Posted inଖେଳ

ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ

ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପ୍ରଥମଥର ପାଇଁ ଦଳର ନେତୃତ୍ୱ ନେବେ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ସାଇଥାମ୍ପଟନର ଏଜେସ ବାଓଲ ଷ୍ଟାଡିୟମରେ ଜୁଲାଇ ୮ରୁ ଆରମ୍ଭ ହେବ। ସେହି ସମୟରେ ରୁଟ୍‌ଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜନନୀ ହେବା ସମ୍ଭାବନା ରହିଛି। ଅନ୍ତରୀଣ ଅଧିନାୟକ ନିଯୁକ୍ତ ହୋଇଥିଲେ ହେଁ ଷ୍ଟୋକ୍ସଙ୍କୁ ରୁଟ୍‌ ‘ନେଚୁରାଲ ଲିଡର’ ଭାବେ ଅଭିହିତ କରିଛନ୍ତି। କେବଳ ପ୍ରଥମ ଟେଷ୍ଟ ନୁହେଁ, ରୁଟ୍‌ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। କାରଣ ଦଳସହ ଯୋଗ ଦେବା ପୂର୍ବରୁ ତାଙ୍କୁ ୭ ଦିନ ସେଲ୍ଫ-ଆଇସୋଲେଶନରେ ରହିବାକୁ ପଡ଼ିବ। କରୋନା ଭାଇରସ ସଂକ୍ରମଣ ଯୋଗୁ ୩ ମାସ ବ୍ୟବଧାନ ପରେ ଏହି ସିରିଜ ଜୈବ-ସୁରକ୍ଷିତ ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ବନ୍ଦ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ରହିଛି ୫ ରାସ୍ତା, ହେଲେ ପ୍ରତ୍ୟେକ ପଥ କଣ୍ଟକିତ

ଓ୍ବାଶିଂଟନ,୨୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସନ୍ଦେହର ମେଘ ଘୋଡ଼ାଇ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିପାରେ। ଇରାନ ହାର…

ଜଗନ୍ନାଥ ଦର୍ଶନ କରି ବାହାରିଥିଲେ ଦମ୍ପତି, ବାଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଆଉ ତା’ ପରେ…

ନନ୍ଦପୁର,୨୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ପୂର୍ତ୍ତ ବିଭାଗ ଅଧୀନ ରାଜ୍ୟ ରାଜପଥର ସୁବୁଲାର ଛକ ନିକଟରେ ସୋମବାର ବିଳମ୍ବିତ…

ଯୁଦ୍ଧ ବନ୍ଦ କରିବ ରୁଷିଆ, ଇରାନକୁ ଦେଲା ବଡ଼ ପ୍ରସ୍ତାବ! ପୁଟିନଙ୍କ ମନ୍ତ୍ରୀ-ଆରାଘଚିଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ପରେ…

ମସ୍କୋ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ଇରାନକୁ ମଧ୍ୟସ୍ଥତା ପ୍ରୟାସରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ଏହି ପରିପ୍ରେକ୍ଷୀରେ, ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ୧୫୮ କୋଟିର ପ୍ରକଳ୍ପ କରିବେ ଲୋକାର୍ପଣ

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଏଥର ରାଉରକେଲା ଆସୁଛନ୍ତି। ତେବେ ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ଏସବୁ ଜିଲାରେ ଆଜି କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସହ ବିଜୁଳି, ସତର୍କ ସୂଚନା ଜାରି କରି…

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗତ କିଛିଦିନ ଧରି ପାରଦ ଉପରମୁହାଁ ରହିଛି। ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା…

୩୧୫ ତହସିଲଦାରଙ୍କ ଖାତାରେ ଜମାହୋଇଛି ୨୫୬.୮୧କୋଟିର ରୟାଲ୍‌ଟି: ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ ପିଏଜି

ଭୁବନେଶ୍ୱର,୨୧ା୪(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିିଜ ଦ୍ରବ୍ୟରୁ ସରକାରଙ୍କୁ ଯେଉଁ ଅର୍ଥ ମିଳିବା କଥା ତାହା ବାଟବଣା ହୋଇଛି। ନିୟମ ଅନୁଯାୟୀ, ଏହି ଉତ୍ସରୁ ସଂଗ୍ରହ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri