ରାହାଗିରିରେ ସୁସ୍ଥ, ସ୍ବଚ୍ଛ ସମ୍ବଲପୁର ବାର୍ତ୍ତା

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ସ୍ବଚ୍ଛ ଓ ସୁସ୍ଥ ସମ୍ବଲପୁର ସଚେତନତା ବାର୍ତ୍ତା ନେଇ ରବିବାର ସକାଳେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଂ-ରୋଡ ସମଲେଇ ମନ୍ଦିର ଛକରେ ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ନାଟକ, ରଙ୍ଗୋଲି, ଚିତ୍ରାଙ୍କନ, ମାର୍ଶଲଆର୍ଟ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମାଧ୍ୟମରେ ଜନସାଧାରଣଙ୍କୁ ପ୍ଲାଷ୍ଟିକ ବର୍ଜନ କରିବା ନେଇ ସଚେତନତା ବାର୍ତ୍ତା ଦିଆଯାଇଥିଲା । ରିଂ-ରୋଡରେ ସହରର ବିଭିନ୍ନ ଅଞ୍ଚଳରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆୟୋଜକ ସମ୍ବଲପୁର ମହାନଗର ନିଗମର କମିଶନର ଲିଙ୍ଗରାଜ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ରାହାଗିରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ବଲପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ଆହ୍ବାନ ଦେଇଥିଲେ । ରାମାଶିଷ ତ୍ରିପାଠୀ, ସସ୍ମିତା ପଟ୍ଟନାୟକ ଓ ସଂସ୍କୃତିକା ପୁରୋହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସଂଗୀତଜ୍ଞ ମୋତିଲାଲ ଦୋରା ନିଜସ୍ବ ରଚନାରୁ ଡାଲଖାଇରେ ସୁନ ସୁନ ଆଗ ମାଆ ବହେନେ, ଦଦା ଭାଇ ଅଛ ଯେ ଯେନଠାନେ୍‌, ଆମର୍‌ ସମଲ୍‌ପୁର ମହାନିଗମ୍‌ ନୀତି ପତି କରୁ ଅଛେ ଯତନ୍‌… ଗୀତ ଗାଇ ଥିଲେ । ଏହାପରେ ସୁଶ୍ରୀତା ପାଣିଗ୍ରାହୀ, କିଶୋର ବାଗ ଓ ଛାତ୍ରୀ ରଶ୍ମିତା ଶର୍ମା ସଚେତନତା ଧର୍ମୀ ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେହିପରି ଅତିଶ କୁମାର ଶତପଥୀଙ୍କ ନିର୍ଦ୍ଦେଶନାରେ ଅଦୃଶ୍ୟ ନାଟ୍ୟଆଶ୍ରମର କଳାକାରମାନେ ନାଟକ ପରିବେଷଣ କରିଥିଲେ । ୫ବର୍ଷର କୁନି ଝିଅ ସିମରନ୍‌ ମେହେର ରସରକେଲି ନୃତ୍ୟରେ ଦର୍ଶକଙ୍କୁ ଆନମନା କରିଥିଲେ। ଶେଷରେ ଡ. ଶ୍ୟାମସୁନ୍ଦର ଧର ରସରକେଲି ସ୍ବରରେ ଗୀତ ଗାଇ ସମସ୍ତଙ୍କୁ ନଚାଇ ଥିଲେ । ସମସ୍ତେ ଏକାକାର ହୋଇ ସ୍ବଚ୍ଛ ଓ ସ୍ବସ୍ଥ ସମ୍ବଲପୁର ଲାଗି ଜୟଗାନ କରି ନୃତ୍ୟ କରିଥିଲେ । ଜିଲା ଜୁଡୋ ସମ୍ପାଦକ ସୁବାଷ ଚନ୍ଦ୍ର ବେହେରାଙ୍କ ପରିଚାଳନାରେ ମାର୍ଶଲଆର୍ଟ ଓ ଷ୍ଟ୍ରଙ୍ଗମ୍ୟାନ ଆସୋସିଏସନ୍‌ ପକ୍ଷରୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା। ମହାନଗର ନିଗମ ଡେପୁଟି କମିଶନର ଦେବେନ୍ଦ୍ର ନନ୍ଦ ସୂଚନା ପ୍ରଦାନ କରିଥିବାବବେଳ ଶୁଭଙ୍କର ମହାନ୍ତି ସ୍ବାଗତ ଜଣାଇଥିଲେ। ଶେଷରେ ଅପର୍ଣ୍ଣା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ନିଷ୍ପତ୍ତି, ଦିଗପହଣ୍ଡିକୁ ରେଳ ଲାଇନ ଓ ଛେଳିଗଡ ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗଣ ଆନ୍ଦୋଳନ

ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ…

୨୬ ବର୍ଷ ମାତୃଭୂମି ସେବା କରି ଜନ୍ମମାଟିକୁ ଫେରିଲେ ସଞ୍ଜିବ, ଧୁମଧାମରେ ସ୍ବାଗତ କଲେ ଗ୍ରାମବାସୀ

କେସିଙ୍ଗା,୩।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଖାସ ବାହାଲ ଗ୍ରାମର ସଞ୍ଜୀବ କୁମାର ଭୋଇ ଦୀର୍ଘ ୨୬ବର୍ଷ କାଳ ସି.ଆର.ପି.ଏଫ.ଇନ୍ସପେକ୍ଟର ଭାବେ ସୀମାସୁରକ୍ଷା ଦେଇ…

ପଟ୍ଟାଙ୍ଗି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ, ନନ୍ଦପୁର ବ୍ଲକ ଘେରିଲା ବିଜେଡି

ନନ୍ଦପୁର/ପାଡୁଆ,୩ା୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ନିର୍ବାଚନ ପରଠୁ ଶିତଳାବସ୍ଥାରେ ଥିବା ବିଜୁ ଜନତା ଦଳ ବୁଧବାର ଶକ୍ତି ପ୍ରଦର୍ଶନ…

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

ଛତ୍ରପୁର ଗସ୍ତରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ, ବୁଲି ଦେଖିଲେ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…

କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri