ରାୟଗଡ଼ାରେ ୫ କରୋନା ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ଗୋଟିଏ ପରିବାରର ମା’, ବାପା ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ଜିଲାରେ ଶନିବାର ୫ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୁଣୁପୁର ବ୍ଲକର ୪ ଜଣ। ଅନ୍ୟ ଜଣେ ରାମନାଗୁଡ଼ା ବ୍ଲକର ବୋଲି ଜଣାପଡ଼ିଛି l ଆକ୍ରାନ୍ତଙ୍କ ମଧ୍ୟରୁ ୩ ମହିଳା, ଜଣେ ପୁରୁଷ ହୋଇଥିବା ବେଳେ ଜଣେ ଶିଶୁକନ୍ୟା ରହିଛନ୍ତି। ପ୍ରଥମ ଆକ୍ରାନ୍ତ ମହିଳା ଜଣକ ହେଲେ ରାମନାଗୁଡ଼ା ବ୍ଲକର। ସେ କର୍ଣ୍ଣାଟକ ଫେରନ୍ତା। ୨ୟ ମହିଳା ହେଲେ ଗୁଣୁପୁର ଅର୍ବାନ ଅଞ୍ଚଳର। ସେ ଏକ ସ୍କୁଲରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସେ ତାମିଲନାଡୁ ଫେରନ୍ତା। ବାକି ୩ ଜଣ ହେଉଛନ୍ତି ଗୋଟିଏ ପରିବାରର ସ୍ତ୍ରୀ, ସ୍ବାମୀ, ୪ ବର୍ଷର ଶିଶୁ କନ୍ୟା। ଏମାନେ ଗୁଣୁପୁର ବ୍ଲକ ଅଞ୍ଚଳର। ତାମିଲନାଡୁରୁ ଫେରିଥିଲେ। ସମସ୍ତ ଆକ୍ରାନ୍ତଙ୍କୁ ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସିତ ହୋଇପାରୁନାହାନ୍ତି ଶ୍ରୀମତୀ

ବଇଣ୍ଡା,୨୦।୫(ଡି.ଏନ.ଏ.): ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟକରି ଅବସର ନେବାର ବର୍ଷେ ହୋଇଗଲାଣି। ପକ୍ଷାଘାତ ଯୋଗୁ ଏବେ ସେ ଶଯ୍ୟାଶାୟୀ। ହେଲେ ସରକାର ତାଙ୍କର ବକେୟା ୪...

ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍‌ ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର,୨୯ା୯(ଡି.ଏନ୍‌.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍‌ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା...

ବଢ଼ି ଚାଲିଛି ‘ଲମ୍ପି’ ସଂକ୍ରମଣ

ଆରଡ଼ି, ୧୦।୧୨ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁର ପଞ୍ଚାୟତରେ ଗୋରୁମାନେ ‘ଲମ୍ପି ରୋଗରେ ଆକ୍ରାନ୍ତ ହୋଇଛନ୍ତି।...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବୌଦ୍ଧ ଜିଲା ବନ୍ଦ ଆରମ୍ଭ

ବୌଦ୍ଧ,୫।୨(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ବୌଦ୍ଧକୁ ଉତ୍ତରାଞ୍ଜଳ ରାଜସ୍ବ ଅଧିନରେ ସାମଲ କରାଯିବା ନେଇ ବୁଧବାର ବୌଦ୍ଧ ଓକିଲ ସଂଘ ପକ୍ଷରୁ...

ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଜରୁରି

ସୋନପୁର, ୭।୭(ନି.ପ୍ର) ସୁବର୍ଣ୍ଣପୁର ଜିଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ...

ସକାଳୁଆ କାର୍ଯ୍ୟାଳୟ, ଚୌକି ଖାଲି

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସରକାର ସକାଳୁଆ କରିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ହିତାଧିକାରୀମାନେ ଯେପରି ତାତିରୁ...

ହାତୀ ଆକ୍ରମଣରେ ଚାଷୀଙ୍କ ଜୀବନ ଗଲା

ଭଞ୍ଜନଗର,୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସି ରେଞ୍ଜ କ୍ଷେତମୁଣ୍ଡାଳି ଗ୍ରାମର ଚାଷୀ ପବିତ୍ର ପାତ୍ର (୪୦)ଙ୍କୁ ଶନିବାର ରାତିରେ ଏକ...

କୋରାପୁଟ ଜିଲାରେ ୬୩୫ ମିଲିମିଟର ବର୍ଷା ରେକର୍ଡ: କୋଟପାଡ଼ ବ୍ଲକରେ ସର୍ବାଧିକ

କୋରାପୁଟ,୧୩।୮(ସ୍ବ.ପ୍ର): ୨ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ଜିଲାରେ ମଙ୍ଗଳବାର ୬୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କୋଟପାଡ଼ ବ୍ଲକରେ ସର୍ବାଧିକ...

Advertisement
Archives

Model This Week