ରାହାଗିରିରେ ସୁସ୍ଥ, ସ୍ବଚ୍ଛ ସମ୍ବଲପୁର ବାର୍ତ୍ତା

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ସ୍ବଚ୍ଛ ଓ ସୁସ୍ଥ ସମ୍ବଲପୁର ସଚେତନତା ବାର୍ତ୍ତା ନେଇ ରବିବାର ସକାଳେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଂ-ରୋଡ ସମଲେଇ ମନ୍ଦିର ଛକରେ ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ନାଟକ, ରଙ୍ଗୋଲି, ଚିତ୍ରାଙ୍କନ, ମାର୍ଶଲଆର୍ଟ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମାଧ୍ୟମରେ ଜନସାଧାରଣଙ୍କୁ ପ୍ଲାଷ୍ଟିକ ବର୍ଜନ କରିବା ନେଇ ସଚେତନତା ବାର୍ତ୍ତା ଦିଆଯାଇଥିଲା । ରିଂ-ରୋଡରେ ସହରର ବିଭିନ୍ନ ଅଞ୍ଚଳରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆୟୋଜକ ସମ୍ବଲପୁର ମହାନଗର ନିଗମର କମିଶନର ଲିଙ୍ଗରାଜ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ରାହାଗିରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ବଲପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ଆହ୍ବାନ ଦେଇଥିଲେ । ରାମାଶିଷ ତ୍ରିପାଠୀ, ସସ୍ମିତା ପଟ୍ଟନାୟକ ଓ ସଂସ୍କୃତିକା ପୁରୋହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସଂଗୀତଜ୍ଞ ମୋତିଲାଲ ଦୋରା ନିଜସ୍ବ ରଚନାରୁ ଡାଲଖାଇରେ ସୁନ ସୁନ ଆଗ ମାଆ ବହେନେ, ଦଦା ଭାଇ ଅଛ ଯେ ଯେନଠାନେ୍‌, ଆମର୍‌ ସମଲ୍‌ପୁର ମହାନିଗମ୍‌ ନୀତି ପତି କରୁ ଅଛେ ଯତନ୍‌… ଗୀତ ଗାଇ ଥିଲେ । ଏହାପରେ ସୁଶ୍ରୀତା ପାଣିଗ୍ରାହୀ, କିଶୋର ବାଗ ଓ ଛାତ୍ରୀ ରଶ୍ମିତା ଶର୍ମା ସଚେତନତା ଧର୍ମୀ ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେହିପରି ଅତିଶ କୁମାର ଶତପଥୀଙ୍କ ନିର୍ଦ୍ଦେଶନାରେ ଅଦୃଶ୍ୟ ନାଟ୍ୟଆଶ୍ରମର କଳାକାରମାନେ ନାଟକ ପରିବେଷଣ କରିଥିଲେ । ୫ବର୍ଷର କୁନି ଝିଅ ସିମରନ୍‌ ମେହେର ରସରକେଲି ନୃତ୍ୟରେ ଦର୍ଶକଙ୍କୁ ଆନମନା କରିଥିଲେ। ଶେଷରେ ଡ. ଶ୍ୟାମସୁନ୍ଦର ଧର ରସରକେଲି ସ୍ବରରେ ଗୀତ ଗାଇ ସମସ୍ତଙ୍କୁ ନଚାଇ ଥିଲେ । ସମସ୍ତେ ଏକାକାର ହୋଇ ସ୍ବଚ୍ଛ ଓ ସ୍ବସ୍ଥ ସମ୍ବଲପୁର ଲାଗି ଜୟଗାନ କରି ନୃତ୍ୟ କରିଥିଲେ । ଜିଲା ଜୁଡୋ ସମ୍ପାଦକ ସୁବାଷ ଚନ୍ଦ୍ର ବେହେରାଙ୍କ ପରିଚାଳନାରେ ମାର୍ଶଲଆର୍ଟ ଓ ଷ୍ଟ୍ରଙ୍ଗମ୍ୟାନ ଆସୋସିଏସନ୍‌ ପକ୍ଷରୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା। ମହାନଗର ନିଗମ ଡେପୁଟି କମିଶନର ଦେବେନ୍ଦ୍ର ନନ୍ଦ ସୂଚନା ପ୍ରଦାନ କରିଥିବାବବେଳ ଶୁଭଙ୍କର ମହାନ୍ତି ସ୍ବାଗତ ଜଣାଇଥିଲେ। ଶେଷରେ ଅପର୍ଣ୍ଣା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri