ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୩ା୬:  ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ମା’ ବିମଳାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମହାପ୍ରଭୁ ତାଙ୍କୁ ହରଣ କରି ନେଉଥିଲେ। ଏହି ସମୟରେ ବାଟ ଓଗାଳିଥିଲେ ଶିଶୁପାଳ। ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା। ଶେଷରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ। ମଙ୍ଗଳବାର ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ଏହି ଦିବସକୁ ରୁକ୍ମିଣୀ ହରଣ ଏକାଦଶୀ ମଧ୍ୟ କୁହାଯାଏ।
ସକାଳ ଧୂପ ପୂଜା ବେଳେ ଦକ୍ଷିଣୀ ଘରେ ମଦନମୋହନ (ଶ୍ରୀକୃଷ୍ଣ)ଙ୍କ ବେଶ ହୋଇଥିଲା। ପରେ ମଦନମୋହନ ରତ୍ନସିଂହାସନକୁ ବିଜେ ହୋଇଥିଲେ। ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କଠାରୁ ମଦନମୋହନ ଆଜ୍ଞାମାଳ ପାଇ ଜୟ ବିଜୟ ଦ୍ୱାରକୁ ବିଜେ କରିଥିଲେ। ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ଦେଇଥିଲେ। ମହାଜନ ସେବକ ରୁକ୍ମିଣୀଙ୍କୁ ସାତପାହାଚସ୍ଥିତ ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ନେଇଥିଲେ। ସେଠାକାର ଜଗମୋହନରେ ଥିବା ଖଟରେ ରୁକ୍ମିଣୀ ବିଜେ ହୋଇଥିଲେ। ରୁକ୍ମିଣୀଙ୍କ ପଞ୍ଚାମୃତ ମହାସ୍ନାନ, ମାଜଣା, ବନକ ଲାଗି ଏବଂ ଅଳଙ୍କାର ଲାଗିହୋଇ ବେଶ ହୋଇଥିଲା। ଏହି ସମୟରେ ତଢାଉକରଣ ରୁକ୍ମିଣୀଙ୍କ ବିଶ୍ୱସ୍ତ ରୂପେ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ଥିଲେ। ଭିତରଚ୍ଛ ମହାପାତ୍ର ଉକ୍ତ ତାଳପତ୍ର ଓ ଲେଖନୀ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ଛୁଅଁା କରି ତଢାଉକରଣଙ୍କୁ ଦେଇଥିଲେ। ତଢାଉକରଣ ରୁକ୍ମିଣୀଙ୍କ ମନୋଭାବ ସମ୍ପର୍କରେ ମହାପ୍ରଭୁଙ୍କୁ ଚିଟାଉ ଲେଖିଥିଲେ। ଭିତରଚ୍ଛ ମହାପାତ୍ର ଚିଟାଉ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ମୁଦ କରାଇଥିଲେ। ଏହାପରେ ବିପ୍ର ବ୍ରାହ୍ମଣ ରୂପରେ ଜଣେ ସେବକ ଚିଟାଉ ନେଇ ଜୟ ବିଜୟ ଦ୍ୱାରଠାରେ ଥିବା ମହାପ୍ରଭୁଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଓ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥିଲା। ମଦନମୋହନ ରଥରେ ବିଜେ ହୋଇ ବିମଳା ମନ୍ଦିର ନିକଟକୁ ଯାଇ ରୁକ୍ମିଣୀକୁ ଅପେକ୍ଷା କରିଥିଲେ। ମହାଲକ୍ଷ୍ମୀ ମନ୍ଦିରରୁ ରୁକ୍ମିଣୀ ପାଲିଙ୍କିରେ ବିଜେ ହୋଇ ବିମଳାଙ୍କ ମନ୍ଦିରକୁ ଆସିଥିଲେ। ଦର୍ଶନ ସାରି ବାହାରିବା ବେଳେ ରୁକ୍ମିଣୀଙ୍କୁ ମହାପ୍ରଭୁ ବିମଳା ମନ୍ଦିର ଦ୍ୱାର ନିକଟରୁ ହରଣ କରି ରଥରେ ବସାଇ ନେଇଥିଲେ। ସରସ୍ବତୀ ଦେଉଳ ସମ୍ମୁଖରେ ଶିଶୁପାଳ ପ୍ରତିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ମହାପ୍ରଭୁ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥିଲେ। ଦକ୍ଷିଣୀ ଘରୁ ବଳଦେବ ବିମାନରେ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରିଥିଲେ। ପରେ ବଳଦେବ ଦକ୍ଷିଣୀ ଘରକୁ ଏବଂ ମଦନମୋହନ ଓ ରୁକ୍ମିଣୀ ବିବାହ ମଣ୍ଡପକୁ ବିଜେ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିବା ସମୟରେ ବିବାହ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚନ୍ଦନ ଲାଗି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri