Posted inଖେଳ

ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ

ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପ୍ରଥମଥର ପାଇଁ ଦଳର ନେତୃତ୍ୱ ନେବେ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ସାଇଥାମ୍ପଟନର ଏଜେସ ବାଓଲ ଷ୍ଟାଡିୟମରେ ଜୁଲାଇ ୮ରୁ ଆରମ୍ଭ ହେବ। ସେହି ସମୟରେ ରୁଟ୍‌ଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜନନୀ ହେବା ସମ୍ଭାବନା ରହିଛି। ଅନ୍ତରୀଣ ଅଧିନାୟକ ନିଯୁକ୍ତ ହୋଇଥିଲେ ହେଁ ଷ୍ଟୋକ୍ସଙ୍କୁ ରୁଟ୍‌ ‘ନେଚୁରାଲ ଲିଡର’ ଭାବେ ଅଭିହିତ କରିଛନ୍ତି। କେବଳ ପ୍ରଥମ ଟେଷ୍ଟ ନୁହେଁ, ରୁଟ୍‌ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। କାରଣ ଦଳସହ ଯୋଗ ଦେବା ପୂର୍ବରୁ ତାଙ୍କୁ ୭ ଦିନ ସେଲ୍ଫ-ଆଇସୋଲେଶନରେ ରହିବାକୁ ପଡ଼ିବ। କରୋନା ଭାଇରସ ସଂକ୍ରମଣ ଯୋଗୁ ୩ ମାସ ବ୍ୟବଧାନ ପରେ ଏହି ସିରିଜ ଜୈବ-ସୁରକ୍ଷିତ ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ...

ମାଞ୍ଚେଷ୍ଟରରେ ଭାରତଠାରୁ ପରାଜିତ ହୋଇଥିଲା ପାକିସ୍ତାନ: ସମାଲୋଚନା ଯୋଗୁଆତ୍ମହତ୍ୟା କରିବାକୁ ଚାହିଁଥିଲେ କୋଚ୍‌ ମିକି ଆର୍ଥର

ଲଣ୍ଡନ,୨୫ା୬ (ପି.ଟି.)-ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟ ପରେ ପାକିସ୍ତାନ ମୁଖ୍ୟ କୋଚ୍‌ ମିକି ଆର୍ଥର ଆତ୍ମହତ୍ୟା କରିବା ଲାଗି ବିଚାରିଥିଲେ ବୋଲି ପ୍ରକାଶ କରିଛନ୍ତି।...

ଡବ୍ଲ୍ୟୁଟିସି-୨ ଆରମ୍ଭରୁ ଝୁଣ୍ଟିଲେ ଭାରତ, ଇଂଲଣ୍ଡ

ଦୁବାଇ,୧୧।୮ : ନିକଟରେ ଅମୀମାଂସିତ ଭାବେ ଶେଷ ହୋଇଥିବା ଟ୍ରେଣ୍ଟ ବ୍ରିଜ ଟେଷ୍ଟରୁ ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ। ପ୍ରଥମ...

‘କର ବା ମର’ ମ୍ୟାଚ୍‌ରେ ଟସ୍‌ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି,୮।୧୧: ଆଇପିଏଲ ୨୦୨୦ର ଦିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆବୁଧାବିର ଶେଖ ଜୟେଦ ଷ୍ଟାଡିୟମରେ ଖେଳାଯାଉଛି। ଏହି କର ବା...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ଭୁବନେଶ୍ୱର

ଦୁବାଇ, ୯ା୪ (ପି.ଟି.)-ମାର୍ଚ୍ଚ ମାସ ପାଇଁ ଆଇସିସି ‘ପ୍ଲେୟର ଅଫ୍‌ ଦି ମନ୍ଥ’ ଦୌଡ଼ରେ ରହିଥିବା କ୍ରିକେଟରମାନଙ୍କ ମଧ୍ୟରେ ଭାରତର ଅଭିଜ୍ଞ ସିମ୍‌ ବୋଲର ଭୁବନେଶ୍ୱର...

ସୁଜୁକାରେ ଭାରତର ରାଜୀବ ଶ୍ରେଷ୍ଠ ୧୦ର ନିକଟତର

ଭୁବନେଶ୍ୱର,୨୯।୬(ସ୍ପୋଟର୍‌ସବ୍ୟୁରୋ)- ଜାପାନର ସୁୁଜୁକାରେ ଅନୁଷ୍ଠିତ ଏଫ୍‌ଆଇଏମ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଆନ୍‌ଶିପ୍‌ (ଏଆରସିସି)ର ଚତୁର୍ଥ ରାଉଣ୍ଡ ରେସ୍‌ରେ ଇଡେମିତ୍‌ସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌ର ଚାଳକ...

ଜାତୀୟ ଶିବିରରେ ୨ ଓଡ଼ିଆ

କଟକ ଅଫିସ,୨୯|୧୦- ବାହାରିନ୍‌ଠାରେ ହେବାକୁ ଥିବା ଏଏଫ୍‌ସି ୧୫ ବର୍ଷରୁ କମ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌-୨୦୨୦ ନିମନ୍ତେ ଜାତୀୟ ଦଳର ପ୍ରସ୍ତୁତି ଓ ଚୟନ ଶିବିର ଗୋଆଠାରେ...

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇର କ୍ରମାଗତ ଚତୁର୍ଥ ବିଜୟ

ବାମ୍ବୋଲିମ,୧୦।୧୨(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମୁମ୍ବାଇ ସିଟି ଏଫ୍‌ସି ତା’ର ପତିଆରା ଜାରି ରଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି...

Advertisement
Archives

Model This Week