ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ରେଲ୍‌ଓ୍ବେରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ପ୍ରଶାନ୍ତ କୁମାର ବାଘଙ୍କୁ ସୋମବାର ପୋଲିସ ଗିରଫ କରିଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଆଇପିସି ଦଫା ୪୨୦, ୨୯୪ ଓ ୫୦୬ରେ ମାମଲା (ନଂ.୧୮୦/୧୯) ରୁଜୁ ହୋଇଛି। ତେବେ ଅଭିଯୁକ୍ତଙ୍କ ଜଣେ ସାଙ୍ଗ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ମାମଲା ସମାଧାନ ପାଇଁ ଚାପ ପକାଇବା ସହ ଧମକ ଚମକ ଦେଉଥିବା ଅଭିଯୋଗକାରୀ ଜଣାଇଛନ୍ତି। ସୂଚନା ଅନୁଯାୟୀ, ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ରହୁଥିବା ଠିକାଦାର ଚିତ୍ରସେନ ବାଘଙ୍କ ସମ୍‌ ଷ୍ଟିଲ୍‌ ନାମକ ଏକ ସଂସ୍ଥା ରହିଛି। ଅଭିଯୁକ୍ତ ପ୍ରଶାନ୍ତ ରେଲ୍‌ଓ୍ବେର ଏକ ୩୦ କୋଟିର ପ୍ରୋଜେକ୍ଟ କରାଇ ଦେବାକୁ କହି ୨୦୧୭ ଅକ୍ଟୋବରରେ ଚିତ୍ରସେନଙ୍କଠାରୁ ୫୦ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଫାଇଲ୍‌ କାର୍ଯ୍ୟ ଚାଲିଛି କହି ସେ ୨ବର୍ଷ ସମୟ ଗଡ଼ାଇଥିଲେ। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର ସନ୍ଧ୍ୟାରେ ସେ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ତାଙ୍କ ଘରେ ଥିବା ଖବର ପାଇ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଦୁଇଟି ମାମଲାରେ ଖଣ୍ଡଗିରି ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା।...

ସାଇଡ୍‌ମରାରୁ ଗଣ୍ଡଗୋଳ, ପାଟି ବନ୍ଦ କରିବାକୁ କହିବାରୁ ହତ୍ୟା

ଭୁବନେଶ୍ୱର,୧୩।୧(ବ୍ୟୁରୋ): ସୁନ୍ଦରପଦାର ଦୀପକ କୁମାର ରାଉତରାୟଙ୍କ ହତ୍ୟା ମାମଲାରେ ଏୟାରଫିଲ୍ଡ ଥାନା ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାର ରହସ୍ୟ ଉନ୍ମୋଚନ...

ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ: ଆଖି ବୁଜିଲେ ବଳରାମ ଭୂମିକା ଲାଗି ମନୋନୀତ ଶିଶୁ କଳାକାର

ବରଗଡ଼ ଅଫିସ୍‌,୯।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଏହା ଚାଲିବ। ଚଳିତ ବର୍ଷ...

ପିପିଲି ନିର୍ବାଚନମଣ୍ଡଳୀର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ: ରୁଦ୍ର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ଶପଥ ନେଇଛନ୍ତି। ମଙ୍ଗଳବାର ବିଧାନସଭାରେ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପଦ ଓ ଗୋପନୀୟତାର...

ଯୁକ୍ତଦୁଇ ନାମ ଲେଖା ପାଇଁ ସିଟ୍‌ ସମସ୍ୟା ହେବନାହିଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୭.୮ ପ୍ରତିଶତ ଛାତ୍ରୀଛାତ୍ର ପାସ କରିଛନ୍ତି। ତେବେ ସିବିଏସ୍‌ଇ ଓ ଆଇସିଆଇସି ପରୀକ୍ଷା ଫଳ ଏଯାବତ୍‌ ବାହାରି ନାହିଁ।...

ସନ୍ଧ୍ୟା ଦର୍ଶନ କଟକଣା: ଗର୍ଭଗୃହକୁ ଯାଇପାରିବେନି ଭକ୍ତ

ପୁରୀ ଅଫିସ,୧୧।୭: ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ସନ୍ଧ୍ୟା ଦର୍ଶନ। ନବମୀ...

ବରଗଡ଼ରେ ଯୋଗ ଦେଲେ ନୂଆ ଏସ୍‌ପି

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ନୂତନ ଏସ୍‌ପି ଭାବେ ଶୁକ୍ରବାର ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ଯୋଗଦାନ କରିଛନ୍ତି। ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପରମାର୍‌...

ସରକାରୀ କର୍ମଚାରୀଙ୍କୁ ମିଡିଆ କଟକଣା: ମତାମତ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସରକାରୀ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ବିନା ଅନୁମତିରେ କୌଣସି ପ୍ରକାର ମନ୍ତବ୍ୟ, ଲେଖା କିମ୍ବା ବିବୃତି ଗଣମାଧ୍ୟମକୁ ଦେଇପାରିବେ ନାହିଁ। ଏହା ଓଡ଼ିଶା...

Advertisement
Archives

Model This Week