ଲକ୍‌ଡାଉନ୍‌ରେ ଡ୍ରୋନ୍‌ ଦ୍ୱାରା ପାନମସଲା ପଠାଉଥିବା ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ: ୨ ଗିରଫ

ଅହମଦାବାଦ,୧୪।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କେତେକ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିପାରୁ ନ ଥିବା ମନେ ହେଉଛି। ଗୁଜରାଟରେ ୨ ଜଣ ଯୁବକ ଲକ୍‌ଡାଉନ୍‌ ସମୟରେ ଡ୍ରୋନ୍‌ ଦ୍ୱାରା ପାନମସଲା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଥିବାର ଏକ ଟିକ୍‌ଟକ୍‌ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରିଛନ୍ତି। ୧୫ ସେକେଣ୍ଡର ଏହି ଭିଡ଼ିଓରେ ଜଣେ ଯୁବକ ଡ୍ରୋନ୍‌ ଦ୍ୱାରା ପଠାଯାଇଥିବା ପାନମସଲାକୁ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ୨ ଯୁବକଙ୍କ ଗିରଫ କରାଯାଇଛି। ଅଭିଯୁକ୍ତମାନେ ମୋରବି ଅଞ୍ଚଳର ହିରେନ୍‌ ପଟେଲ ଏବଂ ରବି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ୨୫,୦୦୦ ଟଙ୍କାରେ ନିର୍ମିତ ହୋଇଥିବା ଡ୍ରୋନ୍‌କୁ ରାଜକୋଟ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସାଜିବାକୁ ସଚିନଙ୍କ ଇଛା: ବହୁମତ ପାଇଁ ଆବଶ୍ୟକ ୧୦୧ ସଦସ୍ୟ

ଜୟପୁର, ୧୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାରଙ୍କ ଉପରେ ସଙ୍କଟ ମାଡ଼ିଆସୁଛି। ସଚିନ ପାଇଲଟ ଏବେ ରାଜ୍ୟର ପାଇଲଟ ସାଜିବାକୁ ଇଛା କରିଛନ୍ତି। ତେବେ...

ଚାକିରି ନେଲା ଆଣ୍ଟିଲିଆ ମାମଲା

ମୁମ୍ବାଇ,୧୨ା୫: ସଚିନ ଓ୍ବାଜେ ଏନ୍‌ଆଇଏ କୋର୍ଟରେ ପୂର୍ବରୁ ଏକ ଚିଠି ଦାଖଲ କରିଥିଲେ। ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବାବେଳେ ମାସକୁ ୧୦୦ କୋଟି ଟଙ୍କା...

ମିଶନ ଶକ୍ତି: ମହାକାଶରେ ଶତ୍ରୁ ପକ୍ଷ ସାଟେଲାଇଟ୍‌କୁ ଧ୍ୱଂସ କରିବ ଭାରତ

ନୂଆଦିଲ୍ଲୀ,୮।୨: ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତି ଜାରି ରଖିଛି। ଭାରତୀୟ ରକ୍ଷା ଓ ଅନୁସନ୍ଧାନ ସଂଗଠନ(ଡିଆର୍‌...

ଜୁନ୍‌ ପହିଲାରୁ ପୂର୍ବଭଳି କାର୍ଯ୍ୟ କରିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ଡେରାଡୁନ,୨୯।୫: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍‌ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଛି। ଏହି ଅବଧି ଆଗକୁ ବଢିବ କି ନାହିଁ...

ଥରିଲା ହିମାଚଳ ପ୍ରଦେଶ

ଶିମ୍‌ଲା,୬।୧: ହିମାଚଳ ପ୍ରଦେଶର ଶିମ୍‌ଲାରେ ସୋମବାର ସକାଳେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୬। ଏହା ମୃଦୁ...

ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୩୯୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୩୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା...

୨୬/୧୧ ଭଳି ହେବ ବିସ୍ଫୋରଣ: ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ

ମୁମ୍ବାଇ, ୩୦।୬: ମୁମ୍ବାଇର ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ ମିଳିଛି। ୨୬/୧୧ ଭଳି ପୁଣି ହୋଟେଲରେ ବିସ୍ଫୋରଣ ହେବ ବୋଲି ଫୋନ୍‌ରେ କେହି ଜଣେ...

ବିହାର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ପାଟନା,୧୦।୧: ବିହାର ମୁଖ୍ୟମନ୍ତ୍ରୀ  ନୀତିଶ କୁମାର କୁମାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଟୁଇଟ୍‌ କରି ଏହି...

Advertisement
Archives

Model This Week