ରାୟଗଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ରାୟଗଡ଼ା ଅଫିସ,୩।୬: ଓଡ଼ିଶାର ୨୯ଟି ଜିଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗ୍ରୀନ୍‌ ଜୋନ୍‌ରେ ରହିଥିଲା ରାୟଗଡ଼ା ଜିଲା ମାତ୍ର ବୁଧବାର ରାୟଗଡ଼ାରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚିତ କରାଯାଇଛି। ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି । ତେବେ ତାଙ୍କ ପରିବାରର ସଦସ୍ୟ ହୋମ କ୍ୱାରାଣ୍ଟାଇନ୍‌ରେ ରହୁଥିଲେ। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ପ୍ରତିଦିନ ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ । ସେମାନେ ରାୟଗଡ଼ାର ରାମକୃଷ୍ଣନଗରରେ ଏକ ଭଡ଼ାଘରେ ରହୁଥିଲେ। ୨୯ ତାରିଖରେ ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ରାୟଗଡ଼ା ନିକଟ ଓଡ଼ୁଗୁଡ଼ାରେ ତାଙ୍କ ଗ୍ରାମ ହୋଇଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଓଡ଼ୁଗୁଡ଼ା ଗ୍ରାମର କିଛି ଅଞ୍ଚଳ ଏବଂ ରାମକୃଷ୍ଣନଗରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏ ନେଇ ଜିଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ହେଲେ ତାଟିକବାଟ ବନ୍ଦ

ଯୋଡ଼ା/ଚମ୍ପୁଆ,୨୯ ।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ମୟୂରଭଞ୍ଜ ଜିଲାରୁ ଆସିଥିବା ହାତୀପଲ ଆତଙ୍କ ଖେଳାଇଛନ୍ତି। ଦୁଇ ଦିନ ହେଲା ଏହି ହାତୀପଲ ଚମ୍ପୁଆ...

ବୌଦ୍ଧରେ ସୀମିତ ସେବାୟତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା  

ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା ମହାମାରୀର ପ୍ରଭାବ ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଉପରେ ପଡିଛି। ଏଥର ବୌଦ୍ଧରେ ଗଡଜାତ ଅମଳରୁ ଚାଲି ଆସୁଥିବା ପରମ୍ପରା ଭଙ୍ଗ କରାଯାଇ ଶ୍ରୀଜଗନ୍ନାଥଙ୍କ...

ପୁଅ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ଗୋଟିଏ ପରିବାରର ୫ ସଦସ୍ୟ

ବିଜେପୁର,୨୩ା୪(ଡି.ଏନ୍‌.ଏ.) : କୋଭିଡ-୧୯ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏଭଳି ସମୟରେ ପୁଅ ପାଇଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା...

ବୈତରଣୀ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ,୧୫ା୮: ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ବୈତରଣୀର ଜଳସ୍ତର ଆଖୁଆପଦା ଆନିକଟଠାରେ ଶନିବାର ସକାଳ ୯ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଛି। ଆନିକଟଠାରେ...

ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ

କଟକ ଅଫିସ,୨।୪: ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ...

ଲଘୁଚାପ ପ୍ରଭାବ: ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩।୨(ବ୍ୟୁରୋ): ଲଘୁଚାପ ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ,...

ବିପର୍ଯ୍ୟସ୍ତ ଦର୍ପଣ-ସମିଆଁ ରାସ୍ତା

ଯାଜପୁର ଅଫିସ,୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପ୍ରସଙ୍ଗ ଉଠିଥାଏ। ବିଶେଷକରି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଆଦି ମୌଳିକ ସମସ୍ୟା...

୨୭ରୁ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ସେପ୍ଟେମ୍ବର ୨୯ରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାର ଦୁଇଦିନ ପୂର୍ବରୁ ଅଧିବେଶନରେ ଯୋଗ ଦେଉଥିବା ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କୋଭିଡ୍‌-୧୯...

Advertisement
Archives

Model This Week