ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଛନ୍ତି। ଏ ନେଇ ଦଫା ୨୧(ଖ)ରେ ଏକ ମାମଲା (ନଂ. ୨୩/୧୯) ରୁଜୁ କରାଯାଇଥିବାବେଳେ ବିଭାଗ ତରଫରୁ ବିଶେଷ ତଦନ୍ତ ଚାଲିଛି ।
ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କ ସୂତ୍ରରୁ ଖବର ପାଇ ଅବକାରୀ ଇନ୍ସିପେକ୍ଟର ସୁବନ କୁମାର ନାଏକଙ୍କ ନେତୃତ୍ୱରେ ଏକ ଟିମ ବଦପଦର ପଡାରେ ପହଞ୍ଚତ୍ଥିଲା। ସେଠାରେ ଗ୍ରାମବାସୀ ନେତ୍ରାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି କୋରେକ୍ସ ଚାଲାଣ କରୁଥିବା ବେଳେ ଧରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ଏହାକୁ ଛାଡି କୁଆଡେ ଚାଲିଯାଇଥିଲେ। ଅବକାରୀ ବିଭାଗ ଅଧିକାରୀମାନେ ସେଠାରୁ ଦୁଇ ବସ୍ତା କୋରେକ୍ସ ବୋତଲ ଜବତ କରିଥିଲେ। ଏଥିରେ ମୋଟ ୧୪୨୦ଟି ବୋତଲ ଥିବା ଜଣାପଡିଥିଲା । ପ୍ରତ୍ୟେକଟିର ଛାପା ମୂଲ୍ୟ ୧୧୬ଟଙ୍କା ରହିଥିଲା । ଏହାକୁ ସେ ଜିଲାର ବିଭିନ୍ନ ସ୍ଥାନକୁ ଚାଲାଣ କରି ଚଢା ଦରରେ ବିକ୍ରି କରି ମୁନାଫା ନେଉଥିଲେ । ବିଭିନ୍ନ ସମୟରେ ନେତ୍ରାନନ୍ଦ ଏହି ଗାଁକୁ ଆଣି ନିଜ ଜଣେ ସମ୍ପର୍କୀୟଙ୍କ ଘରେ ରଖୁଥିଲେ। ଏହାକୁ ଗ୍ରାମବାସୀ କାବୁ କରିବାକୁ ସମୟ ଦେଖୁଥିଲେ। ଠିକ ସମୟରେ ଅବକାରୀ ବିଭାଗକୁ ଖବର ଦେଇଥିଲେ ହେଁ ବିଭାଗ ତାଙ୍କୁ ଧରିବାରେ ବିଫଳ ହୋଇଥିଲା । ଏହା ଉପରେ ତଦନ୍ତ ଚାଲିଛି । ଏହାକୁ କେଉଁଠୁ ଆସୁଥିଲା ଏବଂ କେଉଁଠିକୁ ଯାଉଥିଲା ତାରି ଛାନଭିନ ଚାଲିଛି । ତାଙ୍କୁ ଖୁବଶୀଘ୍ର ଗିରଫ କରିବା ବ୍ୟବସ୍ଥା କରାଯିବ ବୋଲି ଇନ୍ସିପେକ୍ଟର ନାଏକ କହିଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ୱାଳ, ଏଏସଆଇ କୁରେଶ୍ୱର କଟା, ସଞ୍ଜୀବ ସାହୁ, ସୁନାଧର ମାଝି, ମଳୟ ମହାନ୍ତି, ଧନରାଜ ଦଣ୍ଡସେନା, ଗିରେନ୍ଦ୍ର କଟା, ପୂର୍ଣ୍ଣିମା କହଁର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri