ଲକ୍ଷ୍ମୀଧରଙ୍କ ନିଷ୍ଠା ଆଣିଛି ସଫଳତା: ଶୋଷ ମେଣ୍ଟାଉଛି କାଠ ନଳକୂଅ ପାଣି

ରାଇସୁଆଁ, ୧।୧ (ଡି.ଏନ.ଏ.)-କଥାରେ ଅଛି ନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ଆଗରେ ସବୁ ବାଧାବିଘ୍ନ ହାର ମାନିଥାଏ। ଏହି ଘଟଣାକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି କେନ୍ଦୁଝର ଜିଲା ସଦର ଅଞ୍ଚଳର କାଉଁରିକଳା ପଞ୍ଚାୟତର ବନେଇକଳା ଗ୍ରାମର ପ୍ରଧାନସାହିର ଲକ୍ଷ୍ମୀଧର ମୁଣ୍ଡା। ସେ ଅକ୍ଳାନ୍ତ ପରିଶ୍ରମ କରି ନିଜ ବୁଦ୍ଧି ବଳରେ ଗାଁରେ ଏକ କାଠ ନଳକୂପ ବସାଇଛନ୍ତି। ସେଥିରୁ ପାଣି ଆସୁଥିବାରୁ ଲୋକଙ୍କ କଷ୍ଟ ବହୁ ମାତ୍ରାରେ ଦୂର ହୋଇପାରିଛି।
ଲକ୍ଷ୍ମୀଧରଙ୍କର ୨ସନ୍ତାନ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ଦିନମଜୁରି କରି ସେ ପରିବାରର ଗୁଜୁରାଣ ମେଣ୍ଟାଇ ଥାନ୍ତି। ତାଙ୍କ ସାହିରେ ନଳକୂପଟିଏ ନ ଥିବା ବେଳେ ଲୋକ ମାନେ ୧ କି.ମି. ଦୂରରୁ ପାନୀୟ ଜଳ ଆଣିଥାନ୍ତି। ଏହାକୁ ଦେଖିବା ପରେ ସାହିର ଲୋକଙ୍କ ପାଇଁ କିପରି ପାନୀୟଜଳ ଗ୍ରାମରେ ପହଞ୍ଚି ପାରିବ ତାହା ତାଙ୍କ ମୁଣ୍ଡକୁ ଘାରିଥିଲା। ଏଥିପାଇଁ ସେ ବହୁ ଚିନ୍ତା କରି କିଛି ଇଲେକ୍ଟ୍ରି ୱେରିଂ ପାଇପ ଏବଂ କିଛି କାଠ ଏବଂ କିଛି ଲୁହା ରଡର ବ୍ୟବହାର କରି ୧କି.ମି. ଦୂରରେ ଥିବା ଜଳ ଉତ୍ସରୁ ଗାଁକୁ ପାଣି ଆଣି ପାରିଛନ୍ତି। ପାଇପଗୁଡିକୁ ମାଟି ତଳେ ପୋତି ଗାଁ ମୁଣ୍ଡରେ ଏକ ୨ଇଞ୍ଚ ପାଇପକୁ ସଂଯୋଗ କରି ଏକ ଲୁହାରଡକୁ ୨ଖଣ୍ଡ କାଠ ସାହାଯ୍ୟରେ ନଳକୂପ ହ୍ୟାଣ୍ଡେଲ ପରି ଲଗାଇଛନ୍ତି। ନଳକୂପ ହ୍ୟାଣ୍ଡେଲକୁ ଉପର ତଳ କରିବା ପରି ଏହି କାଠ ହ୍ୟାଣ୍ଡେଲକୁ ଉପରତଳ କଲେ ଏଥିରୁ ପାଣି ବାହାରୁଛି। ପାଣିକୁ ପରିଷ୍କାର କରିବା ପାଇଁ ଏଥିରେ ଏକ ଫିଲଟର ଲଗାଇଛନ୍ତି। ଲକ୍ଷ୍ମୀଧର ଜଣେ ଗରିବ ଆଦିବାସୀ ହୋଇଥିଲେ ମଧ୍ୟ ବହୁ କଷ୍ଟରେ ଯୁକ୍ତ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ମାତ୍ର ଦାରିଦ୍ର୍ୟ କାରଣରୁ ଯୁକ୍ତ୨ ପରେ ପଢାରେ ତାଙ୍କର ଡୋରି ପଡିଥିଲା। ମାତ୍ର ତାଙ୍କ ମନରେ ସମାଜ ପାଇଁ କିଛି କରି ଦେଖାଇବାର ଆଗ୍ରହ ଯୋଗୁ ବହୁ କଷ୍ଟ ଏବଂ ଅକ୍ଳାନ୍ତ ପରିଶ୍ରମ ଏବଂ ବୁଦ୍ଧି ବଳରେ ୧ କି.ମି. ଦୂର ଏକ ଜଳଉତ୍ସରୁ ଗାଁକୁ ପାଣି ଆଣି ପାରିଛନ୍ତି। ଏହି କାଠ ନଳକୂଅ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସ୍ଥାନୀୟ ସାହିର ବହୁ ଜନସାଧାରଣ କହିଛନ୍ତି କି ଆଗରୁ ବହୁ ଦୂରରୁ ପାଣି ବୋହି ଗାଁକୁ ଆଣୁଥିବା ବେଳେ ଲକ୍ଷ୍ମୀଧରଙ୍କ ଯୋଗୁ ହାତ ପାହାନ୍ତାରେ ପାନୀୟଜଳ ପାଇପାରୁଛୁ। ପ୍ରଶାସନ ତରଫରୁ ତାଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି।
ଫଟୋ- ଲକ୍ଷ୍ମୀଧରଙ୍କ ଦେଶୀ ନଳକୂପ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri