ରିଲିଜ୍‌ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର

ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା. ବିଶ୍ୱନାଥ ପଟ୍ଟନାୟକ। ଚିତ୍ରଟିର ଟାଇଟଲ ରହିଛି ‘ଶହୀଦ ରଘୁ ସର୍ଦ୍ଦାର। ଏପରି ଏକ ଐତିହାସିକ କାହାଣୀକୁ ସଂଳାପର ରୂପ ଦେଇଛନ୍ତି ଆଗଧାଡିର ସଂଳାପକାର ଡ. ରଜନୀ ରଞ୍ଜନ। ଫିଲ୍ମର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି ଦେବାଶିଷ ପାତ୍ର। ‘ଏହି ଭୂମିକା ଆକ୍ଟିଂ କ୍ୟାରିୟରରେ ମୋ ପାଇଁ ଏକ ଚ୍ୟାଲେଞ୍ଜ୍‌ ପରି ଥିଲା। ମୋତେ ଦିଆଯାଇଥିବା ଦାୟିତ୍ୱ ମୁଁ ତୁଲାଇଛି, ବାକିସବୁ ଦର୍ଶକଙ୍କ ଉପରେ ନିର୍ଭର କରେ ବୋଲି କହନ୍ତି ଦେବାଶିଷ। ଏହି ଫିଲ୍ମରେ ତାଙ୍କ ସହ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି କାବ୍ୟା। ଏମାନଙ୍କ ବ୍ୟତୀତ ଜିନା, ଟ୍ବିଙ୍କିଲ୍‌, ରୁଦ୍ର, ସନ୍ତୋଷ, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ସୁଧାକର ବସନ୍ତ ଏବଂ ରାଜୀବ ମହାନ୍ତି ଅଭିନୟ କରିଛନ୍ତି। ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଏବଂ ରଞ୍ଜନ ଦାଶଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବିକାଶ ଶୁକ୍ଳା। ଅପରପକ୍ଷରେ ଫିଲ୍ମର ସଫଳତାକୁ ନେଇ ବେଶ୍‌ ଆଶା ବାନ୍ଧିଛନ୍ତି ଏହାର ନିର୍ଦ୍ଦେଶକ ରାଜୀବ ମହାନ୍ତି। ତେବେ ଫିଲ୍ମଟି ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି, ତାହା ରିଲିଜ୍‌ ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜାଙ୍କ ପ୍ରେମରେ ପ୍ରଭାସ !

ବମ୍ବେ: ପୂଜାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରଭାସ। କିଛି ଏଭଳି ଦୃଶ୍ୟ ଅଭିନେତାଙ୍କ ଅପକମିଂ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ। ଶୁକ୍ରବାର ଏହାର ଏକ...

ବିବାହ ବନ୍ଧନରେ ଅକ୍ଷୟ, ଡାକ୍ତରାଣୀଙ୍କ ଧରିଲେ ହାତ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଧାରାବାହିକ ପାଣ୍ଡ୍ୟା ଷ୍ଟୋର ଅଭିନେତା ଅକ୍ଷୟ ଖରୋଦିୟା। ପ୍ରେମିକା ତଥା ପେସାରେ ଡାକ୍ତର ଥିବା ଦିବ୍ୟା ପୁନେଥାଙ୍କ...

ରିମେକ୍‌ ଯୋଗୁ ବରବାଦ ହୋଇଛି ବଲିଉଡ୍‌, ନିଜକୁ ଦୋଷୀ ବୋଲି କହିଲେ କରନ୍‌

ବମ୍ବେ: ଦିନ ଥିଲା ବଲିଉଡ୍‌ ସିନେମା ନିଜର ସ୍ବତନ୍ତ୍ରତା ଲାଗି ପରିଚିତି ଲାଭ କରିଥିଲା। ହେଲେ ବିଗତ କିଛି ଦିନରୁ ବଲିଉଡ୍‌ ଦର୍ଶକଙ୍କ ମନ ଜିଣିବାରେ...

କରୋନା ସମୟରେ ଗର୍ଭବତୀଙ୍କୁ ଟିପ୍ସ ଦେଲେ କରିନା

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନୁଷ୍କା ଶର୍ମା, କରିନା କପୁର ଖାଁ ତଥା ଆଉ କେତେଜଣ ଅଭିନେତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ହେଲେ ଏହାକୁ...

କଙ୍ଗନା ରାନାଓ୍ବତ ଏବଂ ଭଉଣୀ ରଙ୍ଗୋଲିଙ୍କୁ ସମନ ଜାରି କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୧।୧୦-ଦେଶଦ୍ରୋହ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ସମନ ଜାରି କରିଛି ମୁମ୍ବାଇ ପୋଲିସ। ଉଭୟଙ୍କୁ ଆସନ୍ତା ୨୬...

ଏବେ ଏମିତି ଜୀବନ ବିତାଉଛନ୍ତି ରାନୁ ମଣ୍ଡଳ

କୋଲକାତା: ବର୍ତ୍ତମାନ କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏଥିରେ ଅନେକ କଳାକାର ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରାନୁ...

ଅଭିନୟ ନିଶାରେ ମାମୁନି

ମଧୁସ୍ମିତା ମହାନ୍ତି। ଜଲିଉଡ୍‌ରେ ମାମୁନି ଭାବେ ପରିଚିତା। ଛ’ ବର୍ଷ ପୂର୍ବରୁ ସେ ଆରମ୍ଭ କରିଥିଲେ ନିଜ ଅଭିନୟ କ୍ୟାରିୟର। କେବଳ ନେଗେଟିଭ୍‌ ନୁହେଁ, ପଜିଟିଭ୍‌...

ଲିପ୍‌ ବାମ୍‌, ଫେସ୍‌ଓ୍ବାଶ ଓ ପରିଣିତି

ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ।...

Advertisement
Archives

Model This Week