Posted inଜାତୀୟ

ଲକ୍‌ଡାଉନରେ ରେକର୍ଡ କଲା ପାର୍ଲେ-ଜି !

ନୂଆଦିଲ୍ଲୀ,୯।୬: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଜାରି ରହିଥିବା ଲକ୍‌ଡାଉନ ଯୋଗୁ ପ୍ରାୟତଃ ସମସ୍ତ ବ୍ୟବସାୟୀ କ୍ଷତି ସହିଛନ୍ତି। ଏମିତିକି କିଛି କିଛି ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ବି ହୋଇଯାଇଛି। ହେଲେ ପାର୍ଲେ-ଜି ବିସ୍କୁଟ ଏତେ ଅଧିକ ପରିମାଣରେ ବିକ୍ରି ହୋଇଛି ଯେ ସେ ତା’ର ୮୨ ବର୍ଷର ରେକର୍ଡକୁ ଭାଙ୍ଗିଛି ବୋଲି କୁହାଯାଉଛି। ମାତ୍ର ୫ ଟଙ୍କାରେ ମିଳିଥିବା ଏହି ବିସ୍କୁଟ ପ୍ୟାକେଟକୁ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଭୋକ ମେଣ୍ଟାଇଛି। କେହି କେହି ଏହାକୁ କିଣିକି ଖାଇଛନ୍ତି ତ ଆଉ କିଏ ସାହାଯ୍ୟ ଆକାରରେ ଏହି ବିସ୍କୁଟ ବାଣ୍ଟିଛନ୍ତି। ଆହୁରି ମଧ୍ୟ କେତେକ ପରିବାର ଲକ୍‌ଡାଉନ ସମୟରେ ଘରେ ଏହି ବିସ୍କୁଟ ସାଇତି ରଖିଥିବା ଦେଖାଯାଇଛି। ପାର୍ଲେ-ଜି ୧୯୩୮ରେ ଦେଶବାସୀଙ୍କ ପ୍ରଥମ ପସନ୍ଦ ବିସ୍କୁଟ ଥିଲା। ଏବେ ଲକ୍‌ ଡାଉନ ସମୟରେ ଏହା ଯେଉଁ ପରିମାଣରେ ବିକ୍ରି ହୋଇଛି ତାହା ବିଗତ ୮୨ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି। ତେବେ ପାର୍ଲେ କମ୍ପାନୀର ସେଲ୍‌ସ୍‌ ନମ୍ବରରୁ ଏହା ସ୍ପଷ୍ଟ କରାଯାଇ ନ ଥିବା ବେଳେ ଏହା କିନ୍ତୁ କହିଛି ଯେ ଗତ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସର ବ୍ୟବସାୟ ୮୦ ଦଶକ ମଧ୍ୟରେ ସବୁଠାରୁ ଭଲଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋ ନୀରବତାକୁ ଦୁର୍ବଳତା ଭାବ ନାହିଁ: ଉଦ୍ଧବ ଠାକରେ

ମୁମ୍ବାଇ,୧୩।୯: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ବିବାଦ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ମୁହଁ ଖୋଲିଛନ୍ତି। ମହାରାଷ୍ଟ୍ରକୁ ଅସମ୍ମାନ କରିବା ପାଇଁ ଉଦ୍ୟମ କରାଯାଉଛି...

ଆଧାର ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୫।୭:ଆଧାର ସଂଶୋଧନ ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଛି। ବ୍ୟାଙ୍କରେ ଜମା ଖାତା ଖୋଲିବା, ମୋବାଇଲ ଫୋନ୍‌ ପାଇଁ ସିମ୍‌କାର୍ଡ ସଂଗ୍ରହ ଲାଗି ଆଧାରକୁ...

ଆସିବ ନୂଆ ଶ୍ରମ ଆଇନ: ୪୪ ପୁରୁଣା ଆଇନକୁ ୪ ଶ୍ରେଣୀରେ କରାଯିବ ମିଶ୍ରଣ

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଶ୍ରମ ଆଇନ ଆଣିବା ପାଇଁ ଯୋଜନା କରୁଛନ୍ତି। ସଂସଦର ଆଗାମୀ ଅଧିବେଶନରେ ଏନେଇ ବିଲ୍‌ ଅଣାଯିବ ବୋଲି...

ତିହାର ଜେଲ୍‌ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ...

ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା

ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ...

ସାଢ଼େ ୮ ଲକ୍ଷ ଟଙ୍କାର ପିଆଜ ଚୋରି

ପାଟନା,୨୪।୯: ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ପିଆଜ କାରବାରରେ...

ତାତି ବଢ଼ିଲେ କମୁଛି କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ୮୫ ପ୍ରତିଶତ, କର୍ନାଟକରେ ୮୮ ପ୍ରତିଶତ ପାଇଛି ହ୍ରାସ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏବେ ଦେଶରେ ଖରାଦିନ ଆସିଯାଇଥିବାରୁ ତାପମାତ୍ରା ବଢ଼ିବା ସହିତ କରୋନା...

ମନ୍ଦିରରେ ଦଳାଚକଟା: ୪ ମୃତ

କୋଲକାତା, ୨୩।୮: ଜନ୍ମାଷ୍ଟମୀ ଅବସରରେ ପଶ୍ଚିମବଙ୍ଗରେ ଏକ ଅଘଟଣ ଘଟିଛି। ୨୪ ପରଗଣା ଜିଲାରେ ଥିବା ଲୋକନାଥ ବାବା ମନ୍ଦିରରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବଳ ଭିଡ...

Coronavirus Update


Archives

Model This Week

Why Dharitri