ଲକ୍‌ଡାଉନରେ କୌଣସି କୋହଳ କରାଯିବନି: କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସ୍ଥିତି ବର୍ତ୍ତମାନ ଯାହା ରହିଛି ତାକୁ ନଜରରେ ରଖି ଆସନ୍ତା ସପ୍ତାହ ମଧ୍ୟରେ ଲକ୍‌ଡାଉନରେ କୌଣସି କୋହଳ କରାଯିବ ନାହିଁ ବୋଲି ରବିବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏକ ଖବରଦାତା ସମ୍ମିଳନୀରେ ସେ ଏହା କହିଛନ୍ତି। ଦିଲ୍ଲୀବାସୀଙ୍କୁ ସୁରକ୍ଷିତ ରଖିବାକୁ ଆମେ ସ୍ଥିର କରିଥିବା କେଜରିଓ୍ବାଲ ପ୍ରକାଣ କରିଛନ୍ତି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଥିଲେ ସେତେବେଳେ କହିଥିଲେ ଏପ୍ରିଲ ୨୦ ପରେ ଲକ୍‌ଡାଉନ ନିୟମରେ କିଛିଟା କୋହଳ କରାଯାଇପାରେ। ହେଲେ ଏବେ ଦିଲ୍ଲୀର ସ୍ଥିତି ଯାହା ରହିଛି ଏଥିରେ କୋହଳ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କଜେରିଓ୍ବାଲ କହିଛନ୍ତି। ଯଦିଓ ରାଜଧାନୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢି ଚାଲିଛି ତେବେବି ଏହା ଏପର୍ଯ୍ୟନ୍ତ ଆୟତ୍ତରେ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ଗୋଟିଏ ଦିନ ପୂର୍ବରୁ ଯେଉଁ ୧୮୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ନ ଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ସେ କହିଛନ୍ତି। ତେଣୁ ରାଜଧାନୀକୁ କେରାନା ମୁକ୍ତ କରିବାକୁ ଏବେ ରାପିଡ ଟେଷ୍ଟିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଉ ଏହି ସମୟରେ ଲକ୍‌ଡାଉନରେ କୋହଳ କରାଯିବ ନାହି ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍‌ ମାମଲା

ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍‌ଡାଉନ୍‌ ଲଗାଇବା ନେଇ ସୋମବାର...

ଏହି ବ୍ଲଡ ଗ୍ରୁପର ଲୋକଙ୍କୁ କରୋନା ଭୟ ଅଧିକ: ନିଶ୍ୱାସ ନେବାରେ ହୋଇଥାଏ ଅସୁବିଧା !

ନୂଆଦିଲ୍ଲୀ,୫।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ବିଶ୍ୱରେ ୬୬ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ...

ପ୍ରମାଣ ଜାଲିଆତିକୁ ଭୟ

ନୂଆଦିଲ୍ଲୀ,୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଭିନ୍ନ ମୋଡ଼ ନେଉଥିବାବେଳେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ୱାସିମ ରିଜଭିଙ୍କୁ ତିନି ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ ।୫: ସୁପିମ କୋର୍ଟ ଜିତେନ୍ଦ୍ର ନାରାୟଣ ସିଂ ଓରଫ ୱାସିମ ରିଜଭିଙ୍କୁ ୩ ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ତ୍ୟାଗୀଙ୍କ...

ହିମାଚଳ ପ୍ରଦେଶରେ ସାମିଲ ହେଲା ଭାଗବତ ଗୀତା

ଶିମଲା,୪।୪: ଗୁଜରାଟ ଓ କର୍ନାଟକ ପରେ ଏବେ ହିମାଚଳ ପ୍ରଦେଶରେ ପିଲାଙ୍କ ପାଠପଢ଼ାରେ ସାମିଲ ହୋଇଛି ଭାଗବତ ଗୀତା। ୨୦୨୨-୨୩ ପାଠ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀର...

କରୋନା ଭାଇରସ ପାଇଁ ରିଲିଫ୍‌ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଦୁଷ୍ୟନ୍ତ

ଚଣ୍ଡିଗଡ଼,୨୩।୩: କରୋନା କବଳରେ ଭାରତ। ବେଳକୁ ବେଳ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦେଖି ଏବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲ ତାଙ୍କର...

ଟଙ୍କା ଉଠାଇବା ପୂର୍ବରୁ ହାତକୁ ସାନଟାଇଜ କର: ବ୍ୟାଙ୍କ କର୍ତ୍ତୃପକ୍ଷ

ଶେରଗଡ଼, ୧୫।୪(ଡି.ଏନ୍‌.ଏ.): କରୋନା ଚିନ୍ତା ସମସ୍ତଙ୍କୁ ଘାରିଛି। ସରକାର ଦିନକୁ ଦିନ ନିୟମ କଡ଼ାକଡ଼ି କରୁଛନ୍ତି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ନିୟମ କଡ଼ାକଡ଼ି...

ଲକ୍‌ଡାଉନ ୩.୦: ମହାରାଷ୍ଟ୍ରର ୫ଟି ଜିଲାରେ ଖୋଲିବନି ମଦ ଦୋକାନ

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଚାଲିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି।...

Advertisement
Archives

Model This Week