Posted inଖେଳ

ରୁଦ୍ଧଦ୍ୱାର ମ୍ୟାଚ ଯୋଗୁ ଫାଇଦାରେ ରହିବ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫ା୬ (ପି.ଟି.)-ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ। ସେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବ ବୋଲି କହିଛନ୍ତି ଭ୍ରମଣକାରୀ ଦଳ କୋଚ୍‌ ଫିଲ୍‌ ସିମନ୍ସ। କୋଭିଡ୍‌-୧୯ ଯୋଗୁ ମ୍ୟାଚ ଜୈବ ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ମହାମାରୀ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ମାର୍ଚ୍ଚଠାରୁ ସସ୍‌ପେଣ୍ଡ ରହିଛି। ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଜୁଲାଇ ୮ରୁ ସାଉଥାମ୍ପଟନଠାରେ ଆରମ୍ଭ ହେବ। ମ୍ୟାଚ୍‌ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେଉଥିବାରୁ ଇଂଲଣ୍ଡ ଘରୋଇ ଦର୍ଶକଙ୍କଠାରୁ ଉତ୍ସାହ ପାଇବ ନାହିଁ। ସମର୍ଥକଙ୍କ ବ୍ୟତୀତ ଘରୋଇ ଦଳ ନିକଟରେ ପ୍ରତିଯୋଗିତାମୂଳକ କ୍ରିକେଟ ଖେଳି ନାହିଁ। ଆମେ କିନ୍ତୁ ନିଜ ଦେଶରେ କ୍ରିକେଟ ଖେଳି ଆସିଛୁ। ଟୁର୍‌ ପାଇଁ ଟ୍ରେନିଂ କ୍ୟାମ୍ପରେ ମଧ୍ୟ ଭାଗ ନେଇଛୁ। ଅନ୍ୟପକ୍ଷରେ ଇଂଲଣ୍ଡ ନିକଟରେ ବିଦେଶ ଟୁର୍‌ରୁ ଫେରିନାହିଁ। ଏହି ସବୁ ଦୃଷ୍ଟିରୁ ଆମ ଦଳ ଫାଇଦାରେ ରହିବ ବୋଲି ସିମନ୍ସ ଆଶା ପ୍ରକାଶ କରିଛନ୍ତି। ୧୮ମାସ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରେ ଯାଇଥିଲା ଇଂଲଣ୍ଡ। ଦଳ ସେଠାରେ ୨-୧ରେ ପରାଜିତ ହୋଇଥିଲା। ଇଂଲଣ୍ଡରେ ଯଦି ସିରିଜ ଡ୍ର ଭାବେ ଶେଷ ହୁଏ ତେବେ ଭ୍ରମଣକାରୀ ଦଳ ଓ୍ବିଜଡେନ୍‌ ଟ୍ରଫି ବଜାୟ ରଖିବ। କିନ୍ତୁ ଅନ୍ୟପକ୍ଷରେ ସିମନ୍ସ ସ୍ବୀକାର କରି କହିଛନ୍ତି ଯେ, ତାଙ୍କ ଦଳ ଶିମରନ ହେଟମେୟର, ଡାରେନ ବ୍ରାଭୋ ଓ କିମୋ ପଲ୍‌ଙ୍କ ଭଳି ଖେଳାଳିଙ୍କୁ ମିସ୍‌ କରିବ। ମହାମାରୀ ପାଇଁ ଏହି ୩ କ୍ରିକେଟର ୟୁନାଇଟେଡ କିଙ୍ଗଡମ୍‌ ଟୁର୍‌ରେ ନ ଯିବା ଲାଗି ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିତିକାଙ୍କ ସହ ପ୍ରଥମ ସାକ୍ଷାତବେଳେ ରୋହିତ ଶର୍ମାଙ୍କୁ ମିଳିଥିଲା ଚେତାବନୀ: ଜାଣନ୍ତୁ କିଏ ଦେଇଥିଲେ

ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍‌ ଦମ୍ପତି ଭାବରେ ଜଣାଶୁଣା। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ...

ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି

ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ...

ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ।...

ଏମିତି କାମ କରି ସ୍ତ୍ରୀଙ୍କୁ ଡରାଇଲେ ରୋହିତ ଶର୍ମା

ଦୁବାଇ,୫।୧୦: ଆଇପିଏଲ ୨୦୨୧ରେ ଟାଇଟଲ ବିଜୟରେ ହ୍ୟାଟ୍ରିକ କରିବା ଠାରୁ ବହୁ ଦୂରରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ ଅଧିନାୟକ ରୋହିତ ଶର୍ମା ତାଙ୍କ ସାଥୀ...

ଆଇସିସି ଚେୟାରମ୍ୟାନଶିପ୍‌: ବାର୍‌କ୍ଲେ ଓ ଖ୍ବାଜା ପ୍ରାର୍ଥୀ

ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ...

ବାଙ୍ଗରଙ୍କ ପୁଅକୁ ଟିପ୍ସ ଦେଲେ ଅରୁଣ

ମାଞ୍ଚେଷ୍ଟର,୨୬ା୬ (ପି.ଟି.)- ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କୁ ଟିପ୍ସ ଦେଇଛନ୍ତି ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ଭରତ ଅରୁଣ।...

ଶାସ୍ତ୍ରୀଙ୍କୁ ଦଣ୍ଡିତ କରାଯିବ ନାହିଁ

ନୂଆଦିଲ୍ଲୀ,୧୩।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନରେ ନିଜ ବୁକ୍‌ ଲଞ୍ଚିଂ ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ।...

ରିଚାର୍ଡସନଙ୍କ କାନ୍ଧରେ ଅସ୍ତ୍ରୋପଚାର

ସିଡ୍‌ନୀ,୮ା୫ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଝେ ରିଚାର୍ଡସନଙ୍କ ଡାହାଣ କାନ୍ଧରେ ଅସ୍ତ୍ରୋପଚାର ହୋଇଛି। ଗତବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ...

Advertisement
Archives

Model This Week