ରୋଗୀଙ୍କୁ ଫେରାଇଲେ ରଦ୍ଦ ହେବ ଘରୋଇ ହସ୍ପିଟାଲ ଲାଇସେନ୍ସ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଯେପରି ଲୋକେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେତେକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଏହା ନଜରକୁ ଆସିବା ପରେ ପୂର୍ବରୁ ମଧ୍ୟ କେତେଥର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ତାଗିଦ୍‌ କରିଛନ୍ତି। ତଥାପି ଘରୋଇ ହସ୍ପିଟାଲ ନାଁରେ ସମାନ ଅଭିଯୋଗ ଆସୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପୁଣି ଥରେ ଚେତାବନୀ ଦେଇଛନ୍ତି। ଯଦି କୌଣସି ହସ୍ପିଟାଲ ରୋଗୀଙ୍କୁ ଚିକତ୍ସା ନ କରି ଫେରାଇବେ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ହସ୍ପିଟାଲ ଲାଇସେନ୍ସ ରଦ୍ଦ କରିବା ପାଇଁ ମଧ୍ୟ ଆମେ ପଛାଇବୁ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍‌

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍‌ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି...

ଲକ୍‌ଡାଉନ୍‌ ସମୟରେ ଜାରି ରହିବ କୃଷି, ମନରେଗା କାର୍ଯ୍ୟ; ସାମାଜିକ ଦୂରତ୍ୱ ରକ୍ଷା ଉପରେ ଦିଆଯିବ ଗୁରୁତ୍ୱ

ଭୁବନେଶ୍ୱର,୯।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଆସନ୍ତା ଏପ୍ରିଲ ୧୪ ତାରିଖରେ ଶେଷ ହୋଇଥାନ୍ତା। ହେଲେ ଏହାକୁ ଏପ୍ରିଲ ୩୦...

ଟିକା ଉତ୍ସବ କାହିଁକି ବୋଲି ପ୍ରଶ୍ନ କଲା କଂଗ୍ରେସ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ଗତ ରବିବାରଠାରୁ ଆସନ୍ତା ୧୫ ତାରିଖ ୪ଦିନ ବ୍ୟାପୀ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ଟିକା ଉତ୍ସବ ପାଳନ ନିମିତ୍ତ ଘୋଷଣା କରିଛନ୍ତି। ଗତ...

ହସ୍ପିଟାଲରେ ଖୋଲିବ ଶିଶୁ କୋଭିଡ୍‌ ଓ୍ବିଙ୍ଗ୍‌

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଶିଶୁମାନେ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର...

କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢ଼ି ସାଦା ପଥର ଲଗାଯିବା ପ୍ରସଙ୍ଗ: ସ୍ଥିତି ପରଖିଲେ ସଂସ୍କୃତି ସଚିବଙ୍କ ସହ ୪ ଜଣିଆ ଟିମ୍‌

କୋଣାର୍କ,୧୩।୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟସ୍ଥଳ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଯିବା ନେଇ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

୩ ମାଓବାଦୀ ନିହତ

ମାଲକାନଗିରି,୧୩।୧୦ (ଡି.ଏନ.ଏ.): ମାଲକାନଗିରି ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ୩...

‘ନୂତନ ପଦ୍ଧତି ଆପଣାଇଲେ କୃଷିର ବିକାଶ ହେବ’

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ହେଲେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞନକୌଶଳ ବ୍ୟବହାର କରିବାକୁ ପଡ଼ିବ। ସମୟର...

କୋଣାର୍କର ଐତିହ୍ୟପୂର୍ଣ୍ଣ ଦ୍ୱାଦଶ ନାମ

ଗୋଟିଏ ଉଦାହରଣରୁ ଆମେ ଜାଣିଲେ ଶ୍ରୀପଦ୍ମକେଶର ମନ୍ଦିରର ଶିଳ୍ପ ବୈଭବକୁ ଦେଖି ୟୁରୋପ ପଣ୍ଡିତଙ୍କର ଡ. ରାଜଗୁରୁଙ୍କୁ ପଚାରିଥିବା ଶଙ୍କା। ଏମିତି ବହୁ ଉଦାହରଣ ମିଳିବ।...

Advertisement
Archives

Model This Week