Posted inଜାତୀୟ

ରାହୁଲଙ୍କ ନୂଆ ଚ୍ୟାନେଲ !

ନୂଆଦିଲ୍ଲୀ,୨୫।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ଅଧ୍ୟକ୍ଷ ପଦରେ ବସାଇବାକୁ ନିକଟରେ ଅନୁଷ୍ଠିତ କଂଗ୍ରେସ ଓ୍ବାର୍କିଂ କମିଟିରେ କଥା ଉଠିଥିଲା। ଏହାପରେ ଏବେ ଶୁଣିବାକୁ ମିଳିଛି କି ରାହୁଲ ଏବେ ନିଜର ଏକ ଅନ୍‌ଲାଇନ୍‌ ଚ୍ୟାନେଲ ଆରମ୍ଭ କରିଛନ୍ତି। ମେସେଜିଂ ଆପ୍‌ ଟେଲିଗ୍ରାମରେ ଥିବା ତାଙ୍କର ଏହି ଚ୍ୟାନେଲ ମାଧ୍ୟମରେ ସେ ସିଧାସଳଖ ଜନତାଙ୍କ ସହ ସମ୍ପର୍କରେ ରହିପାରିବେ। ଏହି ଚ୍ୟାନେଲ ମାଧ୍ୟମରେ ସେ ତାଙ୍କ କଥା ଜନତାଙ୍କ ନିକଟରେ ପହଞ୍ଚାଇବେ। ଏହାସହ ଏହି ଚ୍ୟାନେଲର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସହ କଥା ହେବା। ଟେଲିଗ୍ରାମରେ ତାଙ୍କର ଏହି ଚ୍ୟାନେଲକୁ ଖୁବ୍‌ଶୀଘ୍ର ଭେରିଫାଏ କରି ଦିଆଯିବ ବୋଲି ଜଣାପଡିଛି। ତେବେ କିଛି ଗଣମାଧ୍ୟମ କଂଗ୍ରେସର କଥାକୁ ବ୍ଲାକ୍‌ ଆଉଟ୍‌ କରି ଦେବା ଓ ବିରୋଧି ରାଜନେତାକୁ କମ୍‌ ଅବା କୌଣସି ଗୁରୁତ୍ୱ ଦେଉ ନ ଥିବା କୁହାଯାଉଥିବା ବେଳେ ରାହୁଲଙ୍କର ଏହି ଚ୍ୟାନେଲ ଦଳକୁ ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି। ରାହୁଲ ଗାନ୍ଧୀ ବହୁ ପଛରେ ସୋସିଆଲ ମିଡିଆକୁ ଆସିଥିବା ବେଳେ ଏଥିରେ ସଫଳ ହେବାକୁ ଚେଷ୍ଟା କରୁଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ସୋସିଆଲ ମିଡିଆ ମାଧ୍ୟମରେ ଅନେକାଂଶରେ ସଫଳତା ପାଇଥିବା ବେଳେ ଏବେ ରାହୁଲ ଏହାକୁ ଆପଣାଇଛନ୍ତି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ନିର୍ଦ୍ଦେଶ: ରେଳ ଧାରଣାରେ ବସିଥିବା କୃଷକଙ୍କ ମାମଲା ପ୍ରତ୍ୟାହାର ହେବ

ଚଣ୍ଡିଗଡ଼,୨ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ରେଲ ଧାରଣା ଉପରେ ବସି ବିରୋଧ ପ୍ରଦର୍ଶନ କରୁଥିବା କୃଷକ ସଙ୍ଗଠନର ସଦସ୍ୟଙ୍କ ଉପରେ...

ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ...

ମୁଁ କେବେ ମୁଖ୍ୟମନ୍ତ୍ରୀ ପଦ ମାଗି ନଥିଲି: ପାଇଲଟ

ଜୟପୁର,୧୧।୮: ରାଜସ୍ଥାନର ରାଜନୀତିରେ ଚାଲିଥିବା କନ୍ଦଳରେ ଅବସାନ ଘଟିବାକୁ ଯାଉଛି। ସୋମବାର ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ...

ପିଆଜ ଏବେ ଡାଳିମ୍ବ ହୋଇଯାଇଛି: ଲାଲୁ

ପାଟନା,୧।୧୨: ଦେଶର ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋଗ୍ରାମ ପିଛା ଦର ଛୁଇଁଛି ଶହେ ଟଙ୍କା। ଲୋକେ ପିଆଜ ସେଞ୍ଚୁରି ମାରିଛି ବୋଲି କହୁଛନ୍ତି। ଏହାକୁ...

ମା’କ୍ଷୀରର ଚମତ୍କାରିତା: ବିନା ଔଷଧରେ କରୋନାକୁ ହରାଇଲା ୨୩ ଦିନର ଶିଶୁ !

ଆଗ୍ରା,୧୧।୫: କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ରୋଗକୁ ବିନା ଔଷଧରେ ହରାଇ ଦେଇଛନ୍ତି ଜଣେ ୨୩ ଦିନର...

ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ...

ହାଇଦ୍ରାବାଦ୍‌: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା

ହାଇଦ୍ରାବାଦ୍‌,୬।୧- ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍‌ ପୋଲିସ। ଏହାର ଘଣ୍ଟାକ ପରେ...

କରୋନା କଟକଣାରେ କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩୧ ।୧: କରୋନା କଟକଣାରେ ସାମାନ୍ୟ କୋହଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏଣିକି ନାଇଟ କର୍ଫ୍ୟୁ ରାତି...

Advertisement
Archives

Model This Week