ଲକ୍ଷାଧିକ ସୁସ୍ଥ ହେଲେଣି

ନୂଆଦିଲ୍ଲୀ, ୫ା୬:ମହାମାରୀ କରୋନା କାୟାବିସ୍ତାର କରିବାରେ ଲାଗିଛି। ଭାରତରେ ଏବେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୮ ହଜାର ଟପିଲାଣି। ୬,୧୦୪ ଜଣଙ୍କ ଜୀବନ ମଧ୍ୟ ଗଲାଣି। କୌଣସି ସଫଳ ଔଷଧ ବାହାରି ନ ଥିବାବେଳେ ଦେଶରେ ଲକ୍ଷାଧିକ ରୋଗୀ ସୁସ୍ଥ ହେବା ନିଶ୍ଚିତ ଭାବେ ଖୁସି ଆଣିଦେଇଛି। ଦେଶରେ ଏବେ ଆକ୍ଟିଭ୍‌ ମାମଲା ୧,୦୭, ୭୦୪ ରହିଥିବା ବେଳେ ସୁସ୍ଥ ହେଲେଣି ୧,୦୪,୬୧୮ ବ୍ୟକ୍ତି। ମହାରାଷ୍ଟ୍ରରେ ୭୪, ୮୬୦ ସଂକ୍ରମିତ ହୋଇଥିବା ବେଳେ ୩୨, ୩୦୪ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ ୨,୫୮୭ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡ଼ୁରେ ୨୭,୨୫୯ ଭୂତାଣୁ ଆକ୍ରାନ୍ତ ଥିବାବେଳେ ସୁସ୍ଥ ଲୋକଙ୍କ ସଂଖ୍ୟା ୧୫ ହଜାର ପାଖାପାଖି ପହଞ୍ଚିଲାଣି। ଏଠାରେ ମୃତ୍ୟୁସଂଖ୍ୟା ୨୩୧କୁ ବୃଦ୍ଧଓି ପାଇଛି। ରାଜଧାନୀ ଦିଲ୍ଲୀରେ ୨୩, ୬୪୫ ରୋଗୀଙ୍କ ମଧ୍ୟରୁ ୯,୫୦୦ରୁ ଅଧିକ ବ୍ୟକ୍ତି ସୁସ୍ଥହୋଇ ଘରକୁ ଫେରିଛନ୍ତି। ୬୧୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୧୮,୧୧୭; ୮,୫୮୮; ୯,୭୨୦ ଓ ୯,୨୩୭ ରହିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨, ୨୧୨; ୫,୪୪୫; ୬,୮୧୯ ଓ ୫୪୪୦କୁ ବୃଦ୍ଧିପାଇଛି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ରୋଗୀମାନେ ସୁସ୍ଥ ହେବାରେ ଲାଗିଛନ୍ତି। ଦେଶରେ ପ୍ରବାସୀଙ୍କ ଆଗମନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୦ ଦିନ ମଧ୍ୟରେ ଲକ୍ଷାଧିକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩, ୯୦୪ ନୂଆ ମାମଲା ସାମ୍ନାକୁ ଆସିଛି। ୬୪ ଜଣଙ୍କ ଜୀବନ ଯାଇଛି। ରୋଗୀସଂଖ୍ୟା ବୃଦ୍ଧି ସହ ସୁସ୍ଥବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଇବା ସମସ୍ତଙ୍କୁ ଆଶ୍ୱସ୍ତି ଆଣିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶଦ୍ରୋହ ମାମଲା: କହ୍ନେୟା କୁମାରଙ୍କୁ କ୍ଲିନଚିଟ୍‌ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଦେଶଦ୍ରୋହ ସ୍ଲୋଗାନ ଦେଇ ଫଶିଥିବା କହ୍ନେୟା କୁମାର ଏବଂ ୯ ଛାତ୍ରଙ୍କ ନାଁରେ ମକଦ୍ଦମା ଚଲାଇବାକୁ ଦିଲ୍ଲୀ ପୋଲିସକୁ ଅନୁମତି...

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ ପୁଅ ଗିରଫ

ରାୟପୁର,୩।୯: ଜାଲ୍‌ ପ୍ରମାଣପତ୍ର ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତଙ୍କୁ ମଙ୍ଗଳବାର ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଅମିତ ପ୍ରମାଣପତ୍ରରେ...

ପଶ୍ଚିମବଙ୍ଗ-ତାମିଲନାଡୁ-କେରଳ-ଆସାମ ପାଇଁ ନିର୍ବାଚନୀ ଥୋପ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ,କେରଳ ଓ ଆସାମ ଆଦି ୪ ରାଜ୍ୟ ପାଇଁ ନିର୍ବାଚନୀ ଥୋପ...

ଲକ୍‌ଡାଉନ ପ୍ରଭାବ: ବଡ଼ ପରଦାରେ ରିଲିଜ୍‌ ହେବ ନାହିଁ ଫିଲ୍ମ ‘ଗୁଲାବୋ ସିତାବୋ’

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିବାରୁ ବହୁ ଫିଲ୍ମ ଶୁଟିଂ ଓ...

ପାକିସ୍ତାନୀ ସେନା ଅଧିକାରୀଙ୍କ କବରକୁ ସାଇତି ରଖିଛି ଭାରତୀୟ ସେନା

ଶ୍ରୀନଗର,୧୬।୧୦:ଭାରତୀୟ ସେନା ପୁଣି ଏକ ମହାନତାର ପରିଚୟ ଦେଇଛି। ଜମ୍ମୁ-କଶ୍ମୀରର ନୌଗାମ ସେକ୍ଟରରେ ଥିବା ଜଣେ ପାକିସ୍ତାନ ଅଧିକାରୀଙ୍କ କବରର ମରାମତି କାର୍ଯ୍ୟ କରିଛି ଭାରତୀୟ...

ଭ୍ରଷ୍ଟାଚାର, ଅନୁପ୍ରବେଶ, ଆତଙ୍କବାଦ ମୁକ୍ତ ରାଷ୍ଟ୍ର କେବଳ ମୋଦି ସରକାରଙ୍କ ଦ୍ୱାରା ସମ୍ଭବ: ଶାହା

କୋକରାଝର,୨୪ ।୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ଦ୍ୱିତୀୟ ଦିନ ଗସ୍ତରେ ସେ କୋକରାଝରରେ ଏକ ଜନସଭାକୁ ଉଦ୍‌ବୋଧନ...

ପଶ୍ଚିମବଙ୍ଗରେ ବ୍ୟାନ୍‌ ହେଲା ‘ଦ କେରଲା ଷ୍ଟୋରୀ’

କୋଲକାତା,୮।୫: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ...

ଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରୁଛୁ: ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୪।୧୦ : ସୋମବାର ସନ୍ଧ୍ୟାରେ ହ୍ବାଟ୍ସଆପ୍‌, ଇନଷ୍ଟାଗ୍ରାମ ଓ ଫେସବୁକ୍‌ ଭଳି ସୋସିଆଲ ମିଡିଆର ସର୍ଭର ଡାଉନ ହୋଇଯାଇଛି। ଏ ନେଇ ହ୍ବାଟ୍ସଆପ୍‌ ପକ୍ଷରୁ ଟୁଇଟ...

Advertisement
Archives

Model This Week