ଲକଡାଉନବେଳେ ଉଦାହରଣ ସୃଷ୍ଟି କଲେ ପୁଅ: ୩ ଜଣରେ ସାରିଲେ ବାପାଙ୍କ ଦଶାହ କର୍ମ

ବନ୍ତଳା, ୨୯ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ଜାରି କରିଛନ୍ତି । ଲୋକେ ଯେପରି କୌଣସି ସ୍ଥାନରେ ଏକାଠି ନ ହେବେ ଏବଂ ପଦାକୁ ନ ବାହାରିବେ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନେକ ସ୍ଥାନରେ ଲୋକେ ଏହି ନିୟମ ଉଲ୍ଲଂଘନ କରି ବାହାରକୁ ଆସୁଥିବାରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଏପରି ସମୟରେ ବାପାଙ୍କ ଦେହାନ୍ତ ହୋଇଯାଇଥିଲେ ମଧ୍ୟ ବନ୍ଧୁବର୍ଗ, ପଡୋଶୀ କିମ୍ବା ସ୍ଥାନୀୟ ଲୋକଙ୍କୁ ସାମିଲ ନ କରି କେବଳ ପରିବାରର ୩ ଜଣଙ୍କୁ ନେଇ ଦଶାହ କର୍ମ ସାରିଛନ୍ତି ଅନୁଗୋଳ ଜିଲା ହାତୀଶାଳପଡା ପୋକତୁଙ୍ଗା ଗ୍ରାମର ରୁଦ୍ର ନାରାୟଣ ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନ। ଏଥିସହ ଦେଶବାସୀଙ୍କ ସୁରକ୍ଷା ପାଇଁ ସରକାର କରିଥିବା ନିୟମ ମାନିବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏପରି କରି ସେମାନେ ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ପ୍ରକାଶ ଯେ, ଗତ ୨୦ ତାରିଖରେ ପୋକତୁଙ୍ଗା ଗ୍ରାମର ସପ୍ନେଶ୍ୱର ପ୍ରଧାନ(୫୦)ଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ପରିବାର ଲୋକଙ୍କ ସହ ବନ୍ଧୁ ପରିଜନ, ସମ୍ପର୍କୀୟ ପଡୋଶୀ ଆଦି ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ୨୯ ତାରିଖରେ ଦଶାହ କର୍ମ ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ହେଲେ ଏହା ମଧ୍ୟରେ କରୋନା ଭାଇରସଜନିତ ସଂକ୍ରମଣ ରୋକିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରିଦିଆଯାଇଛି। ଫଳରେ ସପ୍ନେଶ୍ୱରଙ୍କ ପରିବାର ଲୋକେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ। ଦୁଇପୁଅ ରୁଦ୍ର ନାରାୟଣ, ସୁରେନ୍ଦ୍ର ଏବଂ ମୃତକଙ୍କ ସାନ ଭାଇ ସଲିଳ ପ୍ରଧାନ ଦଶାହ କର୍ମରେ କୌଣସି ବନ୍ଧୁଙ୍କୁ ଏକାଠି ନ କରି କେବଳ ସେମାନେ ହିଁ କାର୍ଯ୍ୟକ୍ରମ ସାରିବାକୁ ନିଷ୍ପତ୍ତି ନେଇଥିଲେ। କୁଳ ପୁରୋହିତ ରଞ୍ଜନ କୁମାର କରଙ୍କ ସମେତ ଦୁଇ ପୁଅ ଏବଂ ମୃତକଙ୍କ ଭାଇ ଦଶାହ କର୍ମରେ ସାମିଲ ହୋଇଥିଲେ।
ସପନେଶ୍ୱରଙ୍କ ସାନ ପୁଅ ସୁରେନ୍ଦ୍ର କହିଛନ୍ତି, ବାପାଙ୍କ ଦେହାନ୍ତ ହୋଇଥିଲେ ହେଁ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ରକ୍ଷା ମଧ୍ୟ ଆମ କର୍ତ୍ତବ୍ୟ। ସରକାର ଆମ ସୁରକ୍ଷା ପାଇଁ ନିୟମ କରିଛନ୍ତି । ଏପରି ସ୍ଥିତିରେ ନିୟମ ନ ମାନିଲେ ଆଗକୁ କଠିନ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ କଷ୍ଟ ହେଲେ ବି ଆମେ ବାପାଙ୍କ ଦଶାହ କର୍ମରେ ବନ୍ଧୁ ପରିଜନଙ୍କୁ ଏକାଠି କରିନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?