ରିଷି କହୁଥିଲେ ନିଚ୍ଛକ କଥା: ପିତା ରାଜକପୁରଙ୍କ ବିବାହ ପରର ସମ୍ପର୍କରେ ନିଜ ପୁସ୍ତକରେ କରିଥିଲେ ଉଲ୍ଲେଖ

ମୁମ୍ବାଇ,୩୦।୪: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ରିଷି କପୁର ସବୁବେଳେ ନିଚ୍ଛକ  କଥା ହିଁ କହୁଥିଲେ। ଏଥିପ୍ରତି ତାଙ୍କର ଭୟ ବି ନ ଥିଲା। ଯାହା ସତ ତାହା ହିଁ ସବୁବେଳେ ତାଙ୍କ ପାଇଁ ଥିଲା ସତ୍ୟ। ବେଳେବେଳେ ଅଧା ରାତିରେ ସେ ଟୁଇଟ୍‌ କରୁଥିଲେ।  ତାଙ୍କର  ସତ୍ୟ କହିବା ଯୋଗୁ ସେ ବେଳେବେଳେ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ବି ହେଉଥିଲେ। ତେବେ ଏଥିପ୍ରତି ତାଙ୍କର ନ ଥିଲା ଭ୍ରୁକ୍ଷେପ। ସେ ଅତ୍ୟଧିକ ମଦ୍ୟପାନ କରୁଥିବା ସବୁବେଳେ ସ୍ବୀକାର କରୁଥିଲେ। ସେହିପରି ପୁତ୍ର ରଣବୀର କପୁରଙ୍କ ସହିତ ତାଙ୍କର ରହିଥିବା ଜେନେରଶନ୍‌ ଗ୍ୟାପ୍‌ କଥା ବି ବେଳେବେଳେ ବଖାଣୁଥିଲେ। ତାଙ୍କର ସତ କହିବା ଅଭ୍ୟାସ ଯୋଗୁ ସେ ପିତା ରାଜ କପୁରଙ୍କ ବିବାହ ପରବର୍ତ୍ତୀ ସମ୍ପର୍କ ବିଷୟରେ ନିଜ ପୁସ୍ତକ ‘ଖୁଲମ୍‌ ଖୁଲା’ରେ ଉଲ୍ଲେଖ କରିଥିଲେ। ୨୦୧୭ରେ ପ୍ରକାଶିତ ଏହି ପୁସ୍ତକରେ ସେ ପିତାଙ୍କ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ବର୍ଣ୍ଣନା କରିଥିଲେ। ରାଜ କପୁରଙ୍କର ନର୍ଗିସ୍‌ ଏବଂ ବୈଜୟନ୍ତୀ ମାଲାଙ୍କ ସହିତ ସମ୍ପର୍କ ଥିବା ଏହି ପୁସ୍ତକରେ ରିଷି ପ୍ରକାଶ କରିଥିଲେ। ଏହାଯୋଗୁ ମାତା କ୍ରିଷ୍ଣା କପୁର ବେଶ୍‌ ବ୍ୟସ୍ତ ରହୁଥିବା ଏହି ପୁସ୍ତକରେ ରିଷି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ବିବାହ ବିଚ୍ଛେଦର ୧୪ବର୍ଷ ପରେ ପ୍ରଥମ ପତ୍ନୀଙ୍କ ପ୍ରେମରେ ପଡ଼ିଲେ ଏହି ସୁପରଷ୍ଟାର

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା ସାଧାରଣ କଥା। ବହୁଥର ଆମ ପସନ୍ଦର ପ୍ରତିଷ୍ଠିତ କଳାକାରଙ୍କ ସମ୍ପର୍କ ଗଢ଼ୁ ଗଢ଼ୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥାଏ।...

ଟ୍ରେନ୍‌ରେ ମିଳିଲା ଡବଲ୍‌ ଖୁସି

ଲକ୍ଷ୍ନୌ,୯।୩: ଜଣେ ମହିଳାଙ୍କୁ ଟ୍ରେନରେ ଡବଲ୍‌ ଖୁସି ମିଳିଛି। ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ମହିଳା ଜଣଙ୍କ ଯମଜ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।...

ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୦।୬: ଭୋପାଳ ଏମ୍‌ପି ପ୍ରଜ୍ଞା ଠାକୁର ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥା’ନ୍ତି। ଏଥର ପ୍ରଜ୍ଞା ଭାଜପାରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମାଙ୍କ ସମର୍ଥନରେ...

ଗୁରୁଦିବସ ଅବସରରେ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି: ୪୬ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ,୫।୯: ଶିକ୍ଷାର ମାନ, ଅଭିନବୀକରଣ ଓ ରୋଚକ କରିଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି।...

ନେହା ଆଉଟ୍‌, ବିଦିଶା ଇନ୍‌ !

ବମ୍ବେ: ଅନେକ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛି ‘ଭାବି ଜି ଘର ପେ ହୈ’। ମଝି ମଝିରେ କିଛି କଳାକାର ଶୋ’ ଛାଡ଼ୁଥିଲେ...

ପ୍ରଶାସନର ବାରଣ ସତ୍ତ୍ୱେ କଶ୍ମୀର ଗସ୍ତ କରିବେ ରାହୁଲଙ୍କ ସମେତ ୧୨ ନେତା

ନୂଆଦିଲ୍ଲୀ,୨୪।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଶନିବାର ରାହୁଲଙ୍କ ସହ...

‘ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା’

ନୂଆଦିଲ୍ଲୀ,୨୬।୮: ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା। କଂଗ୍ରେସ ନେତାମାନେ ପ୍ରଥମେ ଆର୍‌ଏସ୍‌ଏସ୍‌ ଓ ଭାଜପା ସହ...

Advertisement
Archives

Model This Week