Posted inଫୁରସତ

ରେଷ୍ଟୁରାଣ୍ଟରେ ଦିଆଯାଏ ଟଏଲେଟ ପାଣି

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ବିଭିନ୍ନ ପନ୍ଥା ଆପଣେଇଥାଆନ୍ତି। ତନ୍ମଧ୍ୟରୁ କିଛି ହୋଇଥାଏ ବେଶ୍‌ ଅଜବ। ଯେମିତିକି ବେଲ୍‌ଜିୟମ, କୁନେରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ ପାଣି। ଉକ୍ତ ରେଷ୍ଟୁରାଣ୍ଟର ନାମ ହେଉଛି ‘ଗଟ୍ସ ୟୁକ୍ସ’। ଏଠାକୁ ଆସୁଥିବା ଗ୍ରାହକଙ୍କୁ ଟଏଲେଟ ପାଣି ସହ ସିଙ୍କ ପାଣି ପିଇବାକୁ ଦିଆଯାଏ। ଏହା ଶୁଣି ଆଶ୍ଚର୍ଯ୍ୟ ସହ ଘୃଣା ବି ଲାଗୁଥିବ। ତେବେ ଏହି ଅପରିଷ୍କାର ପାଣିକୁ ଏଠାରେ ରିସାଇକେଲ କରି ତାକୁ ବିଶୁଦ୍ଧ କରି ଗ୍ରାହକଙ୍କୁ ଦିଆଯାଇଥାଏ। ସେଥିପାଇଁ ଉକ୍ତ ରେଷ୍ଟୁରାଣ୍ଟରେ ଏକ ନୂଆ ଟେକ୍ନୋଲୋଜିର ଓ୍ବାଟର ପ୍ୟୁରିଫାୟର୍‌ ଲଗାଯାଇଛି। ଉକ୍ତ ପ୍ୟୁରିଫାୟର ନାଳ ପାଣିକୁ ବି ବିଶୁଦ୍ଧ ପାନୀୟ ଜଳରେ ରୂପାନ୍ତରିତ କରିପାରେ। ତେବେ ଖାସ୍‌ କଥା ହେଲା, ଏହି ପାଣିରେ ମିନେରାଲ୍ସ ବି ରହିଥାଏ। ଗଣମାଧ୍ୟମର ରିପୋର୍ଟ ମୁତାବକ, ଏଠାରେ ନାଳ, ଟଏଲେଟ୍‌ ଓ ସିଙ୍କ ପାଣିକୁ ପ୍ରଥମେ ପ୍ଲାଣ୍ଟ ଫର୍ଟିଲାଇଜରରେ ସଫା କରାଯାଏ। ଏହାପରେ ସେଥିରେ ବର୍ଷାଜଳ ମିଶାଯାଏ। ଆଉ ତା’ପରେ ତାକୁ ପାନୀୟ ଉପଯୋଗୀ କରିବା ପାଇଁ ଓ୍ବାଟର ପ୍ୟୁରିଫାୟରକୁ ପଠାଯାଏ। ଉକ୍ତ ରିସାଇକେଲ୍ଡ ପାଣିକୁ ଆଇସ୍‌ କ୍ୟୁବ୍‌, ବିୟର ଓ କଫି ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି:ବିଜୟ ଚୌଧୁରୀ

ନୟାଗଡ଼ରେ ମୋ ଜନ୍ମ। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଆଇ.ଏ ଓ ବି.ଏ ପଢିଥିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ...

ଚାକିରି ଛାଡି, ଘର ବିକି ସ୍କୁଲ ବସ୍‌କୁ ସିଫ୍ଟ ହେଲେ ଏହି ଦମ୍ପତି

ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି...

ଉପକୂଳବାସୀଙ୍କ ପାଇଁ ସମସ୍ୟା

ଓ୍ବାଶିଂଟନ୍‌: ନାଳ, ନର୍ଦ୍ଦମା ଜରିଆରେ ବହୁ ପ୍ଲାଷ୍ଟିକ୍‌ ପଦାର୍ଥ ଯାଇ ସମୁଦ୍ରରେ ମିଶି ଏହାର ଜଳକୁ ପ୍ରଦୂଷିତ କରୁଛି। ବର୍ଷ ବିତିବା ସହ ସମୁଦ୍ରରେ ପ୍ଲାଷ୍ଟିକର...

କାଳିଆ ସେବାରେ ପରିବାର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବର୍ଷର ଅନ୍ୟ...

ବିଶ୍ୱର ସବୁଠୁ ଲମ୍ବା ଜିଭ ଥିବା ବ୍ୟକ୍ତି

ଦୁନିଆରେ ଏଭଳି କିଛି ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜର ଅଦ୍ଭୁତ କଳା କାର୍‌ନାମା ପାଇଁ ବିଶ୍ୱବାସୀଙ୍କୁ ଚକିତ କରି ରଖିଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ...

ଆକ୍ୱାଗାର୍ଡ ଟ୍ୟାପ ଅନ୍‌ କରି ଏମିତି ପାଣି ପିଉଛି ବିଲେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ରାତାରାତି ହିରୋ ପାଲଟିଲେ ଇଞ୍ଜିନିୟର ଛାତ୍ର: ବଞ୍ଚିଗଲା ୪ ଜୀବନ

କେରଳର ଜଣେ ୧୯ ବର୍ଷର ଯୁବକ ରାତାରାତି ହିରୋ ପାଲଟିଯାଇଛନ୍ତି। ଏହା ଶୁଣି ମନକୁ ଆସୁଥିବ କି ସେ କେଉଁ ଫିଲ୍ମରେ ଅଭିନୟ କରିବେ। ମାତ୍ର...

ବିଲେଇର ସାଦ ଖିଆ

କୋଏମ୍ବାଟୁର,୩।୧: ସାଧାରଣତଃ ମହିଳାମାନେ ଗର୍ଭବତୀ ଥିଲେ ୭ ମାସରେ ସାଦ ଖାଇବାର ବ୍ୟବସ୍ଥା ରହିଛି। ଏଥିରେ ମା’ ଏବଂ ପୃଥିବୀକୁ ଆସିଥିବା ଅତିଥିକୁ ସମ୍ପର୍କୀୟମାନେ ଆଶୀର୍ବାଦ...

Advertisement
Archives

Model This Week