ଲକ୍‌ଡାଉନ୍‌ରେ ବୁଡ଼ିଯାଇଛି ଅର୍ଥନୀତି: ରାହୁଲଙ୍କୁ କହିଲେ ରାଜୀବ ବଜାଜ

ନୂଆଦିଲ୍ଲୀ, ୪।୬: ଲକ୍‌ଡାଉନ୍‌ ନେଇ ଏନ୍‌ଡିଏ ସରକାରଙ୍କୁ ବିରୋଧୀ କଂଗ୍ରେସ ଲଗାତାର ଘେରିବା ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କିତ ପୁଣି ଏକ ଭିଡ଼ିଓ ରିଲିଜ୍‌ କରାଯାଇଛି। ଏକ ମିନିଟ୍‌ ୭ ସେକେଣ୍ଡର ଏହି ଭିଡ଼ିଓରେ ରାହୁଲ ଶିଳ୍ପପତି ରାଜୀବ ବଜାଜଙ୍କ ସହିତ ଦେଶର ସାମ୍ପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି। ରାଜୀବ ବଜାଜ‌ କହିଛନ୍ତି ଯେ, ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ବୁଡ଼ିଯାଇଛି। ଲୋକେ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି। ମାତ୍ର ସତ କହିବାକୁ ଲୋକେ ଭୟ କରୁଛନ୍ତି। କରୋନା ସଙ୍କଟ ଦେଶରେ ସମସ୍ତଙ୍କ ପାଇଁ ଏକ ନୂଆ ପରିବେଶ ସୃଷ୍ଟି କରିଛି। ଭାରତରେ ହୋଇଥିବା ଲକ୍‌ଡାଉନ୍‌ ଅନ୍ୟ କୌଣସି ଦେଶରେ ହୋଇ ନ ଥିବା ରାଜୀବ କହିଛନ୍ତି। ସେହିପରି ରାହୁଲ କହିଛନ୍ତି ଯେ, ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥିଲା। କିଛି ଲୋକ ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ମାତ୍ର ଦେଶରେ ଥିବା କୋଟି କୋଟି ଦିନମଜୁରିଆଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। କେନ୍ଦ୍ର ସରକାର ଏବେ ରାଜ୍ୟ ସରକାରଙ୍କ ହାତ ଛାଡିଦେଇ ନିଷ୍ପତ୍ତିର ବୋଝ ଲଦି ଦେଇଥିବା ରାହୁଲ ଭିଡ଼ିଓରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିୱାଲଙ୍କ ନିର୍ଦ୍ଦେଶ, ସିଧା ଏଲଜିଙ୍କଠାରୁ ଆଦେଶ ନେବା ବନ୍ଦ କରନ୍ତୁ ଅଧିକାରୀ

ନୂଆଦିଲ୍ଲୀ,୨୪ ।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି । କେଜରିୱାଲ ସରକାରଙ୍କ ମନ୍ତ୍ରୀ ଶୁକ୍ରବାର...

ଭାରତରେ କରୋନାଜନିତ ୫୦ଲକ୍ଷ ମୃତ୍ୟୁ: ରିପୋର୍ଟ

ଓ୍ବାଶିଂଟନ୍‌,୨୧।୭: କରୋନା ଦ୍ୱିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କରୋନା ଦୈନିକ ସଂକ୍ରମଣ ସ୍ଥିର ରହୁଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରର ବିପଦ...

ଧାଡ଼ିରେ ଛିଡ଼ା ହେଲେ ମମତା

କୋଲକାତା, ୬ା୧: ‘ସ୍ବାସ୍ଥ୍ୟ ସାଥୀ’ ସ୍ମାର୍ଟ କାର୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କୋଲକାତା ମ୍ୟୁନିସିପାଲିଟି କାର୍ଡ ବଣ୍ଟନ କେନ୍ଦ୍ରରେ ଧାଡ଼ିରେ ଛିଡ଼ା...

ଅମିତ ଶାହାଙ୍କ କଟାକ୍ଷ, ଦୂରବୀକ୍ଷଣରୁ ବି ଦେଖାଯିବନି କଂଗ୍ରେସ

ବାଙ୍ଗାଲୋର,୩।୩: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କର୍ନାଟକର ବିଦରଠାରେ ଏକ ସାଧାରଣ ସଭା କରିବା ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତ୍ରିପୁରା, ନାଗାଲାଣ୍ଡ ଏବଂ...

ନ୍ୟୁଜ ପୋର୍ଟାଲକୁ ବି କରିବାକୁ ପଡିବ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୧୬ ।୭: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଏବଂ ଖବରକାଗଜ ସହ ସମାନ କରିବାକୁ କେନ୍ଦ୍ର ସରକାର ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି...

ଭାରତକୁ ଚେତାବନୀ: ମେ’ ବେଳକୁ ଦୈନିକ ମୃତ୍ୟୁ ସଂଖ୍ୟା ଛୁଇଁବ ୫୬୦୦, କହିଲା ଆଇଏଚ୍‌ଏମ୍‌ଇ…

ଓ୍ବାଶିଂଟନ/ନୂଆଦିଲ୍ଳୀ,୨୪।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ...

କ୍ୱାରାଣ୍ଟାଇନ୍‌ ପାଉଣାରୁ କଟିବ ଟିକେଟ ଖର୍ଚ୍ଚ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ): ପ୍ରବାସୀ ଶ୍ରମିକମାନଙ୍କ ସକାଶେ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ବାହାରୁ ଫେରିବାକୁ ଥିବା ଶ୍ରମିକମାନଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ...

ଭୁବନେଶ୍ୱରରୁ ଆଉ ୫ ପଜିଟିଭ ଚିହ୍ନଟ: ଅଛନ୍ତି ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାର ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨ଜଣ ସ୍ଥାନୀୟ...

Advertisement
Archives

Model This Week