ଲକ୍‌ଡାଉନ୍‌ରେ ଫସିଛନ୍ତି ବିଶ୍ୱ ଭ୍ରମଣରେ ବାହାରିଥିବା ଦମ୍ପତି : କାର୍‌କୁ କରିଛନ୍ତି ଘର

ଓ୍ବାଶିଂଟନ୍‌: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ କରାଯାଇଥିବା ଲକ୍‌ଡାଉନ୍‌ରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏମିତି ସମୟରେ ଫସିଛନ୍ତି ଇଂଲଣ୍ଡର ଏକ ଦମ୍ପତି। ଏହି ଦମ୍ପତି ବିଶ୍ୱ ଭ୍ରମଣରେ ବାହାରିଥିଲେ। ମାତ୍ର ଚାରିଆଡ଼େ ଲକ୍‌ଡାଉନ୍‌ ହୋଇଥିବାରୁ ସେମାନେ ବର୍ତ୍ତମାନ ଆମେରିକାର ମିଆଁମାରରେ ଫସି ରହିଛନ୍ତି। ଏ ପରିସ୍ଥିତିରେ ସେମାନେ ନିଜ କାରକୁ ଘର କରିନେଇଛନ୍ତି। କାରଣ ଏହା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନ ଥିଲା।
ଦମ୍ପତିଙ୍କ ନାମ ଆଲ୍‌ଡୋ ଜିଆକିଣ୍ଟୋ ଏବଂ ଭେରା କୋଜଲୋଭାସ୍କାଇ। ତାଙ୍କ କାର୍‌ ଗତ ଦୁଇ ସପ୍ତାହ ଧରି ମିଆଁମାରର ୱାଲମାର୍ଟ ପାର୍କିଂ ସ୍ଥାନରେ ରହିଥିଲା। କାର୍‌ରେ ଏକ ଛୋଟ ରୋଷେଇ ଘର ଅଛି। ଯେଉଁଥିରେ ସେ ରୋଷେଇ କରୁଛନ୍ତି। ଆଲ୍‌ଡୋଙ୍କ କହିବା ଅନୁଯାୟୀ, ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ରାଶନ ସାମଗ୍ରୀ ରହିଛି। ଏହା ବ୍ୟତୀତ କାର୍‌ ଭିତରେ ଏକ ଛୋଟ ବେଡ୍‌ ରହିଛି। ଯେଉଁଥିରେ ସେ ଶୋଉଛନ୍ତି। ଆଲଡୋ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଉଭୟ ସ୍ବାମୀ-ସ୍ତ୍ରୀ ସୁସ୍ଥ ଅଛନ୍ତି।
ବାସ୍ତବରେ, ଆଲ୍‌ଡୋ ପେସାରେ ଜଣେ ରୋଷେୟା। ସେ ଇଂଲଣ୍ଡରେ ଏକ ‘ଫିସ୍‌ ଆଣ୍ଡ୍‌ ଚିସ୍ପ’ ରେଷ୍ଟୁରାଣ୍ଟର ମାଲିକ। ଏହି ସମୟରେ ତାଙ୍କ ସ୍ତ୍ରୀ ଭେରା ଆଇଟି କ୍ଷେତ୍ରରେ ଥିଲେ। ୨୦୧୬ରେ ସେ ଚାକିରି ଛାଡ଼ି ବିଶ୍ୱ ଭ୍ରମଣରେ ବାହାରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦମ୍ପତି ୫୦ଟି ଦେଶ ବୁଲିସାରିଛନ୍ତି। ଲକ୍‌ଡାଉନ୍‌ ଶେଷ ହେଲେ ସେମାନେ ପୁଣି ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଂଘାଇ ପରେ ଏବେ ବେଜିଂରେ କରୋନା ସୁନାମୀ, ୨୪ ଘଣ୍ଟାରେ ୩୨ ମୃତ

ବେଜିଂ,୩ ।୫: ଚାଇନାକୁ ପୁଣି ଫେରିଛି କରୋନା ମହାମାରୀ । ଚାଇନାର ସାଂଘାଇ ସହର କରୋନାର ହଟସ୍ପଟ ପାଲଟି ଥିବା ବେଳେ ଏବେ ବେଜିଂରେ କରୋନା...

ଏଭଳି ବୁଦ୍ଧି ପ୍ରୟୋଗ କରି ଗଛରୁ ଫଳ ତୋଳୁଛି ହାତୀ , ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ପ୍ରତି ଲକ୍‌ଡାଉନ ପରେ ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା, ସରକାର ଗୋଟିଏ ପ୍ରକାର ଭୁଲ କରି ନୂଆ ପରିଣାମର ରଖୁଛନ୍ତି ଆଶା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୩।୬: ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ନେଇ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ଶନିବାର ରାହୁଲ...

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ: ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ବିଶ୍ୱ ତଥା ଜାତୀୟସ୍ତରରେ କରୋନା ସଂକ୍ରମିତଙ୍କ ଦେଖିଲେ ରାଜ୍ୟରେ ଏହା ନିିୟନ୍ତ୍ରଣରେ...

ପାଣି ଭିତରେ ଓଲଟା ମୁନ୍‌ଓ୍ବାକ୍‌ କଲେ ମଡେଲ, ଭିଡିଓ ଦେଖିଲେ…

ବେଳେବେଳେ ଲୋକମାନେ ଏମିତି କଳାକୌଶଳ ପ୍ରଦର୍ଶନ କରନ୍ତି ଯେ, ଦେଖିଲେ ଆଖି ଲାଖିଯାଏ। ଏମିତି ପ୍ରତିଭା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏବେ...

କରୋନାରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: କରୋନାରେ ପୀଡ଼ିତ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କର ବୁଧବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ...

ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡନୀୟ ଦଫା

ଭୁବନେଶ୍ୱର, ୨୮ା୩: ସମ୍ପ୍ରତି ସାରା ଦେଶରେ ୨୧ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯଦି କୌଣସି ଜରୁରୀ କାମ ନ ପଡ଼େ ତେବେ ବାହାରକୁ ନ...

କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ, ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା

କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ...

Advertisement
Archives

Model This Week