକୁ ବୃଦ୍ଧି କରି ବେପାରୀମାନେ ବିକୁଥିବା ପରିଲକ୍ଷିତ ହୋଇଛି। ବିଭିନ୍ନ ଫଳ ମଧ୍ୟ ଏଭଳି କଳାବଜାରରୁ ବାଦ ପଡ଼ିନାହିଁ। କଦଳୀ ଡଜନ ପ୍ରତି ୩୦ରୁ ୪୦, କମଳା କିଗ୍ରା ପ୍ରତି ୫୦ରୁ ୮୦, ଅଙ୍ଗୁର କିଗ୍ରା ପ୍ରତି ୧୦୦ରୁ ୧୩୦/୧୪୦, ସେଓ କିଗ୍ରା ପ୍ରତି ୧୪୦ରୁ ୧୬୦/ ୧୮୦ ଟଙ୍କାକୁ ବୃଦ୍ଧି କରି ବେପାରୀମାନେ ବିକୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ତଥା ରୋଜଗାର ପାଉ ନ ଥିବା ଗରିବ ଲୋକଙ୍କ ପିଠିରେ ଏଭଳି ମହଙ୍ଗା ମାଡ଼ ସଦୃଶ ହୋଇଛି। ଏଭଳି ଅନିୟନ୍ତ୍ରିତ ଦରବୃଦ୍ଧି ଉପରେ ଜିଲା ପ୍ରଶାସନ କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲେଣି ପ୍ରବାସୀ ଫେରନ୍ତା

କଟକ ଅଫିସ, ୭ା୫: ଦ୍ୱିତୀୟ ପର୍ଯ୍ୟାୟ ଶେଷ ଏବଂ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭଠାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବାରେ ଲାଗିଛନ୍ତି।...

ପୁନରୁଦ୍ଧାର ହେବ ସିଦ୍ଧମଠ ଔଷଧୀୟ ଉଦ୍ୟାନ

କେନ୍ଦୁଝର,୧୩ା୫(ସ୍ବ.ପ୍ର.): ବ୍ୟାପକ ଜଙ୍ଗଲ ନଷ୍ଟ, ଗଛ ଚୋରି କାରଣରୁ ଉଜୁଡ଼ି ଯାଇଥିବା ସିଦ୍ଧମଠ ଔଷଧୀୟ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି...

ପକ୍ଷାଘାତରେ ପୀଡ଼ିତ ଜଟାଧାରୀ: କଳାକାର ଭତାରୁ ବଁଚିତ୍‌ ଅଭିଯୋଗ

ଅତାବିରା, ୭।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର କଳା, ସଂସ୍କୃତିକେ ବଁଚେଇ ରଖବାର ଲାଗି ପୋରଛାହନ୍‌ ଯୁଗେଇ ଦେଉଛନ୍‌। ସେନ୍‌ତା ୫୦ ବଛର୍‌ରୁ...

ହାତୀ ଉପଦ୍ରବରୁ ବଢୁଛି କ୍ଷୟକ୍ଷତି

ଚମ୍ପୁଆ,୨୩ା୧(ଡି.ଏନ.ଏ)- ଚମ୍ପୁଆ ରେଞ୍ଜ ଅଧୀନରେ ରହିଥିବା ବାଲିବନ୍ଧ, ବାମେବାରି, ଚମ୍ପୁଆ, ଉଖୁଣ୍ଡା ଓ ଯୋଡା ଅଞ୍ଚଳରେ ବର୍ଷ ସାରା ହାତୀ ଉପଦ୍ରବ ଲାଗି ରହିଥିବା ବେଳେ...

ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗଞ୍ଜାମ ଜିଲା ତାରାତାରିଣୀ ପୀଠର ଉନ୍ନତୀକରଣ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ସେହିପରି ନିର୍ଦ୍ଧାରିତ ସମୟରେ ଏହାର...

ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ସହ ପ୍ରେମିକ ଗିରଫ

ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ନିକଟ ଦଳିତ ସାହିରେ ଗୁରୁବାର ରାତିରେ ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି...

ଘର, ଦୋକାନ ଭାଙ୍ଗିଲା ଏନ୍‌ଏସି, ଆଇନର ଆଶ୍ରୟ ନେଲେ ଅସହାୟ

ପୁରୁଷୋତ୍ତମପୁର,୨୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସହରବାସୀ। ନିର୍ବାହୀ ଅଧିକାରୀ ଆକ୍ରୋଶମୂଳକ ମନୋଭାବ ରଖି...

ରଥ ନିର୍ମାଣ ପାଇଁ ସୁପାରିସ

ପୁରୀ ଅଫିସ,୫ା୫: ରଥ ତିଆରି ଏକ ଧର୍ମୀୟ କାର୍ଯ୍ୟ ନୁହେଁ, ଏହା ନିର୍ମାଣ କାର୍ଯ୍ୟ। ତେଣୁ ସରକାର ଲକ୍‌ଡାଉନ ପାଇଁ ଯେଉଁ ଗାଇଡ୍‌ଲାଇନ କରିଛନ୍ତି ତାହାର...

Advertisement
Archives

Model This Week