ରେକର୍ଡ ଭାଙ୍ଗିଲା ଡିଜେଲ: ୧୫ ଦିନ ହେଲା ବଢୁଛି ତେଲ ଦର

ନୂଆଦିଲ୍ଲୀ,୨୧।୬: ରବିବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୬୦ ପଇସା ବୃଦ୍ଧି ପାଇଛି। ଫଳରେ ଗତ ୨ବର୍ଷ ମଧ୍ୟରେ ଡିଜେଲ ଦର ରେକର୍ଡ ସୃଷ୍ଟି କରିଛି। ୨୦୧୮ ଅକ୍ଟୋବର ୧୬ରେ ଦେଶର ଡିଜେଲ ଦର ପ୍ରାୟ ୭୫.୬୯ପଇସା ରହିଥିଲା। ୨୧ମାସ ପରେ ପୁଣି ଥରେ ଡିଜେଲ ଦର ଆକାଶ ଛୁଆଁ ହୋଇଛି । ସେହିଭଳି ରବିବାର ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ଫଳରେ ଦର ମଧ୍ୟ ରେକର୍ଡ ପରିମାଣରେ ବୃଦ୍ଧି ପାଇଛି ବୋଲି ତୈଳ ବିପଣନ କମ୍ପାନୀ ଗୁଡିକ ସୂଚନା ଦେଇଛନ୍ତି। ଗତ ୪ ଅକ୍ଟୋବର ୨୦୧୮ ପରେ ଏହା ହେଉଛି ସର୍ବାଧିକ ତୈଳ ଦର ବୃଦ୍ଧି। ବର୍ତ୍ତମାନ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୫ ଦିନ ମଧ୍ୟରେ ତେଲ ଦର ବୃଦ୍ଧି ପାଇ ଚାଲିଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଏଭଳି ଦର ବୃଦ୍ଧି ପାଇବ ବୋଲି କୁହାଯାଛଛି। ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ନ ହେଲା ଯାଏ ଏଭଳି ସ୍ଥିତି ଜାରି ରହିବ ବୋଲି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପକ୍ଷରୁ କୁହାଯାଇଛି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ରବିବାର) ଦେଶର ତେଲ ଦର ବଢି ଚାଲିଛି। ଫଳରେ ଗତ ୧୫ଦିନ ମଧ୍ୟରେ ପେଟ୍ରୋଲ ଉପରେ ୭.୯୭ ଟଙ୍କା ଏବଂ ଡିଜେଲ ୮.୮୮ଟଙ୍କା ବୃଦ୍ଧି ପାଇଛି। ସୂଚନା ଅନୁସାରେ, ୨୧ ତାରିଖ ଦିନ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୬୦ ପଇସା ବୃଦ୍ଧି ପାଇଛି। ଫଳରେ ରବିବାର ପେଟ୍ରୋଲ ଦର ୭୮.୮୮ଟଙ୍କାରୁ ବୃଦ୍ଧି ପାଇ ୭୯.୨୩ ଟଙ୍କା ଏବଂ ଡିଜେଲ ଦର ୭୭.୬୬ ଟଙ୍କାରୁ ବୃଦ୍ଧି ପାଇଁ ୭୮.୨୬ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୭୯.୭୮ ଟଙ୍କା ଓ ଡିଜେଲ ଲିଟର ପିଛା ୭୬.୪୭ ଟଙ୍କା ଛୁଇଁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସ୍‌ପିକୁ ଗ୍ରୀନ୍‌ଟେକ୍‌ ସିଏସ୍‌ଆର୍‌ ଇଣ୍ଡିଆ ପୁରସ୍କାର

ଭୁବନେଶ୍ୱର,୨୯।୧୧: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭିନ୍ନକ୍ଷମଙ୍କ ପୁନଃ ଥଇଥାନ ଏବଂ...

ଇଣ୍ଡିଆନ ଆର୍ମି ସହ ପତଞ୍ଜଳି ଯୋଗପୀଠର ବୁଝାମଣା

ଭୁବନେଶ୍ୱର,୨୯।୧୧(ଅଭୟ ଦାଶ): ପତଞ୍ଜଳି ଯୋଗପୀଠ(ଟ୍ରଷ୍ଟ) ଏବଂ ଇଣ୍ଡିଆନ ଆର୍ମି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ଭାରତୀୟ ସେନା...

ଅଶ୍ନିର୍ ଗ୍ରୋଭରଙ୍କ ବଢ଼ିଲା ସମସ୍ୟା, ‘ଭାରତ ପେ’ ବିରୋଧରେ ପୋଷ୍ଟ ପାଇଁ ୨ ଲକ୍ଷ ଟଙ୍କା ଜରିମାନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୧୧: ଦିଲ୍ଲୀ ହାଇକୋର୍ଟ ‘ଭାରତ ପେ’ର ସହ ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦେଶକ ଥିବା ଅଶ୍ନିର୍ ଗ୍ରୋଭରଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି।...

ପ୍ରଥମ UPI ଟ୍ରାନ୍ସଫର ୨,୦୦୦ ରୁ ଅଧିକ ହେଲେ ୪ ଘଣ୍ଟା ବିଳମ୍ବ ସମ୍ଭାବନା, ଠକେଇକୁ ରୋକିବା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ,୨୭ା୧୧: ଭାରତରେ ଏବେ ଅନଲାଇନ କାରବାର ବଢିଚାଲିଥିବା ବେଳେ ଠକାମୀ ମଧ୍ୟ ବୃଦ୍ଧି ପାଇଛି। ଅନଲାଇନ୍ ପେମେଣ୍ଟ ଠକେଇ ରୋକିବା ପାଇଁ ସରକାର ଦୁଇ ଜଣଙ୍କ...

ଆଜିଠାରୁ ଉତ୍କଳ ଫାବ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୨୮।୧୧: ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳ ଫାବ୍‌ ଫେଷ୍ଟିଭାଲ-୨୦୨୩’ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳସ୍ଥିତ ଓ-ହବ୍‌ଠାରେ ମଙ୍ଗଳବାରଠାରୁ ଆୟୋଜିତ ହେବ।...

ଓଡ଼ିଶା ବଜାରରେ ଜେନିଭିସ ରିମେଡିସ

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଜେନେରିକ ଔଷଧ ଉତ୍ପାଦନକାରୀ କମ୍ପାନୀ ଜେନିଭିସ ରିମେଡିସ (ଆଇ) ପ୍ରାଇଭେଟ ଲିମିଟେଡ ତା’ର ଉତ୍ପାଦ (ଔଷଧ)ଗୁଡିକୁ ସୋମବାର ଆନୁଷ୍ଠାନିକ ଭାବେ...

କ୍ରମ୍ପଟନ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୮।୧୧: କ୍ରମ୍ପଟନ୍‌ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଲାଇଟ ‘ଡେକୋ ବାଟନ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି...

ଯୁବପିଢ଼ି ଚାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପାରାଦ୍ୱୀପ,୨୭।୧୧: ସୋମବାର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଆଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri