ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଛନ୍ତି। ଏ ନେଇ ଦଫା ୨୧(ଖ)ରେ ଏକ ମାମଲା (ନଂ. ୨୩/୧୯) ରୁଜୁ କରାଯାଇଥିବାବେଳେ ବିଭାଗ ତରଫରୁ ବିଶେଷ ତଦନ୍ତ ଚାଲିଛି ।
ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କ ସୂତ୍ରରୁ ଖବର ପାଇ ଅବକାରୀ ଇନ୍ସିପେକ୍ଟର ସୁବନ କୁମାର ନାଏକଙ୍କ ନେତୃତ୍ୱରେ ଏକ ଟିମ ବଦପଦର ପଡାରେ ପହଞ୍ଚତ୍ଥିଲା। ସେଠାରେ ଗ୍ରାମବାସୀ ନେତ୍ରାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି କୋରେକ୍ସ ଚାଲାଣ କରୁଥିବା ବେଳେ ଧରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ଏହାକୁ ଛାଡି କୁଆଡେ ଚାଲିଯାଇଥିଲେ। ଅବକାରୀ ବିଭାଗ ଅଧିକାରୀମାନେ ସେଠାରୁ ଦୁଇ ବସ୍ତା କୋରେକ୍ସ ବୋତଲ ଜବତ କରିଥିଲେ। ଏଥିରେ ମୋଟ ୧୪୨୦ଟି ବୋତଲ ଥିବା ଜଣାପଡିଥିଲା । ପ୍ରତ୍ୟେକଟିର ଛାପା ମୂଲ୍ୟ ୧୧୬ଟଙ୍କା ରହିଥିଲା । ଏହାକୁ ସେ ଜିଲାର ବିଭିନ୍ନ ସ୍ଥାନକୁ ଚାଲାଣ କରି ଚଢା ଦରରେ ବିକ୍ରି କରି ମୁନାଫା ନେଉଥିଲେ । ବିଭିନ୍ନ ସମୟରେ ନେତ୍ରାନନ୍ଦ ଏହି ଗାଁକୁ ଆଣି ନିଜ ଜଣେ ସମ୍ପର୍କୀୟଙ୍କ ଘରେ ରଖୁଥିଲେ। ଏହାକୁ ଗ୍ରାମବାସୀ କାବୁ କରିବାକୁ ସମୟ ଦେଖୁଥିଲେ। ଠିକ ସମୟରେ ଅବକାରୀ ବିଭାଗକୁ ଖବର ଦେଇଥିଲେ ହେଁ ବିଭାଗ ତାଙ୍କୁ ଧରିବାରେ ବିଫଳ ହୋଇଥିଲା । ଏହା ଉପରେ ତଦନ୍ତ ଚାଲିଛି । ଏହାକୁ କେଉଁଠୁ ଆସୁଥିଲା ଏବଂ କେଉଁଠିକୁ ଯାଉଥିଲା ତାରି ଛାନଭିନ ଚାଲିଛି । ତାଙ୍କୁ ଖୁବଶୀଘ୍ର ଗିରଫ କରିବା ବ୍ୟବସ୍ଥା କରାଯିବ ବୋଲି ଇନ୍ସିପେକ୍ଟର ନାଏକ କହିଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ୱାଳ, ଏଏସଆଇ କୁରେଶ୍ୱର କଟା, ସଞ୍ଜୀବ ସାହୁ, ସୁନାଧର ମାଝି, ମଳୟ ମହାନ୍ତି, ଧନରାଜ ଦଣ୍ଡସେନା, ଗିରେନ୍ଦ୍ର କଟା, ପୂର୍ଣ୍ଣିମା କହଁର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୩ରୁ ମାଟ୍ରିକ ପରୀକ୍ଷା, ଖୁବ୍‌ଶୀଘ୍ର କାର୍ଯ୍ୟସୂଚୀ

ଭୁବନେଶ୍ୱର, ୬।୨(ବ୍ୟୁରୋ): ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ। ଖୁବ୍‌ଶୀଘ୍ର ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇବ। ତେବେ ମେ’ ୩...

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଖାସ୍‌ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଫୋନ୍‌ କରି ଜନ୍ମଦିନର...

ଏଭଳି ବାପା ଥିବାଠାରୁ ଅନାଥ ହେବା ଭଲ…

ବ୍ରହ୍ମପୁର ଅଫିସ,୫ା୨: ଗଞ୍ଜାମ ଜିଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ବଡ଼ବଜାର ଥାନା ଅଞ୍ଚଳର ଜଣେ ସାତ ବର୍ଷ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର...

ସୁପ୍ରିମକୋର୍ଟଙ୍କ ରାୟ ନେଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍‌ବେଗ: ‘ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା’

ପୁରୀ ଅଫିସ, ୨୧।୬: ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ...

ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ବନ୍ଦ ରହିବ ବସ୍‌ ଚଳାଚଳ

ଭୁବନେଶ୍ୱର ,୧୪।୩(ବ୍ୟୁରୋ): ରାଜ୍ୟରେ ବଢୁଛି ତାତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି । ତେବେ ଗାଇଡ୍‌ଲାଇନ ଅନୁଯାୟୀ,...

୬ ଓଡ଼ିଆଙ୍କୁ ପଦ୍ମ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ୨୦୨୧ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏଥର ୬...

ପୌରସଂସ୍ଥା ବାହାରେ କାର୍ଯ୍ୟାଳୟ କ୍ୟାଶବୁକ୍‌: ଆକାଉଣ୍ଟ ଜବତ କଲେ ପିଡି

ଅନୁଗୋଳ ଅଫିସ, ୬।୯-ଅନୁଗୋଳ ପୌରପାଳିକାରେ ନିୟୋଜିତ ହୋଇଥିବା ଜଣେ ଆକାଉଣ୍ଟାଣ୍ଟ ଗୁରୁବାର କାର୍ଯ୍ୟାଳୟର କ୍ୟାଶବୁକ୍‌କୁ ବାହାରକୁ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୌରପାଳିକା ଅର୍ଥ...

୩୧ ଯାଏ ଗ୍ରୀଷ୍ମପ୍ରବାହ:୧୧ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉପକୂଳଠାରୁ ଆରମ୍ଭକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି।...

Advertisement
Archives

Model This Week