ଲକ୍‌ଡାଉନ୍‌କୁ ନେଇ କଡା ହେଲେ କେନ୍ଦ୍ର ସରକାର: ସିଲ୍‌ ହେବ ରାଜ୍ୟ, ଜିଲାର ସୀମା

ନୂଆଦିଲ୍ଲୀ,୨୯।୩: କରୋନା ଭାଇରସକୁ ନେଇ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରମିକ। ଏହାକୁ ଦେଖିବା ପରେ ଏବେ କେନ୍ଦ୍ର ସରକାର ଲକ୍‌ଡାଉନକୁ ନେଇ ଏବେ କଡା ପଦକ୍ଷେପ ନେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏବେ ଲକ୍‌ଡାଉନ୍‌ କ୍ଷମତା ଜିଲାପାଳ ଓ ଏସ୍‌ପିଙ୍କ ହାତରେ ନ୍ୟସ୍ତ କରାଯାଇଛି। ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସମସ୍ତ ରାଜ୍ୟ ଓ ଜିଲାର ସୀମାକୁ ସିଲ୍‌ କରିଦିଆଯାଉ। ଫଳରେ ବାହାରୁ ଆସୁଥିବା ଲୋକେ ସୀମା ବାହାରେ ଥିବା କ୍ୟାମ୍ପରେ ରୁହନ୍ତୁ। କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଶ୍ରମିକମାନଙ୍କୁ ରହିବା ଖାଇବାର ବ୍ୟବସ୍ଥା କରାଯାଉ। ଆଉ ଯିଏ ଏହି ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ସେହିପରି ଯେଉଁ ଲୋକମାନେ ସହର ଭିତରୁ ରାଜପଥ ଉପରକୁ ଆସୁଛନ୍ତି ସେମାନଙ୍କୁ ବାରଣ କରାଯାଉ। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଦିନକ ପୂର୍ବରୁ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ହଜାର ହଜାର ଶ୍ରମିକ ଘରକୁ ଆସିବାକୁ ଏକାଠି ହୋଇଥିଲେ। ଏହାକୁ ଦେଖିଲେ ସ୍ପଷ୍ଟ ପାରି ହୋଇ ପଡୁଥିଲା କି ସରକାରଙ୍କ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିବ ଓ କରୋନା ଭାଇରସ ସଂକ୍ରମଣ ବି ଦ୍ରୁତ ଗତିରେ ହେବ। ଏଭଳି ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ତୁରନ୍ତ ରାଜ୍ୟ ଓ ଜିଲା ଗୁଡିକର ସୀମାକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍‌ ସରକାର !

ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି।...

ଆନ୍ଧ୍ର ସୀମାରେ ୧୦୦୦ ଲୋକ

ଅମରାବତୀ,୨୭ା୩ (ପି.ଟି.): ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରୁ ଫେରିଥିବା ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ବୁଧବାର ଅପରାହ୍ନରୁ ଗରିକାପାଡୁ ଚେକ୍‌ପୋଷ୍ଟରେ ଅଟକି ରହିଛନ୍ତି। କରୋନା ସଂକ୍ରମଣ ଭୟରେ ଆନ୍ତଃରାଜ୍ୟ...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ବିଜୟଓ୍ବାଡ଼ା,୨୪।୭: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବୁଧବାର ବିଶ୍ୱଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ହାଇକୋର୍ଟ କାର୍ଯ୍ୟନିର୍ବାହୀ ବିଚାରପତି ସି. ପ୍ରବୀନ୍‌ କୁମାର ପଦ ଓ...

ଘନ କୁହୁଡ଼ି ଯୋଗୁ ବାଟ ନ ପାଇ ୬୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ଡଙ୍ଗା ମଝି ସମୁଦ୍ରରେ ଅଟକିଲା…

କୋଲକାତା,୧୬।୧ : ରବିବାର ରାତିରେ ଗଙ୍ଗାସାଗରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ମଝି ସମୁଦ୍ରରେ ଫସି ରହିଥିଲା। ସୂଚନା ଅନୁଯାୟୀ, ଏଥିରେ ୫୦୦ରୁ ୬୦୦...

ପୋକ୍ସୋ ଯୌନ ଶୋଷଣ ମାମଲା ରୁଜୁ କ୍ଷେତ୍ରରେ ଏସିପିଙ୍କ ମଞ୍ଜୁରୀ ଜରୁରୀ …

ମୁମ୍ବାଇ, ୧୧।୬ : ପୋକ୍ସୋ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସଂପୃକ୍ତ ଅତିରିକ୍ତ କମିଶନର୍‌ (ଏସିପି)ଙ୍କ ଅନୁମୋଦନ ଜରୁରୀ...

ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ...

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…

ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି...

Advertisement
Archives

Model This Week